ସାଧାରଣତନ୍ତ୍ର ଦିବସକୁନିଶିଳ୍ପୀ ଉଡ଼ାଇଲେ ଆମେ ଭାରତୀୟତାର ପ୍ରତୀକାତ୍ମକ ପତାକା

ଭୁବନେଶ୍ୱର- : ରାଷ୍ଟ୍ରୀୟ ପର୍ବ ସାଧାରଣତନ୍ତ୍ର ଦିବସକୁ ଉତ୍ସାହ, ଉଦ୍ଦୀପନା ଓ ଟିକେ ନିଆରା ଢଙ୍ଗରେ ପାଳିବା ପାଇଁ ସ୍ଥାନୀୟ ପୋଖରୀପୁଟସ୍ଥିତ ‘ଚିତ୍ରଶାଳା’ ଚିତ୍ରଶିକ୍ଷା ଅନୁଷ୍ଠାନରେ ଏକ ସ୍ୱତନ୍ତ୍ର ପରିବେଶ ତିଆରି ହୋଇଛି । ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଇନ୍ଦ୍ରପ୍ରସ୍ଥ କଲୋନୀର ଫେଜ୍‌-୨ରେ ଥିବା ଏହି ଅନୁଷ୍ଠାନରେ ତ୍ରିରଙ୍ଗାକୁ ଏକତାର ଶକ୍ତି ସ୍ୱରୂପ ପ୍ରତୀକାତ୍ମକ ଭାବେ ସଜାଯାଇଛି । ଗୋଟିଏ ଗୋଟିଏ ଆଙ୍ଗୁଠି ଯୋଡ଼ି ହୋଇ ଯେଭଳି ହାତର ମୁଠା ହୁଏ ଓ ଅଧିକ ସଶକ୍ତ ହୁଏ, ସେଭଳି
ଜାତି, ଧର୍ମ, ବର୍ଣ୍ଣ ଓ ଲିଙ୍ଗ ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ ବୋଲି ତ୍ରିରଙ୍ଗାରେ ହାତମୁଠାର ଚିତ୍ରକୁ ସ୍ଥାନିତ କରି ସୁନ୍ଦର ବାର୍ତ୍ତା ଦେଇଛି ଚିତ୍ରଶାଳା । ଚିତ୍ରଶାଳାର କୁନି ଶିଳ୍ପୀମାନେ ତ୍ରିରଙ୍ଗା ପତାକାରେ ଆମେ ଭାରତୀୟତାର ଭାବନାରେ ଯୋଡ଼ି ହେବା ସହିତ ଭାରତୀୟ ଗଣତନ୍ତ୍ର ଏବଂ ସମ୍ବିଧାନ ପ୍ରଣୟନର ସ୍ମୃତିକୁ ମନେ ରଖିବା ଦିଗରେ ଚିତ୍ରଶାଳାର ଏଭଳି ଉଦ୍ୟମ ସଫଳ ହୋଇଛି ବୋଲି ସୂଚାଇଛନ୍ତି ଅନୁଷ୍ଠାନର ପ୍ରତିଷ୍ଠାତା ଅନସୂୟା ସାହୁ । ଚିତ୍ରଶିଳ୍ପୀ ସୁସ୍ମିତାରାଣୀ ରାଉତଙ୍କ ତତ୍ତ୍ୱାବଧାନରେ କୁନି ଚିତ୍ରଶିଳ୍ପୀମାନେ ଉକ୍ତ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ । ବିଭିନ୍ନତା ମଧ୍ୟରେ ଏକତା ଆମ ମୂଳମନ୍ତ୍ର ଓ ଆମ ହାତମୁଠାରେ ଆମର ସୁରକ୍ଷିତ ଗଣତନ୍ତ୍ରର ମହତ୍ ବାର୍ତ୍ତାକୁ କୁନି ଶିଳ୍ପୀମାନେ ଉଜ୍ଜୀବିତ କରିଥିବାରୁ ସାମାଜିକ କର୍ମୀ ସୁଶାନ୍ତ ସାହୁ ଏଭଳି ଉଦ୍ୟମକୁ ସାଧୁବାଦ ଜଣାଇଛନ୍ତି । ଭୁବନେଶ୍ୱରସ୍ଥିତ ବି.ଆଇ ପ୍ରୋଫେସନାଲସ୍ ସଂସ୍ଥା ପକ୍ଷରୁ ଚିତ୍ରଶିଳ୍ପୀଙ୍କ ଏହି ନିଆରା ପଦକ୍ଷେପକୁ ପ୍ରଶଂସା କରାଯିବା ସହ ଆବଶ୍ୟକୀୟ ଚିତ୍ର ସାମଗ୍ରୀ ଯୋଗାଇ ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ