ସାଧାରଣ ପର୍ଯ୍ୟବେକ୍ଷକଙ୍କ ନୋଡାଲ ଅଧିକାରୀଙ୍କ ସହ ବୈଠକ
ବାଲେଶ୍ୱର-(ଯୁଗାଦ୍ଧ ନିଜ୍ୟୁ) ଆଜି ଅପରାହ୍ନରେ ସ୍ଥାନୀୟ ସଦ୍ଭାବନା ସଭାଗୃହଠାରେ ନିର୍ବାଚନ କାର୍ଯ୍ୟ ପାଇଁ ନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକମାନେ ଜିଲ୍ଲାରେ ନିର୍ବାଚନ ପ୍ରସ୍ତୁତି ଉପରେ ସମସ୍ତ ନୋଡାଲ ଅଧିକାରୀମାନଙ୍କୁ ନେଇ ଏକ ବୈଠକ କରିଛନ୍ତି । ଏଥିରେ ସେମାନେ କି ଧରଣର ପ୍ରସ୍ତୁତି ନିର୍ବାଚନ ନିମନ୍ତେ କରାଯାଇଛି ତାହା ଗୋଟି ଗୋଟି କରି ପଚାରି ବୁଝିଥିଲେ । ଏଥିରେ ସେମାନେ ରିଟର୍ଣ୍ଣିଂ ଅ‘ିସରମାନେ ନିଜେ ଉପସ୍ଥିତ ଥାଇ ପ୍ରାର୍ଥିପତ୍ର ଯାଂଚ କାର୍ଯ୍ୟ କରିଥିଲେ କି ନାହିଁ ପଚାରି ବୁଝିଥିଲେ । ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ରାଉତ ପର୍ଯ୍ୟବେକ୍ଷକମାନଙ୍କୁ ସମସ୍ତ ବୈଧାନିକ କାର୍ଯ୍ୟ ନିର୍ବାଚନ କମିଶନଙ୍କ ମାର୍ଗଦର୍ଶିକା ଅନୁଯାୟୀ କରାଯାଇଥିବା ଜଣାଇଥିଲେ । ଏହି ପ୍ରକ୍ରିୟାରେ ୬ଜଣ ଅଧିକାରୀଙ୍କୁ ଜିଲ୍ଲା ବାହାରକୁ ବଦଳି କରାଯାଇଥିବା ସେ ପ୍ରକାଶ କରିଥିଲେ । ନିର୍ବାଚନ ପରିଚାଳନା ସକାଶେ ରୁଟ୍ ଚାର୍ଟ, ପୁଲ୍ ପ୍ଲାନ ଆଗୁଆ ଭାବେ ପ୍ରସ୍ତୁତ ସହ ଏଥିରେ କେତେ ଜଣ ଅଧିକାରୀଙ୍କ ଆବଶ୍ୟକତା ରହିଛି ତାହା ଆକଳନ କରାଯାଇଛି । ସେହିପରି ପୋଲିସ ମୁତୟନ ସକାଶେ ଅନୁରୂପ ଯୋଜନା ପ୍ରସ୍ତୁତି କରାଯାଇଥିବା ଆରକ୍ଷୀ ଅଧୀକ୍ଷକ ଶ୍ରୀ ବି.ଯୁଗଳ କିଶୋର ପ୍ରକାଶ କରିଥିଲେ । ତା ଛଡା ଆବଶ୍ୟକ ଯାନବାହାନ ସଂଗ୍ରହ, ପୁଲିଂ ଟିମ୍ଗୁଡିକୁ ଦୁଇ ପର୍ଯ୍ୟାୟରେ ତାଲିମ ପ୍ରଦାନ ସରିଥିବା ପ୍ରକାଶ କରାଯାଇଥିଲା । ତୃତୀୟ ପର୍ଯ୍ୟାୟର ତାଲିମ ରିଟର୍ଣ୍ଣିଂ ଅ‘ିସରଙ୍କ ହେଡ୍ କ୍ୱାର୍ଟରରେ ଆସନ୍ତା ୧୬ରୁ ୨୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ସେହିପରି ଅକ୍ରମିକରଣ (ରେଣ୍ଡମାଇଜେସନ) କାର୍ଯ୍ୟ ସରିଥିବା ସେ କହିଥିଲେ । ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ପାଳନକୁ ନେଇ ଜନ ଚେତନା ଜାଗରଣ ସକାଶେ ପର୍ଯ୍ୟାପ୍ତ ପ୍ରଚାର ପ୍ରସାର କରାଯାଇଛି । ‘୍ଲାଇଂ ସ୍କ୍ୱାଡ ଜରିଆରେ ସୀମା ଅଂଚଳରେ ଚେକ୍, ନାକା ଚେକ୍ ପ୍ରଭୃତିଠାରେ ଯାଂଚ ଓ ଧରପଗଡ କରାଯାଉଛି । ଏଥିରେ ଆଜି ଯାଏଁ ବେଆଇନ ଭାବେ ଚାଲାଣ ହେଉଥିବା ୫ଲକ୍ଷ ୬୬ହଜାର ଟଙ୍କା ଜବତ କରାଯାଇଛି । ପୂର୍ବରୁ ନୂତନ ଭୋଟରମାନଙ୍କୁ ଭୋଟର ପରିଚୟ ପତ୍ର ପ୍ରଦାନ କରାଯାଇଛି ଜଣାଇ ଦିଆଯାଇଥିଲା । ଏଣିକି ଇଭିଏମ କମିଶନିଂ ଏବଂ ଇଭିଏମ ଓ ଭିଭିପାଟ୍ ମେସିନ୍ ଯୋଡା-ପ୍ରସ୍ତୁତି ପ୍ରଭୃତି କାର୍ଯ୍ୟ କରିବାକୁ ରହିଛି । ପର୍ଯ୍ୟବେକ୍ଷକମାନେ କୌଣସି ପ୍ରକାର ମାନବକୃତ ତ୍ରୁଟି ଯୋଗୁଁ ଯେପରି ରିପୋଲିଂର ଅବସ୍ଥା ସୃଷ୍ଟି ନ ହୁଏ ସେଥିପାଇଁ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ସେଥିପାଇଁ ପ୍ରିଜାଇଡିଂ ଅଧିକାରୀମାନଙ୍କୁ ସଠିକ୍ ଢଙ୍ଗରେ ତାଲିମ ଦେବାକୁ ସେ ଗୁୁରୁତ୍ୱ ପ୍ରଦାନ କରିଥିଲେ । ଆଜିର ବୈଠକରେ ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ବିରେନ୍ଦ୍ର ସିଂ ରାୱତ, ଭା.ପ୍ର.ସେ., ଶ୍ରୀ ରାକେଶ ଶଙ୍କର, ଭା.ପ୍ର.ସେ, ପୁଲିସ ପର୍ଯ୍ୟବେକ୍ଷକ ଶ୍ରୀ ହିରୋମଥ ସୁଧୀର କାଲାୟା, ଭା.ପୁ.ସେ., ଭଦ୍ରକ ଲୋକସଭା ପାଇଁ ନିମନ୍ତେ ପର୍ଯ୍ୟବେକ୍ଷକ ଶ୍ରୀ ଆଉଜିଆନୀ ଗୁଲଟେ, ଭା.ପ୍ର.ସେ. ପ୍ରମୁଖଙ୍କ ସହ ବାଲେଶ୍ୱର ଜିଲ୍ଲାର ସମସ୍ତ ବିଧାନସଭା ରିଟର୍ଣ୍ଣିଂ ଅଧିକାରୀ, ସହକାରୀ ରିଟର୍ଣ୍ଣିଂ ଅଧିକାରୀ,ନୋଡାଲ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।