ସାନଖେମୁଣ୍ଡିରେ କମୁନି ବାଲି ମାଫିଆଙ୍କ ଦୌରାତ୍ମ୍ୟ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ତହସିଲ ଏବଂ ଦିଗପହଣ୍ଡି ଥାନା ୩୨୬ ନଂ ଜାତୀୟ ରାଜପଥ ମୌଲାଭଞ୍ଜାର ଘୋଡ଼ାହାଡ ନଦୀ ପୋଲର ଉଭୟ ପାର୍ଶ୍ଵର ନିଷେଧାଞ୍ଚଳ ୫୦୦ ମିଟର ପରିସୀମାରୁ ଜନୈକ ବାଲି ମାଫିଆଙ୍କ ଦ୍ଵାରା ନିୟମିତ ଅବୈଧ ବାଲି ଉଠାଣ କାରଣରୁ ମୌଲାଭଞ୍ଜା ପୋଲର ସ୍ଥିତାବସ୍ତାରେ ସଙ୍କଟ ଉପୁଜିଥିବା ନେଇ ଅଭିଯୋଗ ହେଉଛି । ଘୋଡ଼ାହାଡ ନଦୀର ଏହି ପୋଲ ରାଜ୍ୟ ସହ ଦକ୍ଷିଣ ଓଡ଼ିଶାର ପ୍ରମୁଖ ଗମନାଗମନର ମାଧ୍ୟମ ହୋଇଥିବା ବେଳେ ଏହି ଅଘୋଷିତ ବାଲି ସୈରାତରୁ ପ୍ରତ୍ୟହ ଶହ ଶହ ଗାଡି ବାଲି ଅବୈଧ ଚାଲାଣ ହେଉଥିବାରୁ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ ହାନି ହେଉଥିବା ସହ ନଦୀ ପୋଲର ଉଭୟ ପାର୍ଶ୍ବର ଏକ କିମି ଦୂରତା ପରିସୀମାରେ ସମ୍ପ୍ରତି ସଙ୍କଟ ସୃଷ୍ଟି ହେଉଛି। ସ୍ଥାନୀୟ ଅଧିବାସୀଙ୍କ ପକ୍ଷରୁ ଏ ନେଇ ବହୁବାର ଉପରିସ୍ଥ ଅଧିକାରୀଙ୍କ ଠାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଲାମଧାରୀଙ୍କ ଉପରେ ହେଉନଥିବା ଅଭିଯୋଗ ହେଉଛି । ତଥ୍ୟ ଭିତ୍ତିକ ଆଧାରରେ ଅଞ୍ଚଳ ଏବଂ ଜିଲ୍ଲା ସାମ୍ବାଦିକଗଣ ଘଟଣାସ୍ଥଳର ଖବର ସଂଗ୍ରହ ବେଳେ ଉପସ୍ଥିତ ସାମ୍ବାଦିକଙ୍କୁ ନିଲାମଧାରୀ ଗୁଣ୍ଡା ଲଗାଇ ସେମାନଙ୍କ ମୋବାଇଲ ଛଡାଇବା ଉଦ୍ୟମ ସହ ମାଡ଼ର ଧମକ ଦିଆଯାଉଛି । ସଂପୃକ୍ତ ସାମ୍ବାଦିକଙ୍କୁ ଭୟଭୀତ କରାଇ ଥାନାରେ ଅଭିଯୋଗ କଲେ ଓଲଟା ଆଟ୍ରୋସିଟି ମାମଲାରେ ଛନ୍ଦିବାକୁ ଧମକ ମଧ୍ୟ ଦିଆଯାଉଛି । ଏ ନେଇ ସଂପୃକ୍ତ ସାମ୍ବାଦିକ ସାନଖେମୁଣ୍ଡି ତହସିଲଦାରଙ୍କ ସହ ଗଞ୍ଜାମ ଜିଲ୍ଲାପାଳଙ୍କୁ ଅବଗତ କରିଥିବା ଜଣାଯାଇଛି । ପୂର୍ବ – ପଶ୍ଚିମରେ ଥିବା ମୌଲାଭଞ୍ଜା ବ୍ରିଜର ଦକ୍ଷିଣ ଦିଗରେ ଥିବା ବାଲି ସୈରାତ ନିଲାମି ପ୍ରକ୍ରିୟାରେ ସ୍ଥାନୀୟ ସମସ୍ୟାକୁ ଅଣଦେଖା କରି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଲାମୀ ଦେବା ଏବଂ ନିଲାମୀ ପ୍ରକ୍ରିୟା ପରେ ସଂପୃକ୍ତ ଗୁତାଦାର ଘୋଡ଼ାହାଡ ବ୍ରିଜର ସୁରକ୍ଷାକୁ ଧ୍ୟାନ ନଦେଇ ଉଭୟ ପାର୍ଶ୍ଵର ୫୦୦ ମିଟର ଦୂରତା ମଧ୍ୟରେ ବ୍ରିଜ ତଳ ରାସ୍ତା ନିର୍ମାଣ କରି ଅବୈଧ ବାଲି ଚାଲାଣ କରୁଥିବା ଜଣାଯାଇଛି । ରାଜସ୍ବ ପ୍ରଶାସନ ଅଧିକାରୀ ଏହି ଅବୈଧ ବାଲି ଚାଲାଣ ରୋକିବାକୁ ଅଭିଯୋଗ କରିବାସହ ବ୍ରିଜର ସୁରକ୍ଷାକୁ ନେଇ ଜନସାଧାରଣଙ୍କ ମନରେ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ