ସାଧାରଣ ନିର୍ବାଚନ-୨୦୨୪ ପାଇଁ କନ୍ଧମାଳ ଜିଲାରେ ନିର୍ବାଚନ ପ୍ରସ୍ତୁତି

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ଆଶିଷ ଈଶ୍ୱର ପାଟିଲ୍ ସଦଦ୍ଭାବନା ସଭାଗୃହରେ ଆଗାମୀ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ପାଇଁ ଜିଲାର ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି। ଚଳିତ ବର୍ଷର ସାଧାରଣ ନିର୍ବାଚନର ସୁପରିଚାଳନା ପାଇଁ ଆବଶ୍ୟକ ଗାଡ଼ି ଉପରେ ଆଲୋଚନା କରାଯାଇଥିଲା। ଜିଲା ଭିତରୁ ଏବଂ ଜିଲା ବାହାରୁ କେତେ ସଂଖ୍ୟକ ଗାଡ଼ି ଅଣାଯିବ ଏବଂ ସେଥିପାଇଁ ଆବଶ୍ୟକ ଇନ୍ଧନ ଶୁକ୍ଲ, ପୁଲିସ ବିଭାଗ ଓ ଗଠନ କରାଯାଇଥିବା ବିଭିନ୍ନ ସ୍କ୍ୱାର୍ଡ, ନିର୍ବାଚନ ବ୍ୟୟ ପର୍ଯ୍ୟବେକ୍ଷକ, ସାଧାରଣ ପର୍ଯ୍ୟବେକ୍ଷକ, ଆରକ୍ଷୀ ପର୍ଯ୍ୟବେକ୍ଷକ ସମେତ ନିର୍ବାଚନ କାର୍ଯ୍ୟରେ ନିଯୁକ୍ତ ସମସ୍ତ ପ୍ରିଜାଇଡିଂ ଓ ପୋଲିଂ ଅଧିକାରୀ ମାନଙ୍କ ପାଇଁ ଆବଶ୍ୟକ ଗାଡ଼ି ସଂଖ୍ୟା ଉପରେ ଆଲୋଚନା କରାଯାଇଥିଲା। ଦୁର୍ଗମ ଅଞ୍ଝଳକୁ ପଠାଯାଉଥିବା ଗାଡ଼ିରେ ଆବଶ୍ୟକ ଇନ୍ଧନ ସହିତ ଅତିରିକ୍ତ ୨୦ଲିଟର ଇନ୍ଧନ ଯୋଗାଇଦେବାକୁ ଜିଲ୍ଲା ନିର୍ବାବନ ଅଧିକାରୀ ପରାମର୍ଶ ଦେଇଥିଲେ। କ୍ଲଷ୍ଟର ବୁଥ୍, ଓ କ୍ରିଟିକାଲ୍ ବୁଥ୍ ଉପରେ ଆଲୋଚନା କରାଯାଇଥିଲା। କାଉଣ୍ଟିଂ ହଲ୍ ଏବଂ ପୋଷ୍ଟାଲ୍ ବାଲାଟ୍ କାଉଣ୍ଟିଂ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ। ସେହିପରି, ଉଭୟ ଲୋକସଭା ଓ ବିଧାନସଭା ସହକାରୀ ବ୍ୟୟ ପର୍ଯ୍ୟବେକ୍ଷକ ଆକାଉଣ୍ଟିଂ ଟିମ୍ ପାଇଁ ଆବଶ୍ୟକ ଆସବାବପତ୍ର, କମ୍ପ୍ୟୁଟର ଏବଂ ତା’ର ଉପକରଣ ଯୋଗାଇଦେବାପାଇଁ ପରାମର୍ଶ ଦେଇଥିଲେ। ଚେକ୍ ପୋଷ୍ଟ ମାନଙ୍କରେ ସିସିଟିଭି ସଂଯୋଗ କରିବାକୁ କୁହାଯାଇଥିଲା।ଶୃଙ୍ଖଳିତ ଭୋଟର ଶିକ୍ଷା ଏବଂ ନିର୍ବାଚନୀ ଅଂଶ ଗ୍ରହଣ କାର୍ଯ୍ୟକଳାପକୁ ବ୍ୟାପକ କରିବାକୁ ମଧ୍ୟ ଜିଲା ନିର୍ବାଚନ ଅଧିକାରୀ ପରାମର୍ଶ ଦେଇଥିଲେ। ଜିଲା ସ୍ତରୀୟ ଏମସିଏମସିର କାର୍ଯ୍ୟ ଆଲୋଚନା ବେଳେ ଆନେକ୍ସର୍- ବି ୧୬ରେ ପ୍ରତିଦିନ ରାଜନୈତିକ ବିଜ୍ଞାପନ ଓ ପେଡ୍ ନ୍ୟୁଜ୍ ତଥ୍ୟ ଦିଆଯିବା ଉପରେ ଗୁରୁତ୍ୱ ଦେଇଥିଲେ। କନ୍ଧମାଳ ଜିଲା ଏମସିଏମସିର ସୋସିଆଲ୍ ମିଡିଆ ଆକାଉଣ୍ଟ ଏମସିଏମସି.,କନ୍ଧମାଳ ନାମରେ ରଖାଯାଇଛି। ନିର୍ବାଚନ ଶେଷହେବା ପର୍ଯ୍ୟନ୍ତ ୮୨-ବାଲିଗୁଡ଼ା ବିଧାନସଭା, ୮୩-ଘୁ.ଉଦୟଗିରି ବିଧାନସଭା, ୮୪-ଫୁଲବାଣୀ ବିଧାନସଭା ଓ ୧୩ -କନ୍ଧମାଳ ସଂସଦୀୟ କ୍ଷେତ୍ରରେ ଆଦର୍ଶ ଆଚରଣ ବିଧି ସମ୍ପର୍କୀତ ଅଭିଯୋଗ ଏହି ସୋସିଆଲ୍ ମିଡିଆ ଆକାଉଣ୍ଟ ଗୁଡ଼ିକରେ ପୋଷ୍ଟ କରିପାରିବେ। ସେହିପରି ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ପ୍ରାର୍ଥୀମାନେ ସେମାନଙ୍କର ସୋସିଆଲ୍ ମିଡିଆ ଆକାଉଣ୍ଟ ଉଲ୍ଲେଖ କରିବା ଆବଶ୍ୟକ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଉକ୍ତ ସମୀକ୍ଷା ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲା ପରିଷଦ, କନ୍ଧମାଳ ରତ୍ନାକର ସାହୁ, ଅତିରିକ୍ତ ଜିଲାପାଳ, କନ୍ଧମାଳ ଅଶୋକ କୁମାର ଭୋଇ, ଅତିରିକ୍ତ ଜିଜିଲାପାଳ, କନ୍ଧମାଳ (ନିର୍ବାଚନ) ରମେଶ ଚନ୍ଦ୍ର ଜେନା, ଉପ-ଜିଲାପାଳ ବାଲିଗୁଡ଼ା ଡା.ରୀନା ପ୍ରଧାନ, ଉପ-ଜିଲାପାଳ, କନ୍ଧମାଳ ଚିତ୍ତରଞ୍ଜନ ମହନ୍ତ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ସୁଶ୍ରୀ ଦେବାଯାନୀ ଭୁୟାଁ, ଡେପୁଟି କଲେକ୍ଟର, ନିର୍ବାଚନ ଡି. ମାଲେଶ୍ୱର ପାତ୍ରଙ୍କ ସମେତ ନିର୍ବାଚନ ସହିତ ସଂଶ୍ଲିଷ୍ଟ ଅନ୍ୟ ଅଧିକାରୀ ମାନେ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ