ସାନଖେମୁଣ୍ଡିରେ ବ୍ଲକ ସ୍ତରୀୟ ପୋଷଣ ମାହ କାର୍ଯ୍ୟକ୍ରମ ଅନୁଷ୍ଠିତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ( ଆଇସିଡିଏସ୍ ) ପକ୍ଷରୁ ପ୍ରାଥମିକ ଶିକ୍ଷକ ଭବନ ଠାରେ ବ୍ଲକ ସ୍ତରୀୟ ପୋଷଣ ମାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ପ୍ରକଳ୍ପ ଭାରପ୍ରାପ୍ତ ଶିଶୁ ବିକାଶ ଅଧିକାରୀ ଶ୍ରୀମତୀ ପୁଷ୍ପାଞ୍ଜଳି ଶତପଥୀଙ୍କ ପୋରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ମାମନି ପାତ୍ର, ଅମିନ ପ୍ରଧାନଙ୍କ ସହ ସରପଂଚ ଧୋବା ସ୍ବାଇଁ ଉପସ୍ଥିତ ରହିଥିଲେ । ଏହା ବ୍ୟତୀତ ବ୍ଲକ୍ ଶିଶୁ ସୁରକ୍ଷା ଟାସ୍କ ଫୋର୍ସ କମିଟି ପକ୍ଷରୁ ପାଟପୁର ପୋଲିସ ଥାନା ଏଏସଆଇ ଶ୍ରୀନିବାସ ଦାଶ , ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ରାମଚନ୍ଦ୍ର ପଣ୍ଡା , ବ୍ଲକ୍ ସ୍ବାସ୍ଥ୍ୟ ଶିକ୍ଷା ଅଧିକାରୀ ଜୟନ୍ତୀ ଦାସ , ବ୍ଲକ୍ ମଙ୍ଗଳ ଅଧିକାରୀ ଅନ୍ତର୍ଯ୍ୟାମୀ ପଣ୍ଡା ପ୍ରମୁଖଙ୍କ ସହ ତହସିଲ କାର୍ଯ୍ୟଳୟ ପକ୍ଷରୁ ପ୍ରତିନିଧି ପ୍ରମୁଖ ମାଞ୍ଚାସୀନ ରହିଥିଲେ । ଅତିଥି ମାନଙ୍କଦ୍ଵାରା ପ୍ରଦୀପ ପ୍ରଜ୍ବଳନ ଏବଂ ଅତିଥିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ସହ ଆୟୋଜିତ ଏହି ପୋଷଣ ମାହ କାର୍ଯ୍ୟକ୍ରମ ବିଭିନ୍ନ କେନ୍ଦ୍ରରୁ ଯୋଗଦେଇଥିବା ଅଙ୍ଗନୱାଡି କର୍ମୀଙ୍କ ଦ୍ବାରା ପରିପୂରକ ପୋଷଣ ଖାଦ୍ୟ ପଦାର୍ଥ ସହ ସବୁଜ ପରିବାର ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ଗର୍ଭବତୀ , ପ୍ରସୂତି ମାଆଙ୍କ ସହ ଜନ୍ମ ଶିଶୁଙ୍କ ପାଇଁ ଉପଯୋଗୀ ହେଉଥିବା ଏବଂନିଜ ଅଂଚଳରେ ସୁବିଧା ଓ ଶସ୍ତାରେ ମିଳୁଥ‌ିବା ପନିପରିବାରେ ମିଳୁଥିବା ଭିଟାମିନ୍ ଏବଂ କେଉଁ ପନିପରିବାରୁ କେଉଁଭଳି ଭିଟାମିନ ମିଳିଥାଏ ତାହାକୁ ନେଇ ସିଡ଼ିପିଓ ଶ୍ରୀମତୀ ଶତପଥୀ ବିସ୍ତୃତ ଭାବେ ବୁଝାଇଥିଲେ । ଗାଁ ଗହଳିରେ କେଉଁଭଳି ଭାବେ ପୋଷଣର ସଚେତନ କରାଯାଇପାରିବ ସେ ବିଷୟରେ ଉପସ୍ଥିତ ଅଙ୍ଗନବାଡି କର୍ମୀଙ୍କ ସହ ଅଲୋଚନା କରିଥିଲେ । ସୁସ୍ଥ ଶିଶୁକୁ ଜନ୍ମ ଦେବା ପାଇଁ ପ୍ରଥମେ ମାଁ ସୁସ୍ଥ ରହିବା ନିହାତି ଜରୁରୀ ଅଟେ । ଫଳତଃ ଜନ୍ମିତ ଶିଶୁର ଉର୍ବର ମସ୍ତିଷ୍କ ହୋଇଥାଏ । ବର୍ତ୍ତମାନ ସରକାରଙ୍କ ପକ୍ଷରୁ ୧୫ରୁ ୧୯ ବର୍ଷ ବୟସ୍କା କିଶୋରୀ ବାଳିକା ମାନଙ୍କ ସୁସ୍ଥ ରହିବା ପାଇଁ ପୃଷ୍ଟିକର ଖାଦ୍ୟ ସହ ଅଣ୍ଡା ପ୍ରଦାନ କରିବା ପାଇଁ ସରକାର ଯୋଜନା କରିଛନ୍ତି ବୋଲି ଉପସ୍ଥିତ ଅତିଥିବୃନ୍ଦ ମତବ୍ୟକ୍ତ କରିଥିଲେ । ପୃଷ୍ଟିକର ଖାଦ୍ୟ ଅଭାବରୁ ବିକଳାଙ୍ଗ ହୋଇଥିବା ଶିଶୁଙ୍କୁ ଚିନ୍ନଟ କରାଯାଇ ସେମାନଙ୍କୁ ଚିକିତ୍ସା ନିମନ୍ତେ ଥେରାପି ସେଣ୍ଟରକୁ ନେଇ ଚିକିତ୍ସା କରାଯିବ ତାହା ହେଲେ ଜଣେ ବିକଳାଙ୍ଗ ଶିଶୁ ପୁଣି ସୁସ୍ଥ ଅନୁଭବ କରିପାରିବ ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟ ଶିକ୍ଷା ଅଧିକାରୀ ଶ୍ରୀମତୀ ଦାସ କହିଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡି କେନ୍ଦ୍ର ପକ୍ଷରୁ ବିଭିନ୍ନ ପନିପରିବାକୁ ଅତିଥି ଓ ଅଭିଭାବକ ଆଗରେ ସୁନ୍ଦର ଭାବରେ ଉପସ୍ଥାପନ କରାଯାଇଥିଲା । ପରିଶେଷରେ ବିଭିନ୍ନ ଅଙ୍ଗନବାଡି ସେଣ୍ଟର ପକ୍ଷରୁ ଆସିଥିବା କୁନି କୁନି ଶିଶୁମାନେ ନିଜର ପ୍ରତିଭା ପ୍ରଦର୍ଶନ କରିବା ସହ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । ଆୟୋଜିତଏହି କାର୍ଯ୍ୟକ୍ରମରେ ପ୍ରକଳ୍ପ ଅଧୀନ ସମସ୍ତ ଅଞ୍ଚଳ ପରିଦର୍ଶିକା ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପରିଦର୍ଶିକା ମମତା ଦେବୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଯୋଜକ ଦୁର୍ଯ୍ୟୋଧନ ମଳିକ କାର୍ଯ୍ୟକ୍ରମ ସମ୍ପାଦନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ