ସାତଦିନ ଧରି ଚାଲିଥିବା ଜାତୀୟ ସେବା ଶିବିର ସେବା କାର୍ଯ୍ୟକ୍ରମ ଉଦଯାପିତ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମ ରେ ଥିବା ଇନ୍ଦିରା ସ୍ମୁତି ସ୍ନାତକ ମହାବିଦ୍ୟାଳୟର ଯୁକ୍ତ ତିନି ଛାତ୍ର ଛାତ୍ରୀ ଙ୍କୁ ନେଇ ଜାତୀୟ ସେବା ଶିବିର ପକ୍ଷରୁ ଦଶହରା ପୂଜା ଅବସରରେ ସାତ ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ପ୍ରତ୍ୟକ ଦିନ ଜଣେ ଜଣେ ଅତିଥି ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ମାନବ ସେବା ଓ ସମାଜ ସେବା ବିଷୟରେ ଶିକ୍ଷ୍ୟା ପ୍ରଦାନ କରିଥିଲେ ପ୍ରଥମ ଦିନ ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ସେବା ବିଷୟ ରେ ମାର୍ଗ ଦର୍ଶକ ଊପରେ ମନ୍ତବ୍ୟ ପ୍ରଦାନ୍ କରିଥିଲେ ଏହି ଅବସରେ ବିଭିନ୍ନ ଗ୍ରାମ ରେ ସଫେଇ କାର୍ଯ୍ୟକ୍ରମ କରି ଲୋକ ଙ୍କୁ ସଚେତନତା କରିବା ସହ ଵୃକ୍ଷ ରୋପଣ କରାଯାଇଛି ଉଯାପିତ୍ ଦିବସ ରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ଜାତୀୟ ସେବା ଶିବିରର ଡ଼ା ସନ୍ୟାସୀ ବେହେରା ଉପସ୍ଥିତ ଥିଲେ ସେହିପରି ସମ୍ମାନିତ ଅତିଥି ଭାବେ କୋମଳ ପାଲ, କୃଷ୍ଣ ଚନ୍ଦ୍ର ପୂଜାରୀ, ଉମାକାନ୍ତ ମଳିକ, ସ୍ୱଚା ସେବି ମାନଙ୍କୁ ଶିକ୍ଷ୍ୟା ପ୍ରଦାନ କରିଥିଲେ ଶେଷରେ ସଭା ସାଙ୍ଗ ସମୟରେ ସମସ୍ତ ଅତିଥି ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ଅଧ୍ୟାପକ ନାରାୟଣ ବଳିଆରସିଂ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ