ସାନଖେମୁଣ୍ଡିରେ ମୋପରିବାର ଓ ଜୀବନବିନ୍ଦୁ ଶିବିର ଅନୁଷ୍ଠିତ

 ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):  ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନେତୃତ୍ୱରେ ଗ୍ରାମାଞ୍ଚଳର ବିକାଶ ସହ ବ୍ୟାପକ ସାମାଜିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି | ବିଭିନ୍ନ ଜନମଙ୍ଗଳ ଯୋଜନାର ସଫଳ ରୂପାୟନ ସହ ବ୍ୟାପକ ଚାରାରୋପଣ ଓ ସ୍ଵେଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇ ପରିବେଶ ସୁରକ୍ଷା ଓ ଜୀବନରକ୍ଷା ପ୍ରତି ଗୁରୁତ୍ୱ ଦିଆଯାଉଥିବା ସାନଖେମୁଣ୍ଡି ବ୍ଲକ ଉସ୍ତା ଜଗନ୍ନାଥପୁର ଠାରେ ଆୟୋଜିତ ଓଡିଶା ମୋ ପରିବାର ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅବସରରେ ଦଳୀୟ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି | ରାଜ୍ୟ ଓ଼ସ୍କାର୍ଡ ବ୍ୟାଙ୍କ ତଥା ରାଜ୍ୟପରିଷଦ ସଭ୍ୟ ଜିଲ୍ଲା ସାଧାରଣ ସମ୍ପାଦକ ଯୋଗେନ୍ଦ୍ର ସ୍ୱାଇଁଙ୍କ ମୁଖ୍ୟ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୀବନବିନ୍ଦୁ ଜିଲ୍ଲା ସଂଯୋଜକ ସୁବାଷ ମହାରଣା , ଅତିଥି ଭାବେ  ମୋ ପରିବାର ରାଜ୍ୟ ଯୁଗ୍ମ ସଂଯୋଜକ କୈଳାଶ ରଣା , ସାଧାରଣ ସମ୍ପାଦକ ଜଗନ୍ନାଥ ସାବତ,  ଜିଲ୍ଲା ସମ୍ପାଦକ ତଥା ସାନଖେମୁଣ୍ଡି ଯୁବରାଜ ବୀରକିଶୋର ଦେବ, ବ୍ଲକ ଉପାଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ, ଜିଲ୍ଲାପରିଷଦ ସଭ୍ୟ ଶଙ୍କର୍ଷଣ ସ୍ୱାଇଁ, ଛାତ୍ର ବିଜେଡି ବ୍ଲକ ସଭାପତି କାଳୁଚରଣ ନାୟକ, ନାଏବ ସରପଞ୍ଚ ନୀଳାଞ୍ଚଳ ପ୍ରଧାନ, ସମିତିସଭ୍ୟ ତୋଫାନ ସ୍ୱାଇଁ, ଇ. ମାଧବ ରାଓ ଯୁବନେତା ସୁନୀଲ ମହାଙ୍କୁଡ଼ ଧିରେନ କୁମାର ରଣା  ପ୍ରମୁଖ ଯୋଗ ଦେଇଥିଲେ | ଶିବିରରେ୫୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ସମାବେଶରେ ବିଭିନ୍ନ କିସମର ଚାରା ବିତରଣ ଓ ରୋପଣ କରାଯାଇଥିଲା | ବ୍ରହ୍ମପୁର ରକ୍ତ ଭଣ୍ଡାର ପକ୍ଷରୁପ୍ରଦୀପ କୁମାର ସୁବୁଦ୍ଧି, ଚନ୍ଦ୍ର ଶେଖର ଗୌଡ଼, ରାମ ହରି ପଣ୍ଡା, ବାପୁନି ବେହେରା, ଡମ୍ବରୁ ବାରିକ ପ୍ରମୁଖ ଶିବିର ସଂଚାଳନ କରିଥିଲେ ବିଜୁ ଯୁବ ବାହିନୀ କାର୍ଯ୍ୟ ପରିଚାଳନା କରିଥିଲେ |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ