ସାତ ଟି ପଞ୍ଚାୟତରେ ୨୭୫ ଜଣଙ୍କୁ ଭତ୍ତା ବାଣ୍ଟିଲେ ବିଧାୟକ

ଛତ୍ରପୁର, (ଦେବଦତ୍ତ ମହାରଣା) : ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ନଭେମ୍ବର ୦୨ ତାରିଖ ଦିନ ୭ ଗୋଟି ଗ୍ରାମ ପଞ୍ଚାୟତରେ ୨୭୫ ଜଣ ହିତାଧିକାରୀଙ୍କୁ ବୃଦ୍ଧ, ବୃଦ୍ଧା, ବିଧବା ଓ ଭିନ୍ନକ୍ଷମ ଭତ୍ତା ବଣ୍ଟନ କରିଥିଲେ । ଅରଖପୁର ପଞ୍ଚାୟତରେ ୨୭ ଜଣ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ କରିଥିବା ବେଳେ ବାଲିପଦର ପଞ୍ଚାୟତରେ ୩୯ ଜଣ, କଳମ୍ବ ପଞ୍ଚାୟତରେ ୪୬ ଜଣ, ପୋଚାଲୁଣ୍ଡି ପଞ୍ଚାୟତରେ ୩୯ ଜଣ, ଏ.କରଡ଼ାବାଡ଼ି ପଞ୍ଚାୟତରେ ୨୮ ଜଣ, ଅନ୍ତରପଡା ପଞ୍ଚାୟତରେ ୬୦ ଜଣ ଓ ପାଙ୍ଗିଡ଼ି ପଞ୍ଚାୟତରେ ୩୬ ଜଣ ହିତାଧିକାରୀଙ୍କୁ ବିଧାୟକ ଶ୍ରୀ ସାହୁ ଭତ୍ତା ବଣ୍ଟନ କରିଥିଲେ । ଏହି ସମସ୍ତ ପଞ୍ଚାୟତର କାର୍ଯ୍ୟକ୍ରମରେ ବୁଗୁଡା ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ, ମଦନ ଗୋପାଳ ଦୋରା, ସୁଧାଂଶୁ ଶେଖର ପାଢ଼ୀ, କବିରାଜ ଗୌଡ଼, କିଶୋର ଚନ୍ଦ୍ର ବେହେରା ଯୋଗଦେଇଥିଲେ । ଏଥିସହ ଅରଖପୁର ପଞ୍ଚାୟତ ସରପଞ୍ଚ ମଙ୍ଗୁଳୁ ଚରଣ ସେଠୀ, ବାଲିପଦର ପଞ୍ଚାୟତ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ଜେନା ଓ ସମିତି ସଭ୍ୟ ମହେନ୍ଦ୍ର ପ୍ରସାଦ ପଣ୍ଡା, କଳମ୍ବ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ପ୍ରଦୀପ କୁମାର ଜେନା, ପୋଚାଲୁଣ୍ଡି ପଞ୍ଚାୟତ ସରପଞ୍ଚ ବିଜୁଳି ଜେନା, ଏ.କରଡ଼ାବାଡ଼ି ପଞ୍ଚାୟତ ସରପଞ୍ଚ ଖଦାଳି ପ୍ରଧାନ, ଅନ୍ତରପଡା ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ସନ୍ତୋଷ କୁମାର ଭୋଳ, ଏବଂ ପାଙ୍ଗିଡ଼ି ପଞ୍ଚାୟତ ସରପଞ୍ଚ ସୁଶାନ୍ତ କୁମାର ଆପଟ ଓ ସମିତି ସଭ୍ୟ କୃଷ୍ଣ ରା ଙ୍କ ସମେତ ସମସ୍ତ ଗ୍ରାମ ପଞ୍ଚାୟତର ପିଇଓ ଓ ଜିଆରଏସ ବୃନ୍ଦ ଉପସ୍ଥିତ ଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ସାହୁ ବିଧାୟକ ହାତ ପାଣ୍ଠିରୁ ପ୍ରତି ପଞ୍ଚାୟତକୁ ୫ ଲକ୍ଷ ଟଙ୍କା ଲେଖାଏଁ ୩୫ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ