ସାଥିଆ ମହିଳା ମଣ୍ଡଳ ପକ୍ଷରୁ ରଣପଡାରେ ଶୁଖିଲା ଖାଦ୍ୟ ବଂଟନ

କେନ୍ଦ୍ରାପଡା (ଚିତରଞ୍ଜନ ଦାସ) : ପୈାରାଚଂଳ ଅନ୍ତର୍ଗତ ରଣପଡା ଗ୍ରାମରେ ସାଥିଆ ମହିଳା ମଣ୍ଡଳ ପକ୍ଷରୁ ଦିନମଜୁରିଆ ପରିବାର ଗୁଡିକୁ ଶୁଖିଲା ଖାଦ୍ୟ ଯଥା ଚୁଡା,ବିସ୍କୁଟ,ପାଉଁରୁଟି,କେକ ଓ ମାସ୍କ ପ୍ରଭୃତି ବଂଟନ କରାଯାଇଛି । କରୋନା ଭୂତାଣୁ ସଂକ୍ରମଣ ଜନିତ କାରଣରୁ ସେମାନେ କାମକୁ ଯାଇ ନପାରି ଘରେ ରହୁଥିବାରୁ ସେମାନଙ୍କୁ ମହିଳା ମଣ୍ଡଳ ସଭାପତି ସହିଦା ବିବିଙ୍କ ନେତୃତ୍ୱରେ ଏହିସବୁ ଜିନିଷ ବଂଟନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳର ସଦସ୍ୟା ସଞ୍ଜିଦା ବେଗମ,ରାତୁନା ବିବି,ଲଜମା ବିବି,ମଇନା ବିବି,ରାଜେଦା ବିବି,ଜାଏରା ବିବି,ଓଫିଆ ବିବି,ସାଜିଦା ବିବି,ନିଖତ ବିବି ପ୍ରମୁଖ ଉପସ୍ଥିତ ଥିଲେ । ୧୩ନମ୍ବର ୱାର୍ଡର ବିଜେଡି ସଭାପତି ସେଖ ୟୁସୁଫ ସେମାନଙ୍କୁ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ