ସାନଖେମୁଣ୍ଡିରେ ମୋ ସ୍ୱାଭିମାନ ସୁସ୍ଥ ଗଞ୍ଜାମ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ସୁସ୍ତ ଓ ସ୍ଵଚ ଭାରତ ଗଢିବାର ଦିଗ ରେ ଓଡିଶା ସରକାରଙ୍କ ଏକ ଅଭିନବ ପ୍ରୟାସ ।ମୋ ସ୍ୱାଭିମାନ ସୁସ୍ଥ ଗଂଜାମ ସଚେତନତା ରାଲି ଆଜି ସାନଖେମୁଣ୍ଡି ବ୍ଲକ ର ସମସ୍ତ ଗ୍ରାମପଞ୍ଚାୟତ ରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ କୁ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର, ରାଧାଦେଇପୁର, ପୋଡାମାରି,ଆଡପଡା,ସିଙ୍ଗିପୁର,ପାଟପୁର,ଏରେଣ୍ଡ୍ରl, ଖଲିଙ୍ଗି,ରାଧାଦେଇପୁର ପଞ୍ଚାୟତ ରେ ଗଞ୍ଜାମ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ୍,ବ୍ଲକ୍ ଗୋଷ୍ଟି ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ, ପାଟପୁର ଥାନା ଅଧିକାରୀ ଅଜୟ କୁମାର ବାରିକ ଯୋଗଦେଇଛନ୍ତି l ରାଧାଦେଇପୁର ରେ ଜିଲ୍ଲା ସାଧାରଣ ସମ୍ପାଦକ ଯୋଗେନ୍ଦ୍ର ସ୍ୱାଇଁ, ପାଟପୁର ସରପଞ୍ଚ ଟି.ବାବୁ ସୁବୁଦ୍ଧି, ଜିଲ୍ଲା ପରିଷଦ ସଭ୍ୟ ଶଙ୍କର୍ଷଣ ସ୍ୱାଇଁ, ପୋଡାମାରି ସରପଞ୍ଚ ଭାଗ୍ୟଶ୍ରୀ ବିଷୋୟୀ,ସରପଂଚ ପ୍ରତିନିଧି ସନ୍ତୋଷ ବିଶୋଇ,ଅଦପଡା ସରପଂଚ ନୀଳମାଧବ ରାଉତ,ସରପଂଚ ପ୍ରତିନିଧି ସହଦେବ ପ୍ରଧାନ,ଅଙ୍ଗନବାଡ଼ି, ସ୍ବାସ୍ଥ୍ୟକର୍ମୀ, ଶିକ୍ଷକ ମାନେ ପାଟପୁର ଓ ରାଧାଦେଇପୁର ପଞ୍ଚାୟତକୁ ସ୍ୱଛତା ରଖିବା ପାଇଁ ଶପଥ ପାଠ କରିଥିବା ବେଳେ ଗ୍ରାମରେ ସଫେଇ କରିଥିଲେ lବର୍ଜ୍ୟବସ୍ତୁ ପରିବହନ ପାଇଁ ବ୍ୟାଟରୀ ଚାଳିତ ଗାଡି ବ୍ଲକ ର ଅଠଗୋଟି ପଞ୍ଚାୟତ କୁ ଯୋଗାଇବାକୁ ପ୍ରତିସୁତି ଦେଇଥିଲେ।ପ୍ରତ୍ୟେକ ପଞ୍ଚୟତ କୁ ସଫାସୁତର ରଖିବା ପାଇଁ ନିର୍ଦେଶକ ସରପଂଚ ମାନଙ୍କୁ କହିଥିଲେ।
2 Attachments

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ