ସାଥୀଙ୍କୁ ମନେଇବାର ଉପାୟ
ପ୍ରେମ ଏକ ସୁନ୍ଦର ଅନୁଭବ । ପ୍ରେମର କୌଣସି ପରିଭାଷା ନାହିଁ । ପ୍ରେମ ଜୀବନରେ ରୋମାଞ୍ଚ ଭରେ । ନୂଆ ନୂଆ ପ୍ରେମ ହେଲେ ସବୁ କିଛି ଭଲ ଲାଗେ । ସର୍ବଦା ନିଜ ସାଥୀଙ୍କ ସହ କଥା ହେବାକୁ ଇଚ୍ଛା ହୁଏ । ସାଥୀଙ୍କ ସବୁ କଥା ଭାରି ଭଲ ଲାଗେ । କିନ୍ତୁ ଧୀରେ ଧୀରେ ମନୋମାଳିନ୍ୟ ଏବଂ ମତଭେଦ ହୁଏ । କୌଣସି କାରଣରୁ କଳହ ହୁଏ । ସମ୍ପର୍କରେ ଫାଟ ସୃଷ୍ଟି ହୁଏ । ପ୍ରେମ ଫିକା ପଡ଼ିବାକୁ ଲାଗେ । ପରେ ଏପରି ଏକ ସମୟ ଆସି ପହଞ୍ଚେ ଯେତେବେଳେ ସମ୍ପର୍କ ତୁଟିଯାଏ । ପୂର୍ବ ଭଳି ଏକ୍ସାଇଟମେଣ୍ଟ ଦେଖିବାକୁ ମିଳେ ନାହିଁ । ନିଜ ସମ୍ପର୍କକୁ ପୂର୍ବଭଳି ମଜଭୁତ କରିବାକୁ ଅନେକ ଉପାୟ ରହିଛି । ଏହି ସବୁ ଉପାୟ ଆପଣେଇ ସମ୍ପର୍କରେ ପୂର୍ବ ଭଳି ରୋମାଞ୍ଚ ଭରିପାରିବେ । ତେବେ ଜାଣନ୍ତୁ ଏହାର ଉପାୟ ।
ଯଦି ଆପଣ ନିଜ ସମ୍ପର୍କକୁ ଫେରାଇବାକୁ ଚାହୁଁଛନ୍ତି, ତେବେ ପାର୍ଟନରଙ୍କ ସହ ମିଶି କାର୍ଯ୍ୟ କରନ୍ତୁ । ନିଜ ପାର୍ଟନରଙ୍କ ସହ ମିଶି ଡ୍ୟାନ୍ସ, ଯୋଗ, ଇଭିନିଂ ବା ମର୍ଣ୍ଣି ୱାକ୍ କରନ୍ତୁ । ଏପରି କରିବା ଦ୍ୱାରା ସମ୍ପର୍କ ସୁଧୁରିଯିବ । ସମ୍ପର୍କକୁ ପୂର୍ବ ଭଳି ରଖିବାକୁ ଚାହୁଁଥିଲେ ନିଜ ସାଥୀଙ୍କୁ ସରପ୍ରାଇଜ ଦେବା ଭୁଲନ୍ତୁ ନାହିଁ । ନିଜ ସାଥୀଙ୍କୁ ଗିଫ୍ଟ ଦିଅନ୍ତୁ । ଲଭ ଲାଇଫ୍କୁ ରୋମାଞ୍ଚରେ ଭରିବା ଲାଗି ନିଜ ସାଥୀଙ୍କୁ ସରପ୍ରାଇଜ ଟ୍ରିପ ପ୍ଲାନ କରନ୍ତୁ । ପ୍ରଥମ ଡେଟରେ ବିତାଇଥିବା ସ୍ମୃତିକୁ ତାଜା କରିବାକୁ ସେହି ଜାଗାକୁ ପୁଣି ଥରେ ଯାଆନ୍ତୁ । ଭଲ ଲାଗିବ । ନିଜ ପ୍ରେମକୁ ନୂଆ ରୂପ ଦେବା ପାଇଁ କିଛି ନୂଆ କରିବାର ଚେଷ୍ଟା କରନ୍ତୁ । କୌଣସି ଶାନ୍ତ ଜାଗାରେ ନିଜ ପାର୍ଟନର୍ଙ୍କ ହାତ ଧରନ୍ତୁ । ସେ ଆପଣଙ୍କ ପାଇଁ ସବୁବେଳେ ଖାସ୍ ଏହା ତାଙ୍କୁ ଜଣାନ୍ତୁ । ଦେଖିବେ ଲଭ୍ ଲାଇଭ ବୋରିଂ ବଦଳରେ ମଧୁର ହୋଇଯିବ ।