ସାତ ହିନ୍ଦୁସ୍ତାନୀରୁ ଦାଦା ସାହେବ ଫାଲକେ

ହିନ୍ଦି ସିନେମା ସେହନ୍ସୋ ତଥା ବିଗ ବି. ଅମିତାଭ ବଚ୍ଚନଙ୍କୁ ଭାରତୀୟ ସିନେ ଜଗତର ସର୍ବଶ୍ରେଷ୍ଠ ସମ୍ମାନ “ଦାଦା ସାହେବ ଫାଲକେ” ରେ ସମ୍ମାନୀତ କରାଯିବ । ଏନେଇ ମଙ୍ଗଳବାର ସୁଚନା ଓ ପ୍ରସାରଣତ୍ନ୍୍ରୀ ପ୍ରକାଶ ଜାଭେଦକର ଏକ ଘୋଷଣା କରି କହିଛନ୍ତି , କିମ୍ବଦନ୍ତୀ ଅଭିନେତା ଅମିତାଭ ବଚ୍ଚନ ଯିଏକି ପାଞ୍ଚ ଦଶନ୍ଧି ଧରି ଆମ ସମସ୍ତଙ୍କୁ ମନୋରଞ୍ଜନ କରାଇ ଆସୁଛନ୍ତି ଓ ତାଙ୍କର ସାରା ଜୀବନ ଫିଲ୍ମ ଦୁନିଆ ପାଇଁ ଉତ୍ସର୍ଗ କରିଥିବାରକୁ ଦାଦା ସାହେବ ଫାଲକେ ଆୱାର୍ଡରେ ସମ୍ମାନୀତ କରାଯିବ ।
ହିନ୍ଦି ସିନେ ଜଗତକୁ ଅମିତାଭଙ୍କ ଅବଦାନ –
୭୬ବର୍ଷୀୟ ଅମିତାଭ ବଚ୍ଚନ ୧୯୬୯ ମସିହାରେ ଫିଲ୍ମ ସାତ ହିନ୍ଦୁସ୍ଥାନୀରୁ ବଲିଉଡରେ ଡେବ୍ୟୁ କରିଥିଲେ । ପ୍ରାୟତଃ ପାଞ୍ଚ ଦଶନ୍ଧି ଧରି ସେ ନିଜର ଅଭିନୟ ମାଧ୍ୟମରେ ବଲିଉଡ ଠାରୁ ଆରମ୍ଭ କରି ଟେଲିଭିଜନ ସୋ ସମେତ ହଲିଉଡ ପର୍ଯ୍ୟନ୍ତ ସବୁଠି ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ସେ ତାଙ୍କ କ୍ୟାରିଅର ମଧ୍ୟରେ ୪ଟି ରଷ୍ଟ୍ରିୟ ପୁରସ୍କାର ଓ ୧୨ଟି ଫିଲ୍ମ ଫେୟାର ଆୱାର୍ଡ ପାଇଛନ୍ତି । ଭାରତ ସରକାରଙ୍କ ପକ୍ଷରୁ ୧୯୮୪ ମସିହାରେ ପଦ୍ମଶ୍ରୀ, ୨୦୦୧ରେ ପଦ୍ମଭୂଷଣ, ୨୦୧୫ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ବଲିଉଡର ଆଙ୍ରିମ୍ୟାନ ଭାବେ ପରିଚିତ ଅମିତାଭଙ୍କ ଅଭିନୟର ଯାଦୁ ମର୍ଦ, ସିଲିସିଲା, ଡନ, କାଲିଆ, ଦିୱାର, କୁଲି , ସୋଲେ, ପା, ବଦଲା, ପିଙ୍କ ଦେଖିବାକୁ ମିଳିଛି । ଅମିତାଭଙ୍କୁ ଦାଦା ସାହେବ ଫାଲକେ ଆୱାର୍ଡ ସମ୍ମାନରେ ସମ୍ମାନୀତ କରିବା ପାଇଁ ଘୋଷଣା ହେବା ତାଙ୍କୁ ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

କ’ଣ ଏହି ଦାଦା ସାହେବ ଫାଲକେ ଆୱାର୍ଡ –
ହିିନ୍ଦି ସିନେମାର ସର୍ବୋଚ୍ଚ ସମ୍ମାନ ହେଉଛି ଦାଦା ସାହେବ ଫାଲକେ ଆୱାର୍ଡ ୧୯୬୯ମସିହାରେ ପ୍ରଥମେ ଭାରତ ସରକାର ସିନେମା ଜଗତକୁ ନିଜର ଜୀବନକୁ ଉତ୍ସର୍ଗ କରିଦେଇଥିବା କଳାକାର ମାନଙ୍କୁ ଦାଦା ସାହେବ ଫାଲକେ ଆୱାର୍ଡ ପାଇଁ ଭାରତୀୟ ସିନେମା ଇଣ୍ଡଷ୍ଟ୍ରର କମିଟି ମନୋନୀତ କରିଥାନ୍ତି । ଏହି ଆୱାର୍ଡରେ ସମ୍ମାନୀତ ହୋଇଥିବା ବ୍ୟକ୍ତିଙ୍କୁ ଗୋଟିଏ ସ୍ୱର୍ଣ୍ଣକମଳ, ସାଲ ଓ ୧୦ ଲକ୍ଷ ଟଙ୍କା ପ୍ରାଇଜ ମିଳିଥାଏ । ହିନ୍ଦି ସିନେମାର ପିତା ଭାବେ ପରିଚିତ ଅଟନ୍ତି ଦାଦା ସାହେବ ଫାଲକେ । ହିନ୍ଦି ସିନେମା ଜଗତକୁ ତାଙ୍କର ଅବଦାନକୁ ମନେ ରଖିବା ପାଇଁ ଭାରତ ସରକାର ପ୍ରଥମେ ୧୯୬୯ ମସିହାରେ ଆରମ୍ଭ କରିଥିଲେ ଏହି ସମ୍ମାନ ଜନକ ପୁରସ୍କାର । ୧୯୧୩ ମସିହାରେ ଦାଦା ସାହେବ ଫାଲକେଙ୍କ ଦ୍ୱାରା ନିର୍ମିତ ଫିଲ୍ମ ରାଜା ହରିଶ୍ଚ ଚନ୍ଦ୍ର ହିନ୍ଦୀ ସିନେ ଜଗତର ପ୍ରଥମ ସିନେମା ଅଟେ ।

ଦାଦା ସାହେବ ଫାଲକେ ଆୱାର୍ଡ ପାଇଥିବା ବ୍ୟକ୍ତି-

୧୯୬୯ – ଦେବିକା ରାନୀ – ହିନ୍ଦୀ ସିନେ ଜଗତର ପ୍ରଥମ ଅଭିନେତ୍ରୀ
୧୯୭୦ – ବିରେନ୍ଦ୍ର ନାଥ – ପ୍ରେଯୋଜକ
୧୯୭୧ – ପୃଥ୍ୱୀରାଜ କପୁର – ଅଭିନେତା
୧୯୭୨ – ପଙ୍କଜ ମଲ୍ଲିକ – ସଙ୍ଗୀତ ନିର୍ଦ୍ଦେଶକ
୧୯୭୩ – ସୁଲୋଚନା – ଅଭିନେତ୍ରୀ
୧୯୭୪ – ବି.ଏନ. ରେଡ୍ଡୀ- ନିର୍ଦ୍ଦେଶକ
୧୯୭୫ – ଧୀରେନ ଗାଙ୍ଗୁଲି – ଅଭିନେତା
୧୯୭୬ – କାନନ ଦେବୀ – ଅଭିନେତ୍ରୀ
୧୯୭୭ – ନୀତିନ ବୋଷ – ସିନେମାଅଟୋଗ୍ରାଫର
୧୯୭୮- ରଏ ଚନ୍ଦ୍ର ବରାଳ – ଅଭିନେତା
୧୯୭୯- ସୋହରାବ ମୋଦୀ – ପାର୍ସୀ ଷ୍ଟେଜ ଓ ଫିଲ୍ମ ଅଭିନେତା
୧୯୮୦ – ପି . ଜୟୀରାଜ – ଅଭିନେତା
୧୯୮୧ – ନଉସାଦ – ସଙ୍ଗୀତ ନିର୍ଦ୍ଦେଶକ
୧୯୮୨ – ଏଲ.ଭି. ପ୍ରସାଦ – ନିର୍ଦ୍ଦେଶକ
୧୯୮୩ – ଦୁର୍ଗା ଖୋଟେ – ଅଭିନେତ୍ରୀ
୧୯୮୪ – ସତ୍ୟଜିତ ରଏ – ଅଭିନେତା
୧୯୮୫- ଭି. ସାନ୍ତାରାମ – ନିର୍ଦ୍ଦେଶକ
୧୯୮୬ – ବି. ନାଗି ରେଡ୍ଡୀ – ପ୍ରେଯାଜକ
୧୯୮୭ – ରାଜ କପୁର – ଅଭିନେତା
୧୯୮୮- ଅଶୋକ କୁମାର – ଅଭିନେତା
୧୯୮୯ – ଲତା ମଙ୍ଗେସକର – ଗାୟିକା
୧୯୯୦ – ଅକିନୀନ ନାଗେଶ୍ୱର ରାଓ – ଅଭିନେତା
୧୯୯୧ – ବାଲଚନ୍ଦ୍ର ଗୋବିନ୍ଦ – ନିର୍ଦ୍ଦେଶକ
୧୯୯୨ – ଭୁପେନ୍ଦ୍ର ହଜାରିକା – ନିର୍ଦ୍ଦେଶକ
୧୯୯୩ – ମଦୁରହ ସୁଲତାନ ପୁରୀ – ଗୀତିକାର
୧୯୯୪ – ଦିଲ୍ଲୀପ କୁମାର – ଅଭିନେତା
୧୯୯୫ – ଡଃ . ରାଜକୁମାର – ଅଭିନେତା
୧୯୯୬ – ସିବାଜୀ ଗଣେସନ – ଅଭିନେତା
୧୯୯୭ – କବି ପାରାଦୀପ – ଲାଇରିକ
୧୯୯୮ – ରବି ଚୋପ୍ରା – ନିର୍ଦ୍ଦେଶକ
୧୯୯୯- ହ୍ରିଶକେଶ ମୁଖାର୍ଜୀ – ନିର୍ଦ୍ଦେଶକ
୨୦୦୦ – ଆଶା ଭୋସେଁଲ – ଗାୟିକା
୨୦୦୧ – ୟଶ ଚୋପ୍ରା – ନିର୍ଦ୍ଦେଶକ
୨୦୦୨ – ଦେବ ଆନନ୍ଦ – ଅଭିନେତା
୨୦୦୩- ମ୍ରିଣାଲ ସେନ – ନିର୍ଦ୍ଦେଶକ
୨୦୦୪ – ଅଦୁର ଗୋପାଲ କୃଷ୍ଣ – ନିର୍ଦ୍ଦେଶକ
୨୦୦୫- ବ୍ରିଜ ଭୁଷଣ ଚଟ୍ଟୋପଧାୟ – ନିେର୍ଦ୍ଦେଶକ
୨୦୦୬ – ଶ୍ୟାମ ବେଙ୍ଗଲ – ନିର୍ଦ୍ଦେଶକ
୨୦୦୭ – ମନ୍ନା ଦେ – ଗାୟକ
୨୦୦୮ – ବି.କେ. ମୋର୍ଥେ – ସିନେଅଟୋଗ୍ରାଫର
୨୦୦୯ – ଡି. ଋାମା ନାଇଡୁ – ପ୍ରଯୋଜକ
୨୦୧୦- କେ. ବାଲେଚନ୍ଦ୍ର – ଅଭିନେତା
୨୦୧୧ – ସୌମିତ୍ର ଚାଟାର୍ଜୀ – ଅଭିନେତା
୨୦୧୨- ପ୍ରାଣ – ଅଭିନେତା
୨୦୧୩- ଗୁଲଜାର – ସଙ୍ଗୀତ ନିର୍ଦ୍ଦେଶକ
୨୦୧୪- ଶଶି କପୁର – ଅଭିନେତା
୨୦୧୫ – ମନୋଜ କୁମାର – ଅଭିନେତା
୨୦୧୬ – କେ. ବିଶ୍ୱନାଥ – ନିର୍ଦ୍ଦେଶକ
୨୦୧୭- ବିନୋଦ ଖାନ୍ନା – ଅଭିନେତା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ