ସାଥୀ ଥାଇ ବି ଯୁବତୀ ଚାହୁଛନ୍ତି ବ୍ୟାକ୍ଅପ୍ ପାର୍ଟନର
ଆଜିକାଲି ସମ୍ପର୍କରେ ଅସୁରକ୍ଷିତ ଭାବନା ଲଗାତର ବଢ଼ିବାରେ ଲାଗିଛି। ରିଲେସନଶିପ୍ରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ଲୋକେ ପରସ୍ପର ଉପରେ ଭରସା କରିବାରେ ଡରୁଛନ୍ତି। ସାଥୀ ସବୁବେଳେ ସାଥ୍ ଦେବେ କି ନାହିଁ, ଏହି ଡର ଗାର୍ଲଫ୍ରେଣ୍ଡ-ବୟଫ୍ରେଣ୍ଡ କିମ୍ବା ଲଙ୍ଗ ଡିଷ୍ଟାନ୍ସ ରିଲେସନଶିପ୍ରେ ରହିଥାଏ। ହୁଏତ ଏହା ଆପଣଙ୍କୁ ବିଶ୍ବାସ ନ ହୋଇପାରେ, କିନ୍ତୁ ଏକଥା ସତ ଯେ ଆଜିକାଲି ରିଲେସନଶିପ୍ରେ ମଧ୍ୟ ପ୍ଲାନ୍ ବି ଆପଣା ଯାଉଛି। ପ୍ଲାନ୍ ବି ଅର୍ଥାତ୍ ବ୍ୟାକ୍ଅପ୍ ପାର୍ଟନର। ଏକ ସର୍ଭେରୁ ଏହି ସୂଚନା ମିଳିଛି।
ଡେଲିମେଲ୍ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ପାଖାପାଖି ୫୦ ପ୍ରତିଶତ ମହିଳା ନିଜ ବ୍ରେକ୍ଅପ୍ ସମୟ ପାଇଁ ବ୍ୟାକ୍ଅପ୍ ପ୍ଲାନ୍ ରଖିଥାନ୍ତି। ଏହାର ଅର୍ଥ ହେଉଛି ମହିଳାଙ୍କ ମସ୍ତିଷ୍କରେ ଜଣେ ଅନ୍ୟ ପୁରୁଷ ଥାଆନ୍ତି। ଯାହାଙ୍କୁ ସେମାନେ ବ୍ରେକ୍ଅପ୍ ସମୟରେ ପ୍ଲାନ୍ ବି ଭାବେ ବ୍ୟବହାର କରିଥାନ୍ତି। ସବୁଠାରୁ ଚକିତ କରିବା ଘଟଣା ହେଉଛି ଦ୍ବିତୀୟ ବିକଳ୍ପ ରଖିବା ମାମଲାରେ ରିଲେସନଶିପ୍ରେ ରହିଥିବା ମହିଳାଙ୍କ ଅପେକ୍ଷା ବିବାହିତ ମହିଳା ଅଧିକ ଆଗରେ ରହିଛନ୍ତି। ତେବେ ଏହି ବ୍ୟାକ୍ଅପ୍ ପାର୍ଟନର କିଏ? ସର୍ଭେ ଅନୁସାରେ ଅଧିକାଂଶ କ୍ଷେତ୍ରରେ ବ୍ୟାକ୍ଅପ୍ ପାର୍ଟନର କୌଣସି ପୁରୁଣା ବନ୍ଧୁ ବି ହୋଇପାରନ୍ତି, ଯାହାଙ୍କ ହୃଦୟରେ ଉକ୍ତ ମହିଳାଙ୍କ ପାଇଁ ପୂର୍ବରୁ ଖାସ୍ ଫିଲିଙ୍ଗସ୍ ରହିଥାଏ। ଏହି ପୁରୁଷ ପୂର୍ବତନ ବୟଫ୍ରେଣ୍ଡ କିମ୍ବା ପୂର୍ବତନ ପତି ମଧ୍ୟ ହୋଇପାରନ୍ତି। ସର୍ଭେ ଅନୁସାରେ ଦ୍ବିତୀୟ ବିକଳ୍ପ ଭାବେ ଅଫିସ୍ର କୌଣସି ସହକର୍ମଚାରୀ କିମ୍ବା ଜିମ୍ ଫ୍ରେଣ୍ଡ ମଧ୍ୟ ମହିଳାଙ୍କ ମନରେ ଥାଇପାରନ୍ତି।
ସୂଚନାଯୋଗ୍ୟ ଯେ ଏହି ସର୍ଭେରେ ପାଖାପାଖି ୧୦୦୦ ଜଣ ମହିଳା ସାମିଲ୍ ହୋଇଥିଲେ। ଏମାନଙ୍କ ମଧ୍ୟରୁ ଅଧିକାଂଶ ମହିଳାଙ୍କ କହିବା କଥା ଥିଲା, ସେମାନେ ଏଭଳି ପ୍ଲାନ୍ ବି’ରେ ଉକ୍ତ ପୁରୁଷଙ୍କୁ ସାମିଲ୍ କରିଥାନ୍ତି, ଯାହାଙ୍କୁ ଦୀର୍ଘ ସମୟରୁ ଜାଣିଥାନ୍ତି। ସେହିପରି ପ୍ରତ୍ୟେକ ୧୦ ଜଣରେ ଜଣେ ମହିଳାଙ୍କ କଥା ଥିଲା, ତାଙ୍କ ବ୍ୟାକ୍ ଅପ୍ ପାର୍ଟନର ନିଜ ଭାବନାକୁ ପୂର୍ବରୁ ପ୍ରକାଶ କରି ସାରିଛନ୍ତି। ଅଧିକାଂଶ ମହିଳା ଆହୁରି ମଧ୍ୟ କହିଥିଲେ ଯେ ଜଣକ ସହିତ ରିଲେସନଶିପ୍ରେ ଥିଲାବେଳେ ମଧ୍ୟ ସେମାନେ ଅନ୍ଦାଜ ଲଗାଇଥାନ୍ତି, ସେମାନଙ୍କର ପ୍ଲାନ୍ ବି କିଏ ହୋଇପାରିବେ।
କେତେକ ଯୁବତୀ ଏହା ମଧ୍ୟ ସ୍ବୀକାର କରିଥିଲେ ଯେ ସେମାନଙ୍କର ବ୍ୟାକ୍ଅପ୍ ପାର୍ଟନରଙ୍କ ପାଇଁ ଠିକ୍ ସେହିଭଳି ଅନୁଭବ କରିଥାନ୍ତି, ଯେଉଁଭଳି ଭାବେ ନିଜ ବର୍ତ୍ତମାନର ପାର୍ଟନରଙ୍କ ପାଇଁ କରୁଛନ୍ତି। ସର୍ଭେ ଅନୁସାରେ ୧୨ ପ୍ରତିଶତ ମହିଳାଙ୍କ କହିବା କଥା ଥିଲା, ତାଙ୍କ ବର୍ତ୍ତମାନର ପାର୍ଟନରରଙ୍କ ତୁଳନାରେ ପ୍ଲାନ୍ ବି ପାର୍ଟନରଙ୍କ ଆଡ଼କୁ ତାଙ୍କ ଫିଲିଙ୍ଗସ୍ ଅଧିକ ଷ୍ଟ୍ରଙ୍ଗ ରହିଥାଏ। ସର୍ଭେରେ ଭାଗ ନେଇଥିବା ଅଧିକାଂଶ ମହିଳା ଏହା ମଧ୍ୟ ସ୍ବୀକାର କରିଛନ୍ତି ଯେ ତାଙ୍କ ବର୍ତ୍ତମାନର ପାର୍ଟନର ତାଙ୍କ ବ୍ୟାକ୍ଅପ୍ ପ୍ଲାନ୍ ସମ୍ପର୍କରେ ଜାଣିଥାନ୍ତି। ସର୍ଭେ ଅନୁସାରେ କେତେକ ମହିଳାଙ୍କ ପାର୍ଟନର ବ୍ୟାକ୍ଅପ୍ ପ୍ଲାନ୍ ସହିତ ଜଡ଼ିତ କଥା ଥଟ୍ଟା ମଜାରେ ନିଅନ୍ତି ତ ଆଉ କେତେକ ଲୋକେ ବ୍ୟାକ୍ଅପ୍ ପ୍ଲାନ୍ ସମ୍ପର୍କରେ ଜାଣିବା ପରେ ଅସହଜ ଅନୁଭବ କରିଥାନ୍ତି।
ସର୍ଭେ ରିପୋର୍ଟ ଅନୁସାରେ ଆଉ କେତେକ ମହିଳାଙ୍କ କହିବା କଥା ହେଉଛି, ତାଙ୍କ ବ୍ୟାକ୍ଅପ୍ ପାର୍ଟନର ବର୍ତ୍ତମାନର ପାର୍ଟନରଙ୍କର ହିଁ ବନ୍ଧୁ ହୋଇଥାନ୍ତି। ସେହିପରି ସର୍ଭେରେ ସାମିଲ୍ ହୋଇଥିବା ଆଉ କେତେକ ମହିଳା ନିଜ ପ୍ଲାନ୍ ବିକୁ ନେଇ ସମ୍ପୂର୍ଣ୍ଣ ଭାବେ ସୁନିଶ୍ଚିତ ନୁହନ୍ତି। ଏକ ଅନ୍ଲାଇନ୍ ମାର୍କେଟ୍ ରିସର୍ଚ୍ଚ କମ୍ପାନୀ ପକ୍ଷରୁ କରାଯାଇଥିବା ଏହି ସର୍ଭେରେ କୁହାଯାଇଛି ଯେ ମହିଳାଙ୍କ ପ୍ଲାନ୍ ବି ଉପରେ କରାଯାଇଥିବା ଏହି ସର୍ଭେର ପରିଣାମ ଚିନ୍ତାଜନକ। ଏହି ଖବର କେତେକ ପୁରୁଷଙ୍କୁ ମଧ୍ୟ ଚିନ୍ତାରେ ପକାଇ ପାରେ। ହୋଇପାରେ ସେମାନେ ତାଙ୍କ ପାର୍ଟନରଙ୍କୁ ନେଇ ପୂର୍ବରୁ ସଜାଗ ହୋଇପାରନ୍ତି କିମ୍ବା ତାଙ୍କ ସହିତ ଭଲ ବ୍ୟବହାର ପ୍ରଦର୍ଶନ କରିପାରନ୍ତି। ଯାହାଫଳରେ ତାଙ୍କ ଗାର୍ଲଫ୍ରେଣ୍ଡ କିମ୍ବା ପତ୍ନୀଙ୍କୁ ପ୍ଲାନ୍ ବି’ର ଆବଶ୍ୟକତା ପଡ଼ିବ ନାହିଁ।