ସାଧୁସନ୍ଥଙ୍କ ପ୍ରାଚୀପରିକ୍ରମା ପଦଯାତ୍ରା ଆରମ୍ଭ
ନିମାପଡ଼ା,(ସନ୍ତୋଷ କୁମାର ଦାଶ): ଆଜି ଠାରୁ ଏକ ସପ୍ତାହ ବ୍ୟାପି ପ୍ରାଚୀ ପରିକ୍ରମା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସାଧୁ ସନ୍ଥ ଙ୍କ ପ୍ରାଚୀ ପରିକ୍ରମା ପଦଯାତ୍ରା ଆରମ୍ଭ ହୋଇଛି।ପ୍ରାଚୀ ନଦୀ ର ସୁରକ୍ଷା ଓ ଏହାର ମାହାତ୍ମ୍ୟ ସମ୍ପର୍କ ରେ ସଚେତନତା ସୃଷ୍ଟି କରିବା ପାଇଁ ସାଧୁ ସନ୍ଥ ମାନଙ୍କ ପକ୍ଷରୁ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜ ଦେବ ଙ୍କ ନେତୃତ୍ୱ ରେ ୧୨ ବର୍ଷ ହେବ ପ୍ରତିବର୍ଷ ଏହି ଯାତ୍ରା ଅନୁଷ୍ଠିତ ହୋଇ ଆସୁଛି। ଆଜି ଏହି ଯାତ୍ରା ପ୍ରାଚୀ ଉପତ୍ୟକା ର ଅନ୍ଧ କପିଳେଶ୍ୱର ଶମ୍ଭୁ ପୀଠ ଠାରୁ ଆରମ୍ଭ ହୋଇଛି। ପଦଯାତ୍ରୀ ମାନେ ରାଧାକାନ୍ତ ମଠ ଠାରେ ପହଞ୍ଚି ସଂଧ୍ୟା ରେ ପ୍ରାଚୀ ସରସ୍ଵତୀ ଙ୍କୁ ପୂଜା ଓ ଆଳତୀ କରି ରାତ୍ରୀଯାପନ କରିଛନ୍ତି। ଆସନ୍ତାକାଲି ବୁଧବାର ସାଧୁ ସନ୍ଥ ମାନେ ଶୋଭନେଶ୍ୱର ଶମ୍ଭୁ ମନ୍ଦିର ଦେଇ ମୁସି ବାବା ମଠ ଠାରେ ପହଞ୍ଚି ପ୍ରାଚୀ ଆଳତୀ କରି ମାଧବ ଗ୍ରାମ ର ଦୂର୍ଗା ମାଧବ ମନ୍ଦିର ରେ ପହଞ୍ଚିବେ। ସେଠାରେ ସଂଧ୍ୟା ଆଳତୀ କରି ରାତ୍ରିଯାପନ କରିବେ। ଏହି ପଦଯାତ୍ରା ୨୪ ତାରିଖ ଦିନ ଉଦଯାପନ ହେବାର କାର୍ଯ୍ୟକ୍ରମ ରହିଛି। ଏହି ପଦଯାତ୍ରା ରେ ଶତାଧିକ ସାଧୁ ସନ୍ଥ,ପ୍ରାଚୀ ପ୍ରେମୀ ଓ ବିଦେଶୀ ଶ୍ରଦ୍ଧାଳୁ ଯୋଗ ଦେଇଛନ୍ତି।