ସାଧାରଣବର୍ଗ ମହିଳାଙ୍କ ପାଇଁ ସଂରକ୍ଷଣ ରଖାଯିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅଧ୍ୟକ୍ଷ ପଦବୀ ସାଧାରଣବର୍ଗର ମହିଳାଙ୍କ ନିମନ୍ତେ ସଂରକ୍ଷଣ ରଖାଯିବାକୁ ଜନଶକ୍ତି ପାର୍ଟି ପକ୍ଷରୁ ରାଜ୍ୟ ସଭାପତି ଆଇନଜୀବୀ ପ୍ରଦିପ କୁମାର ଦାଶଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ପାର୍ଟି ପକ୍ଷରୁ କୁହାଯାଇଛି ଯେ ମାର୍ଶାଘାଇ ବ୍ଲକ ଅଧ୍ୟକ୍ଷ ପଦଟି ଗତ ୨୦୦୨ମସିହାରେ ଅସଂରକ୍ଷିତ ମହିଳାଙ୍କ ପାଇଁ ସଂରକ୍ଷଣ ଥିବା ବେଳେ ୨୦୦୭ମସିହାରେ ଅସଂରକ୍ଷିତ, ୨୦୧୨ମସିହାରେ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ, ୨୦୧୭ମସିହାରେ ପଛୁଆବର୍ଗଙ୍କ ପାଇଁ ସଂରକ୍ଷିତ ଥିଲା । କିନ୍ତୁ ଚଳିତ ବର୍ଷ ସେହି ପଦବୀଟି ଅସଂରକ୍ଷିତ ବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯିବାକୁ ପାର୍ଟିର ରାଜ୍ୟ ସଭାପତି ଆଇନଜୀବୀ ଶ୍ରୀ ଦାଶଙ୍କ ନେତୃତ୍ୱରେ ପ୍ରଫେସର ସୂର୍ଯ୍ୟମଣୀ ପଣ୍ଡା, ବିବେକ ନାୟକ, ସୁବାଷ ରାଉତ, ନାରାୟଣ ମଲିକ ପ୍ରମୁଖ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।


