ସାନଖେମୁଣ୍ଡିବିଧାନସଭା ଆସନ, ବିଜେଡି ଗୋଷ୍ଠି କନ୍ଦଳ ଫାଇଦା ନେଲା କଂଗ୍ରେସ
(ଯୁଗାବ୍ଦନ୍ୟୁଜ)ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ନବୀନଙ୍କ ରଣନୀତି ଫେଲ ମାରିଛି। ସମଗ୍ର ଗଞ୍ଜମ ଜିଲ୍ଲାରେ ନବୀନ ଲହର ଚାଲିଥିବା ବେଳେ ସାନଖେମୁଣ୍ଡିରେ କିଭଳି ତାହା ଫେଲ ମାରିଲା ଓ ଉକ୍ତ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସର ପୁଣି ରମେଶ ଜେନାଙ୍କ ଭଳି ଯୁବକ କିଭଳି ବିଜୟ ହେଲେ ସେ ନେଇ ଉପରିସ୍ଥ ମହଲରେ ତର୍ଜମା ଆରମ୍ଭ ହୋଇ ଯାଇଛି।ଉକ୍ତ ଅଞ୍ଚଳରେ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ଆକଣ୍ଠ ସମର୍ଥନ ଥିଲେ ମଧ୍ୟ ନିର୍ବାଚନମଣ୍ଡଳୀର ଦୁଇ ଜଣ ବିଜେଡି ନେତ୍ରୀଙ୍କ ମଧ୍ୟରେ ଥିବା କନ୍ଦଳ କଂଗ୍ରେସ ପ୍ରାର୍ଥୀ ଜିତିବାର ମୁଖ୍ୟ କାରଣ ବୋଲି ଚର୍ଚ୍ଚା ଚାଲିଛି।
୨୦୧୪ ନିର୍ବାଚନ ବେଲେ ଲାତିକା ପ୍ରଧାନ ସାନଖେମୁଣ୍ଡି ବିଧାନ ସଭା ଆସନ ଟିକେଟ ପାଇଁ ଆଶାୟୀ ଥିଲେ। ହେଲେ ଦଳ ଉକ୍ତ ସ୍ଥାନରେ ଧରାକୋଟ ରାଣୀ ନନ୍ଦିନୀ ଦେବୀଙ୍କୁ ପର୍ଥୀ କରିବା ସହ ଲତିକାଙ୍କୁ କବିସୂର୍ୟନଗରରୁ ଟିକେଟ ଦେଇଥିଲା। କିନ୍ତୁ କବିସୂର୍ୟ୍ୟନଗର ରୁ ଖଲ୍ଲିକୋଟ ରାଣୀ ପ୍ରାର୍ଥୀ ହେବାପରେ ଲତିକାଙ୍କ ଟିକେଟ କଟିଯାଇଥିଲା। ସେହିଦିନ ଠାରୁ ଲାତିକା ଟିକେଟ ପାଇବା ଲବୀ ମଜବୁତ କରିବା ସହ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ବୁଲି ସଂଗଠନ ସୁଦୃଢ କରିବାରେ ଲାଗିପଡିଥିଲେ। ଫଳରେ ନନ୍ଦିନୀ ଦେବୀଙ୍କ ଓ ଲତିକାଙ୍କ ମଧ୍ୟରେ ଟକ୍କର ଚାଲିବା ସହ ଉକ୍ତ ଅଞ୍ଚଳରେ ବିଜେଡି କର୍ମୀ ଓ ସମର୍ଥକ ମନେ ଦୁଇଭାଗ ହୋଇ ଯାଇଥିଲେ। କବିସୂର୍ୟନଗରୁ ଟିକେଟ ପଇ ଲାତିକା ଏପଟେ ଚାଲିଆସିଥିଲେ, ହେଲେ ତାଙ୍କ କର୍ମୀ ଓ ସମର୍ଥକ ମାନେ ସହଜରେ ନନ୍ଦିନୀ ଦେବୀଙ୍କୁ ଗ୍ରହଣ କରିପାରିନଥିଲେ। ଏହାର ଫାଇଦା କଂଗ୍ରେସ କୁ ମିଳିଲା ବୋଲି ରାଜନୈତିକ ମହଲରେ କୁହାଯାଉଛି।


