ସାନଖେମୁଣ୍ଡିରେ ବିଭିନ୍ନ ସ୍ଥାନରେ ୭୬ ତମ ସ୍ବାଧିନତା ଦିବସ ପାଳନ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଆଜି ସାରା ଭାରତ ବର୍ଷ ପାଳନ କରିଛି ଆଜାଦ କା ଆମ୍ବୃତ ମହୋତ୍ସବ ୭୬ ତମ ସ୍ବାଧୀନତା ଦିବସ ପାଳିତ ହୋଇଥିବା ବେଳେ ସାନଖେମୁଣ୍ଡି ବ୍ଲକ ର ସରକାରୀ ବେସରକାରୀ ଅଫିସ ଶିକ୍ଷାନୁଷ୍ଠାନ ଗୁଡିକରେ ପାଳନ କରାଯାଇଛି ।ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ବି ଡି ଓ ଗାୟତ୍ରୀ ଦତ୍ତ ନାୟକ ଏହି ଅବସରରେ ଦେଶ ସ୍ଵାଧୀନତା ରେ ବଳିଦାନ ଦେଇଥିବା ମହାପୁରୁଷ ମାନଙ୍କ ତ୍ୟାଗ ବଳିଦାନ ଯୋଗୁଁ ଆମେ ଆଜି ସ୍ଵାଧୀନ ଭାରତରେ ବସବାସ କରିପାରିଛନ୍ତି । ଏଣୁ ଆମେ ଆଜି ଗର୍ବିତ ଅନୁଭବ କରୁଛନ୍ତି ବୋଲି ମତପ୍ରକାଶ କରିଥିଲେ।କାର୍ଯ୍ୟକ୍ରମରେ ସମସ୍ତ ଲୋକପ୍ରତିନିଧି ବ୍ଲକ କର୍ମଚାରୀ ଉପାଧ୍ୟାକ୍ଷା ରିଙ୍କି ନାହାକ ଜିଲ୍ଲା ପରିଷଦ, ସମିତି ସଭ୍ୟ ଉପସ୍ଥିତ ଥିଲେ।ସେହିପରି ଗ୍ରାମ୍ୟ ନ୍ୟାୟାଳୟ ରେ ମାଜିଷ୍ଟ୍ରେଟ ସୁଶ୍ରୀ ଶୁଭଶ୍ରୀ ମଲ୍ଲ ପତାକା ଉତ୍ତୋଳନ କରିଥିବା ବେଳେ ସମସ୍ତ ଆଇନ ଜିବୀ ଉପସ୍ଥିତି ଥିଲେ।ସାନଖେମୁଣ୍ଡି ତହସିଲ ରେ ଡ଼ା ଶ୍ରୀନିବାସ ବେହେରା, ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ, ସମନ୍ମିତ ଶିଶୁ ବିକାଶ ବିଭାଗ ର ଶ୍ରୀମତୀ ଅର୍ଚ୍ଚନା କହଁର, କଙ୍କୋରଡ଼ା ବିଜ୍ଞାନ ମହାବିଦ୍ୟାଳୟ ପ୍ରଫେସର ପ୍ରକାଶ କୁମାର ଜେନା ପୁଡ଼ାମାରି ବିଜ୍ଞାନ ମହାବିଦ୍ୟାଳୟ ପାଟପୁର ବିଶ୍ଵାସ ରାୟ ବିଜ୍ଞାନ ମହାବିଦ୍ୟାଳୟ ପ୍ରଫେସର ଏବଂ ସମସ୍ତ ଗ୍ରାମ ପଞ୍ଚାୟତ ରେ ସରପଞ୍ଚ ମାନେ ପତାକା ଉତ୍ତୋଳନ କରିଥିବା ବେଳେ ବେସରକାରୀ ଅନୁଷ୍ଠାନ ସରକାରୀ ଦପ୍ତର, ବିଦ୍ୟାଳୟ ମାନଙ୍କରେ ପ୍ରଧାନ ଶିକ୍ଷକ ମାନେ ପତାକା ଉତ୍ତୋଳନ କରିଥିଲେ। ବିଭିନ୍ନ ବିଦ୍ୟାଳୟ, କଲେଜ ରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗୀତା ଆୟୋଜନ କରାଯାଇଥବା ଦେଖିବାକୁ ମିଳିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ