ସାଧାରଣଙ୍କ ସମସ୍ୟାକୁ କନିଷ୍ଠ ଯନ୍ତ୍ରୀଙ୍କ ଅଣଦେଖା : କାର୍ଯ୍ୟାନୁଷ୍ଠାନ ଦାବି କଲେ ଜନପ୍ରତିନିଧି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଜନ ସାଧାରଣଙ୍କ ସମସ୍ୟା ସମାଧାନ ପାଇଁ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ସାକ୍ଷାତ କରି ଜନ ପ୍ରତିନିଧିଙ୍କ ଅନୁରୋଧକୁ ଯନ୍ତ୍ରୀ ପ୍ରତ୍ୟାଖାନ କରିବା ସହ ପରୋକ୍ଷରେ ଧମକ ଦେବା ନେଇ ଜନପ୍ରତିନିଧିମାନେ ସଂପୃକ୍ତ ଯନ୍ତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଘଟଣାରୁ ପ୍ରକାଶ ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଗରଡମା ଗ୍ରାମପଞ୍ଚାୟତର କନିଷ୍ଠଯନ୍ତ୍ରୀଙ୍କୁ ତୁରନ୍ତ ବଦଳି କରିବା ପାଇଁ ଜନ ପ୍ରତିନିଧିମାନେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଗତକାଲି ଗରଡମା ପଞ୍ଚାୟତର ଜନପ୍ରତିନିଧିମାନେ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ସେମାନେ ଜଣାଇଛନ୍ତି ଯେ, ଗରଡମା ଗ୍ରାମ ପଞ୍ଚାୟତରେ ପ୍ରଦୀପ କୁମାର ସେଠି କନିଷ୍ଠଯନ୍ତ୍ରୀ ଭାବେ ଦାଇତ୍ୱ ତୁଲାଇ ଆସୁଛନ୍ତି । ସେ ଏହି ପଞ୍ଚାୟତର ଦାୟୀତ୍ୱ ନେବା ଠାରୁ ପଞ୍ଚାୟତର କୌଣସି ବିକାଶ ମୂଳକ କାମ ହେଉନାହିଁ । ଏହି ପଞ୍ଚାୟତରେ କୌଣସି ଧନୀ ବ୍ୟକ୍ତିମାନେ ନାହାନ୍ତି । ଯେ ଘର କାମ ଗୁଡିକ କୌଣସି ବିଲ୍ ନପାଇ କାମ ସମ୍ପୂର୍ଣ୍ଣ କରିବା ସେମାନଙ୍କ ପାଇଁ କଷ୍ଟକର ବ୍ୟାପାର । କୌଣସି ଫାଉଣ୍ଡେସନ ବିଲ୍ କିମ୍ବା ଲିଣ୍ଟାଲ୍ ଲେବେଲ ବିଲ୍ ନକରି ଘର ପୂର୍ଣ୍ଣଙ୍ଗ କରିବାକୁ କହି ବିଲ୍ କରୁନାହାନ୍ତି । ନମୂନା ଭାବେ ଗରଡମାର ମିଶନ ଶକ୍ତି ଗୃହ, ବାଲିମା ଗ୍ରାମର ଅଙ୍ଗନବାଡି କେନ୍ଦ୍ର, ଗୋପିନାପୁର ଗ୍ରାମର ଅଙ୍ଗନବାଡି କେନ୍ଦ୍ର, ଗରଡମା ଗ୍ରାମ ଡିନାସାହିର ଅଙ୍ଗନବାଡିକେନ୍ଦ୍ର, କାମ୍ବାଲଡୁ ଗ୍ରାମର ଅଙ୍ଗନବାଡି କେନ୍ଦ୍ର ଓ ଅନ୍ୟାନ୍ୟ କାମ ଗୁଡିକ ପୂର୍ଣ୍ଣଙ୍ଗ କରିବାକୁ କହୁଛନ୍ତି । ଏକ ମାସ ମଧ୍ୟରେ କାମ ସାରିବାକୁ କହୁଛନ୍ତି । ଜନପ୍ରତିନିଧିମାନଙ୍କ କଥାକୁ ଜମା ଶୁଣନ୍ତି ନାହିଁ । ଲୋକଙ୍କ କଷ୍ଟ ଦେଖି ଆମ୍ଭେ ଜନ ପ୍ରତିନିଧିମାନେ ସମ୍ପୃକ୍ତ ଯନ୍ତ୍ରୀଙ୍କ ନିକଟକୁ ଯାଇ ସମସ୍ୟା ସମ୍ପର୍କରେ ଅବଗତ କରିବା ସହ ସମାଧାନ ପାଇଁ ଅନୁରୋଧ କରିଥିଲୁ । ହେଲେ ସମ୍ପୃକ୍ତ ଯନ୍ତ୍ରୀ ଆମ୍ଭ ମାନଙ୍କୁ ବିଭିନ୍ନ ଗାଳିଗୁଲଜ ତୁମ୍ଭେମାନେ କିଏ ଏ ସବୁ ପଚାରିବାକୁ କିଏ ବୋଲି ନାଲି ଆଖି ଦେଖାଇ ଧମକ ଦେଇ ତୁରନ୍ତ ଚାଲିଯିବାକୁ କହିଥିଲେ । ଜନ ପ୍ରତିନିଧି ହିସାବରେ ସାଧାରଣଙ୍କ ସମସ୍ୟା ନେଇ ଆମେ ଯନ୍ତ୍ରୀଙ୍କୁ ଅନୁରୋଧ କରିବା ଭୂଲ ନୂହେଁ । ଏଭଳି ଦାୟୀତ୍ୱ ହୀନ ଓ ଜନପ୍ରତିନିଧିଙ୍କୁ ଧମକ ଦେଉଥିବା ଯନ୍ତ୍ରୀଙ୍କ ବିରୁଦ୍ଧାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲ୍ଲା ପ୍ରଶାସନକୁ ଲିଖିତ ଭାବେ ଅନୁରୋଧ ଜଣାଇଲୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ