ସାଧାରଣ ନିର୍ବାଚନ ଲାଗି ବିଜେଡିର ବୈଠକ
ଅନୁଗୋଳ (ଜୁଗାବ୍ଦ ନ୍ୟୁଜ୍): ଅନୁଗୋଳ ଜିଲ୍ଲା ଅନ୍ତର୍ଗତ ବଅଁରପାଳ ପଞ୍ଚାୟତରେ ଶୁକ୍ରବାର ସଂଧ୍ୟାରେ ଜିଲ୍ଲା ବିଜେଡି ପକ୍ଷରୁ ୨୦୧୯ ନିର୍ବାଚନ ଲାଗି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ବିଜେଡି ସମ୍ପାଦକ ମୀନକେତନ ଅମାନ୍ତ, ଜିଲ୍ଳା ସଭାପତି ରଜନୀକାନ୍ତ ସିଂହ, ସମିତିସଭ୍ୟ ଶିବରାମ ମାଝି, ସରପଞ୍ଚ ସଚିଦାନନ୍ଦ ବେହେରା, ଆଖପାଖ ଗ୍ରାମର ସରପଞ୍ଚ ଓ ହଜାର ହଜାର ବିଜେଡି କର୍ମୀ ଯୋଗ ଦେଇ ୨୦୧୯ ସାଧାରଣ ନିର୍ବାଚନ କିପରି ଶାନ୍ତି ଶୃଙ୍ଖଳାର ସହ ଶେଷ ହେବ ଏବଂ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ଲୋକଙ୍କ ପାଖରେ ପହଞ୍ଚାଇବା ସହ ବିଧାୟକଙ୍କୁ ଜିତାଇବା ପାଇଁ ଆଲୋଚନା ହୋଇଥିଲା । ସେହିପରି ବୁଢ଼ାପଙ୍କ ଗ୍ରାମରେ ମଧ୍ୟ ବିଜେଡି ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।