ସାନଖେମୁଣ୍ଡିରେ ବିଜେଡି ଜୋନ ସ୍ତରୀୟ କମିଟି ବୈଠକ ଦଳ ରେ ଅନ୍ତରଦ୍ଵନ୍ଦ ଯୋଗୁ ପରାଜୟ ଘଟିଛି : ଅନନ୍ତ ନାରାୟଣ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳ ସଂଗଠନକୁ ଦୃଢ଼ କରିବା ସକାଶେ ରବିବାର ଦିନ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଖଲିଙ୍ଗି ପଞ୍ଚାୟତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ବିଜେଡି ଜୋନ ସ୍ତରୀୟ କମିଟି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜେଡି ରାଜ୍ୟ ମହିଳା ଉପଦେଷ୍ଟା ତଥା ପୂର୍ବତନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀଙ୍କ ତତ୍ତ୍ଵାବଧାନରେ ଆୟୋଜିତ ବୈଠକରେ ଭୁବନେଶ୍ୱର ବିଧାୟକ ତଥା ସାନଖେମୁଣ୍ଡି ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଅନନ୍ତ ନାରାୟଣ ଜେନା , ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ , କବିସୂର୍ଯ୍ୟ ନଗର ବିଧାୟିକା ଲତୀକା ପ୍ରଧାନ, ରାଜ୍ୟ ସମ୍ପାଦକ ତଥା ଜୀବନ ବିନ୍ଦୁ ସଂଯୋଜକ ସୁବାସ ମହାରଣା , ବ୍ଳକ ଉପାଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ସ୍ବାଇଁ , ଆସିକା ସାଂସଦ ପ୍ରତିନିଧି ଅନ୍ତର୍ଯ୍ୟାମୀ ସ୍ବାଇଁ , ଜିଲ୍ଲା ବିଜେଡ଼ି ସଭାନେତ୍ରୀ ସଂଘମିତ୍ରା ଦଳାଇ ପ୍ରମୁଖ ମଞ୍ଚାସୀନ ରହିଥିଲେ । ଏହି କାର୍ଯ୍ୟକ୍ରମକୁ ରାଜ୍ୟ ପରିଷଦ ସଭ୍ୟ ତଥା ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ଯୋଗେନ୍ଦ୍ର ସ୍ୱାଇଁ ସଂଯୋଜନା କରିଥିଲେ । ଖବରପ୍ରକାରେ , ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ଏବେ ସାନଖେମୁଣ୍ଡି ବ୍ଲକ ଅଧିନସ୍ଥ ପଞ୍ଚାୟତ ଗୁଡିକରେ ରାଜନୀତି ସରଗରମ ହୋଇ ଉଠୁଥିବା ଜଣାପଡିଛି । ଗୋଟିଏ ପଟେ ପଞ୍ଚାୟତ ନିର୍ବାଚନ ଲାଗି ଏପଟେ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ମଧ୍ୟ ପାଇଁ ସାରିଥିବା ବେଳେ ଅନ୍ୟପଟେ ତାଲିକାକୁ ନେଇ ଦଳରେ ଅସନ୍ତୋଷ ମଧ୍ୟ ବଢ଼ିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ବୈଠକରେ ମଞ୍ଚାସୀନ ଅତିଥିମାନେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ସଂଗଠନକୁ ସୁଦୃଢ କରିବା ସହ ରଣନୀତି ପ୍ରସ୍ତୁତ କରିବା ନେଇ ଉପସ୍ଥିତ ସରପଞ୍ଚ , ସମିତି ସଭ୍ୟ ଓ ଜିଲା ପରିଷଦ ସମେତ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଇଥିଲେ । ଏଥିସହ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ଏବଂ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକୁ ଲୋକମାନଙ୍କ ପହଞ୍ଚିବା ଉପରେ ଆଲୋଚନା କରିଥିଲେ ଏବଂ ପଞ୍ଚାୟତ ନିର୍ବାଚନରେ ଉପଯୁକ୍ତ ପ୍ରାର୍ଥୀଙ୍କୁ ଚୟନ କରି ପଞ୍ଚାୟତର ବିକାଶକୁ ଆଗେଇ ନେବା ପୁଣିଥରେ ବିଧାନସଭା ନିର୍ବାଚନରେ ନନ୍ଦିନୀ ଦେବୀଙ୍କୁ ଜିତାଇବା ପାଇଁ ସଂକଳ୍ପବଦ୍ଧ ହୋଇଥିଲେ । ଏହି ଅବସରରେ ରାଜ୍ୟ ସରକାରଙ୍କ ଅନୁମୋଦନରେ ଆସୁଥିବା ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚୁ ନଥିବା ନେଇ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଉପରେ କର୍ମୀମାନେ ଗର୍ଜିଥିବା ଜଣାପଡିଛି । କାର୍ଯ୍ୟକ୍ରମ ଶେଷରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜୟରାମ ଦୋରାଙ୍କ ଛଣମେରୀ , କଂସାମାରୀ , ସିଙ୍ଗପୁର ଓ ଧରମପୁର ଗ୍ରାମରୁ ୧୫୦ ରୁ ଉର୍ଦ୍ଧ୍ବ କଂଗ୍ରେସ ଓ ବିଜେପି କର୍ମୀ ଯୋଗ ଦେଇଥିଲେ । ସେମାନଙ୍କୁ ଦଳ ତରଫରୁ ସ୍ବାଗତ ମଧ୍ୟ କରାଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ବିଜେଡି ସଭାପତି ଧୋବା ସ୍ୱାଇଁ , ଜିଲ୍ଲା ପରିଷଦ ଶଙ୍କର୍ଷଣ ସ୍ବାଇଁ , ସରପଞ୍ଚ ପ୍ରତିନିଧି ସହଦେବ ପ୍ରଧାନ , ଆଡପଡା ସରପଞ୍ଚ ନୀଳମାଧବ ରାଉତ , ସ୍ଥାନୀୟ ସରପଞ୍ଚ ପ୍ରତିନିଧି ସଞ୍ଜୟ ରାଉତ , ଗଙ୍ଗାପୁର ସରପଞ୍ଚ ନିତ୍ୟାନନ୍ଦ ପ୍ରଧାନ , କୁଡିଆ ସମିତି ସଭ୍ୟ ଅମିନ ପ୍ରଧାନ , ମଳାଭଞ୍ଜା ସମିତି ସଭ୍ୟ ତୋଫାନ ସ୍ବାଇଁ , ପୋଡାମାରୀ ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ବିଷୋୟୀ ସମେତ ସମସ୍ତ ସମିତି ସଭ୍ୟ , ଜ଼ିଲ୍ଲା ପରିଷଦ ସଭ୍ୟ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ