ସାତ ଦିନ ପରେ ଅଣସର ହୋହାଲ୍ଲାରେ ସରିଲା ପ୍ରସ୍ତୁତି ବୈଠକ

ବ୍ରହ୍ମଗିରି (ଜୁଗାବ୍ଦ ନ୍ୟୁଜ୍‍):ଆସନ୍ତା ୧୭ ତାରିଖରେ ଶ୍ରୀଜଗନ୍ନାଥଙ୍କ ସ୍ନାନ ପୂର୍ଣ୍ଣିମା । ଅଣସର ପିଣ୍ଡିରେ ଶ୍ରୀଜଗନ୍ନାଥ ପୂଜା ପାଇବେ । ତା ପର ଦିନ ଠାରୁ ବ୍ରହ୍ମଗିରି ପାଲଟିବ ଦ୍ୱିତୀୟ ଶ୍ରୀକ୍ଷେତ୍ର । ଶ୍ରୀଅଲାରନାଥ ପୀଠରେ ଆରମ୍ଭ ହେବ ଅଣସର ଯାତ୍ରା । ଅଣସରକୁ ମାତ୍ର ୭ ଦିନ ବାକି ଥିବା ବେଳେ ରବିବାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । କିନ୍ତୁ ଗତ ବର୍ଷ ଅଣସର ସମୟରେ ଅଲାରନାଥ ମନ୍ଦିରରୁ ସିସି କ୍ୟାମେରା ଓ ହୁଣ୍ଡି ଭାଙ୍ଗି ଚୋରି ଘଟଣାରେ ପ୍ରଶାସନ କିମ୍ବା ସେବାୟତ କମିଟି ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ସେଥିପାଇଁ ଆଜି ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ମଧ୍ୟ କୌଣସି ବିଭାଗକୁ କାମ ବଣ୍ଟା ଯାଇନଥିଲା । ଫାନି ବାତ୍ୟାରେ ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇଥିବାରୁ ଅଣସର ସମୟରେ ବିଦ୍ୟୁତ ସରବରାହ ସ୍ୱାଭାବିକ କରିବା ପାଇଁ କେବଳ ବିଭାଗୀୟ ଅଧିକାରୀଙ୍କୁ ସତର୍କ କରାଯାଇଥିଲା । ଆସନ୍ତା ମଙ୍ଗଳବାର ପୁନର୍ବାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ । ସେହି ଦିନ ଅଲାରନାଥ ପରିଚାଳନା ଟ୍ରଷ୍ଟ ତରଫରୁ ଯାନବାହନ ପାର୍କିଂ, ଜୋତା ଷ୍ଟାଣ୍ଡ, ଦୀପ ସମେତ ଅନ୍ୟାନ୍ୟ ନିଲାମ କରାଯିବ ବୋଲି ଅଲାରନାଥ ଟ୍ରଷ୍ଟି ତଥା ତହସିଲଦାର ଅଶୋକ କୁମାର ମହାନ୍ତିଙ୍କ ସୂତ୍ରରୁ ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ