ସାଧନ ବିଦ୍ୟା ମନ୍ଦିର ବାର୍ଷିକ କ୍ରୀଡା ଉଦ୍‌ଘାଟିତ: ଭାଗ ନେଲେ ୧୦୦ ଛାତ୍ରଛାତ୍ରୀ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍‌): ସୋମବାର ବନ୍ତ ବ୍ଲକ ନିଳୋକସ୍ଥିତ ସାଧନା ବିଦ୍ୟା ମନ୍ଦିରର ୧୪ତମ ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ସରପଞ୍ଚ ଅଶୋକ କୁମାର ମହାନ୍ତି ଏହାକୁ ପ୍ରଦୀପ ପ୍ରଜ୍ଜେ୍ୱାଳନ ପୂର୍ବକ ଉଦ୍‌ଘାଟନ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ବିଶ୍ୱନାଥ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ହରି ନାରାୟଣ ମହାନ୍ତି, ସମ୍ମାନୀତ ଅତିଥି ଭାବେ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ସଭାପତି ପଦ୍ମଲୋଚନ ବାରିକ, ଶିକ୍ଷାବିତ୍ ବାବାଜି ଚରଣ ଦଳେଇ, ଅବସରପ୍ରାପ୍ତ ଶିକ୍ଷକ ହୃଷିକେଶ ବାରିକ, ଭାସ୍କର ଚନ୍ଦ୍ର ସେନାପତି ପ୍ରମୁଖ ଯୋଗ ଦେଇ ଗ୍ରାମାଞ୍ଚଳରେ କୁନି କୁନି ପ୍ରତିଭା ମାନଙ୍କର ବିକାଶ କ୍ଷେତ୍ରରେ କ୍ରୀଡା ପ୍ରତିଯୋଗିତା ସହାୟକ ହୋଇଥାଏ ବୋଲି କହିଥିଲେ । ଶିକ୍ଷକ ଦିଗମ୍ବର ସେଠୀ ଅତିଥି ପରିଚୟ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସିଲିରାଣୀ ବାରିକ, ବୀଣାପାଣି ଜେନା, କାଦମ୍ବିନୀ ସେନାପତି, ରୀନାବାଳା ରଥ, ପ୍ରିୟଙ୍କା ସାହୁ, ସୁନୀତା ଜେନା, ଜୟନ୍ତ ମହାପାତ୍ର, ଧବଳେଶ୍ୱର ସ୍ୱାଇଁ, ବିଜୟ କୁମାର ପଣ୍ଡା, ମିତାଞ୍ଜଳୀ ସେଠୀ, ରମେଶ ଚନ୍ଦ୍ର ବାରିକ ସହଯୋଗ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ମୋଟ ୧୦୦ ଜଣ ଛାତ୍ରଛାତ୍ରୀ ଜୁନିୟର ଓ ସିନିୟର ବର୍ଗରେ ଭାଗ ନେଇଥିଲେ । କୃତୀ ପ୍ରତିଯୋଗୀ ମାନଙ୍କୁ ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ । ମଂଗଳବାର ଏହି କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ