ସାତ ଟିକିଆ ହାତୀ ପଲଙ୍କ ଉପଦ୍ରବ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଦକ୍ଷୀଣ ଘୁମୁସର ବନଖଣ୍ତ ଅଧିନସ୍ତ ବୁଗୁଡା ବନାଞ୍ଚଳ ଅଞ୍ଚଳରେ ସାତ ଟିକିଆ ବଣୁଆ ହାତୀ ପଲଙ୍କ ଉପଦ୍ରବ ଯୋଗୁଁ ବ୍ୟାପକ ଫସଲ କ୍ଷତି ହୋଇଥିବା ଜଣାପଡିଛି। ମାର୍ଚ୍ଚ ୨୩ ତାରିଖ ବିଳମ୍ବିତ ରାତ୍ରରେ ଶଙ୍କୁରୁ ପଞ୍ଚାୟତର ଚକାବଟ ଅଞ୍ଚଳ, ଚିଲିଖମା ଗ୍ରାମର ଭାଲୁଆ ସାହି ଓ ଭାବଗ୍ରାହି ମହାନ୍ତିଙ୍କ ଫାର୍ମହାଉସରେ ସାତ ଟିକିଆ ହାତୀ ପଲ ଫସଲ ଓ କଦଳୀ ବଗିଚାରେ ପସି ଖାଇବା ସହ ଦଳାଚକଟା କରି ବ୍ଯାପକ କ୍ଷୟକ୍ଷତି କରିଛନ୍ତି।। ପ୍ରତିଦିନ ବାରହା ମାନଙ୍କ ଉପଦ୍ରବ ଲାଗିରହିଥିବା ବେଳେ ଏବେ ବଣୁଆ ହାତୀପଲଙ୍କ ଉପଦ୍ରବ ବୋଝ ଉପରେ ଲଳିତା ବିଡା ସଦୃଶ ହୋଇଅଛି। ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର, ବନପାଳଙ୍କୁ ପଠାଇ କ୍ଷତିଗ୍ରସ୍ତ ଚାଷୀଙ୍କ କ୍ଷୟକ୍ଷତୀର ଆକଳନ କରିବା ସହ ହାତୀ ପଲଙ୍କ ଗତିବିଧି ଉପରେ ନଜର ରଖିଛନ୍ତି। ସରକାରଙ୍କ ନିୟମ ଅନୁସାରେ ଚାଷୀମାନଙ୍କୁ କ୍ଷତିପୂରଣ ଅର୍ଥ ପ୍ରଦାନ କରାଯିବ ବୋଲି ରେଞ୍ଜର ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ