ସାତ ବର୍ଷର କୁନି ଝିଅକୁ ଦୁଷ୍କର୍ମ ଅଭିଯୋଗ

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ କାଶିମ ପୁର ଗାଁରେ ମିଥୁନ ଦାସ(୨୦ ) ନାମକ ଜଣେ ଯୁବକ ୭ ବର୍ଷୀୟ ବାଳିକାକୁ ଦୁଷ୍କର୍ମ କରି ଫେରାର ହୋଇ ଯାଇଥିବା ବାଳିକାର ମା’ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ମିଥୁନ ସେହି କୁନି ବାଳିକାକୁ ଟ୍ୟୁସନ କରେ । ରବିବାର ସନ୍ଧ୍ୟା ବେଳେ ନିକଟରେ ଏକ ଘରେ ଟ୍ୟୁସନ କରିବାକୁ ଡାକି ନେଇଥିଲା । ସାଥିରେ କୁନି ବାଳିକାର ସାନଭାଇ ୫ ବର୍ଷର ବାଳକ ବି ଥିଲା । ପାଣି ଆଣିବାକୁ ସେହି ବାଳକ କୁ ପଠାଇ ଭିତର ପଟୁ କବାଟ ଦେଇ ଯୁବକ ଜଣକ ନୃସଂଶ କାର୍ଯ୍ୟ କରିଥିଲା । ବାଳିକା ଜଣକ ପାଟି କରି କାନ୍ଦିବାରୁ ତାକୁ ଜୀବନରୁ ମାରି ଦେଇ ନଈ କୁ ଫିଙ୍ଗି ଦେବ ବୋଲି ଧମକ ଦେଇଥିଲା । ସୌଭାଗ୍ୟ ବଶତଃ ବାଳିକାର ପିତା ସେଠାରେ ପହଞ୍ଚି ଉଲଗ୍ନ ଅବସ୍ଥାରେ ଝିଅକୁ ଦେଖି ହତବାକ ହୋଇ ଯାଇଥିଲେ । ଏହି ସମୟରେ ସେହି ଯୁବକ ଧକ୍କା ମାରି ସେ ସ୍ଥାନରୁ ଖସି ଯାଇଥିଲା । ମଙ୍ଗଳ ବାର କୁନି ବାଳିକାର ପିତାମାତା ଜିଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଥିଲେ । ଏଥି ସହିତ ଥାନା ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ବାଳିକାଟିର ଡାକ୍ତରି ମାଇନା କରାଯାଇଛି । ଏହି ଖବର ପ୍ରସାରଣ ପରେ ସାରା ଅଞ୍ଚଳରେ ଏହାକୁ ନିନ୍ଦା କରାଯିବା ସହିତ ଦୋଷୀକୁ କଠୋର ଦଣ୍ଡରେ ଦଣ୍ଡିତ କରିବାକୁ ମତ ପ୍ରକାଶ ପାଇଛି । ଏ ସଂକ୍ରାନ୍ତରେ ଧୂଷୁରୀ ଥାନାରେ କେଶ ନଂ ୮୫/ ୨୦୨୫ ରେ ଏକ ମାମଲା ରୁଜ୍ଜୁ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ