ସାନଖେମୁଣ୍ଡିରେ ମନରେଗା ଯୋଜନାର ଜନଶୁଣାଣୀ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା)ରେ ସାନଖେମୁଣ୍ଡି ବ୍ଲକ ର ପ୍ରତେକ୍ ଗ୍ରାମ ପଞ୍ଚାୟତରେ ହୋଇଥିବା ଉନ୍ନୟନ କାର୍ଯ୍ୟର ଧାର୍ଯ୍ୟ ଲକ୍ଷ୍ୟ ଓ ସଫଳତା ସହ ଧାର୍ଯ୍ୟ ଅର୍ଥର ବିନିଯୋଗ ନେଇ ଆଜି ସୋମବାର ଦିନ ଜନଶୁଣାଣି ଶିବିର ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ସିମଞ୍ଚଳ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମାନରେଗାର ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ଅରୁଣ ସ୍ୱାଇଁଙ୍କ ସଂଯୋଜନାରେ ଆୟୋଜିତ ଏହି ଜନଶୁଣାଣି ଶିବିରରେ ଜିଲ୍ଲା ସାମାଜିକ ସମୀକ୍ଷା ଅଧିକାରୀ ରବୀନ୍ଦ୍ର ମଲାଣ , ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ , ଉପାଧ୍ୟକ୍ଷା ରିଙ୍କି ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ଦୀପ ବେହେରା,ସି ଡି ପି ଓ ଅର୍ଚ୍ଚନା କହଁର ପ୍ରମୁଖଙ୍କ ଉପସ୍ଥିତିରେ ଏପିଓ ଶ୍ରୀ ସ୍ୱାଇଁ ଏହି ଆର୍ଥିକ ଅବଧିର ଉନ୍ନୟନ କାର୍ଯ୍ୟର ବିବରଣୀ ଉପସ୍ଥାପନ କରିଥିଲେ । ଶିବିରରେ ମିଳିଥିବା ସୂଚନା ଅନୁଯାୟୀ ୨୦୨୧-୨୨ ବ୍ଲକରେ ମୋଟ ୨୧ ଲକ୍ଷ ୯୩ ହଜାର ୬୬୦ ଶ୍ରମ ଦିବସ ସୃଷ୍ଟି ହେବା ସହ ୭ ହଜାର ୪୪୯ ଶ୍ରମିକ ଶହେ ଦିନର କାମ ପାଇଥିଲେ। ମୋଟ ୪୧ କୋଟି ୦୫ ଲକ୍ଷ ୨୨ ହଜାର ଟଙ୍କାର ଅନୁଦାନ ମଧ୍ୟରୁ ୨୩ କୋଟି ୧୩ ଲକ୍ଷ ୬୨ ହଜାର ଟଙ୍କା ଶ୍ରମିକ ମଜୁରୀ ପ୍ରଦାନ କରାଯାଇଥିଲା । ଏହି ଅବଧିରେ ୧୭ କୋଟି ୯୧ ଲକ୍ଷ ୬୦ ହଜାର ଟଙ୍କାର ସାମଗ୍ରୀ ଉପଯୋଗ ହୋଇଥିବା ଜନଶୁଣାଣୀ ଶିବିରରେ ତଥ୍ୟ ପ୍ରକାଶ କରିଥିଲେ । ୬୬୯୧ ବ୍ୟକ୍ତିଗତ ପ୍ରକଳ୍ପ ହୋଇଥିବା ବେଳେ ୬୬୮ ଗୋଟି ସାମୁହିକ ପ୍ରକଳ୍ପ ଶେଷ ହୋଇଥିବା ଶିବିରରେ ତଥ୍ୟ ପ୍ରଦାନ କରିଛନ୍ତି। ଏହି ଜନଶୁଣାଣୀ ଶିବିର ରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ/ ସଭ୍ୟା ସହକାରୀ ଯନ୍ତ୍ରୀ ଦୀପକ କୁମାର ପଟ୍ଟନାୟକ କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ବେହେରା ସଞ୍ଜୟ ଖଟେଇ, ବନବିଭାଗ ରେଞ୍ଜର କାହୁଁ ଚରଣପଟ୍ଟନାୟକ , ପଞ୍ଚାୟତ ନିର୍ବାହୀ ଅଧିକାରୀବିଦ୍ୟୁତ ବିଭାଗ ଗ୍ରମରୋଜଗାର ସେବକ ଶ୍ରମଜୀବୀ ଙ୍କ ସହ ସମସ୍ତ କର୍ମଚାରୀ ଶିବିରରେ ଉପସ୍ଥିତ ଥିଲେ।