ସାଧାରଣତନ୍ତ୍ର ଦିବସରେ ପ୍ଲାଷ୍ଟିକ୍ ପତାକା ନାଁ
ଛତ୍ରପୁର,-: ଛତ୍ରପୁର ଠାରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥା ଗୁଡିକରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ଏଥି ସକାଶେ ଛତ୍ରପୁର ଅଂଚଳରେ ପ୍ଲାଷ୍ଟିକ ପତାକା ବ୍ୟବହାର ନକରିବା ଓ ବିଭିନ୍ନ ବ୍ୟାବସାୟୀ ସଂସ୍ଥା ଏହାକୁ ନ ବିକ୍ରି କରିବା ନିମନ୍ତେ ଆଜି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ଗାଡି ଯୋଗେ ବିଭାଗୀୟ କର୍ମଚାରୀ ମାନେ ମାଇକ୍ ପ୍ରଚାର କରି ସଚେତନ କରାଇଥିଲେ ।


