ସାନଆର୍ଯ୍ୟପଲ୍ଲୀଠାରେ କଣମଣା କ୍ଲଷ୍ଟରସ୍ତରୀୟ ଶିକ୍ଷଣ ମେଳା
ଛତ୍ରପୁର,(ଯୁଗାବ୍ଦ ନ୍ରୁ୍ୟଜ୍); ଛତ୍ରପୁର ବ୍ଲକ ଅନ୍ତର୍ଗତ ସାନଆର୍ଯ୍ୟପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ଶିକ୍ଷଣ ସାମଗ୍ରୀ ମେଳା ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ଏବିଇଓ ନୃସିଂହ ଚରଣ ମିଶ୍ର ଓ ସୀତାରାମ ପାତ୍ର ଦୁହେଁ ଯୋଗ ଦେଇ ପ୍ରଦର୍ଶନୀ ମେଳାକୁ ଉଦଘାଟନ କରିଥିଲେ । ମୁଖ୍ୟଅତିଥି ଭାବେ କଣମଣା ସରପଂଚ ଏସ.ଚକ୍ରପାଣି ରେଡ୍ଡି, ଆର୍ଯ୍ୟପଲ୍ଲୀ ସରପଂଚ ଏମ.ଲକ୍ଷ୍ମୀ ଯୋଗ ଦେଇ ପ୍ରଦର୍ଶନୀ ମେଳାକୁ ପରିଦର୍ଶନ କରି ଉପଯୋଗିତା ଉପରେ ପଚାରି ବୁଝିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବିଇଓ ଅଫିସର ମୁଖ୍ୟ କିରାଣୀ ରାମକୃଷ୍ଣ ମହାପାତ୍ର, ଅବସରପ୍ରାପ୍ତ ଶିକ୍ଷକ ସୀମାଂଚଳ ବେହେରା, ମତ୍ସ୍ୟଜୀବୀ ନେତା ବି.ସିମାଦ୍ରୀ, ଏମ.ଗୁମ୍ମାଲି, ସିଆରସିସି କମଳ ବେହେରା ଆଦି ଏହି ପ୍ରଦର୍ଶନୀରେ ଯୋଗ ଦେଇ କାର୍ଯ୍ୟକ୍ରମର ଆବଶ୍ୟକତା ସମ୍ପର୍କରେ ମିଶ୍ରିତ ପ୍ରତିକ୍ରିୟା ରଖିଥିଲେ । ଏହି ଅବସରରେ ସାନଆର୍ଯ୍ୟପଲ୍ଲୀ ସ୍କୁଲକୁ ଆସିଥିବା ପ୍ରୋଜେକ୍ଟରକୁ ମଧ୍ୟ ଲୋକାର୍ପିତ କରିଥିଲେ । କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଜ୍ୟୋତି ତ୍ରିପାଠୀ ଏଥିରେ ଅଧ୍ୟକ୍ଷତା କରିଥିବାବେଳେ କଣମଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା କବି ଅଜିତ କୁମାର ସେଠୀ ସଂଯୋଜନା କରିଥିଲେ । ମିଳିତ ଶିକ୍ଷକ ସଂଘର ସଭାପତି ଜୟକୃଷ୍ଣ ବେହେରା, ଟାକିରିଆ ବ୍ରହ୍ମପୁରର ସହକାରୀ ଶିକ୍ଷକ ଜେ.କୁର୍ମା ରାଓ, ଲକ୍ଷ୍ମୀନାରାୟଣ ବେହେରା ଆଜି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବଡ଼ଆର୍ଯ୍ୟପଲ୍ଲୀର ପ୍ରଧାନଶିକ୍ଷକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।