ସାନଖେମୁଣ୍ଡି ଅଞ୍ଚଳର ସମସ୍ତ ଶୈବପୀଠ ରେ ଭକ୍ତଙ୍କ ଭିଡ଼
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପବିତ୍ର ମହାଶିବରାତ୍ରି ଫାଲ୍ଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ କରାଯାଏ ମହାଶିବରାତ୍ରି । ଗାଁଠୁ ସହର ଚଳଚଞ୍ଚଳ ହୋଇଉଠିଛି ସମସ୍ତ ଶୈସବପୀଠ । ସକାଳୁ ସକାଳୁ ଶୈସବପୀଠଗୁଡ଼ିକରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଆଜିର ଦିନରେ ବ୍ରତ ପାଳନ କରୁଥିବା ଭକ୍ତ ଚାହିଁ ରହିଛି ମହାଦୀପ ଉଠିବା ସମୟକୁ ଏବଂ ଏହି କ୍ରମେ ସମସ୍ତ ଶୈବପୀଠଗୁଡ଼ିକରେ ସଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା | ଏଥର ଶୈବପୀଠଗୁଡ଼ିକରେ ଭିଡ଼ ଥିବାରୁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯଇଥିଲା । ଶନିବାର ଭୋରରୁ ସାନଖେମୁଣ୍ଡିରେ ଥିବା ପଳାସପୁର ବୁଦ୍ଧେଶ୍ୱର, ପାଟପୁର ଲୋକନାଥେଶ୍ୱର, ଆଡ଼ପଡା ଈଶାନେଶ୍ୱର, ଛଣମାରୀ କପିଳେଶ୍ୱର, ପୋଡାମାରି, ଚୁଡ଼ଙ୍ଗପୂର୍ ନୀଳକଣ୍ଠେଶ୍ଵର ନନ୍ଦିକେଶ୍ୱର, ମହିଗୁଡା ମର୍କେଟେଶ୍ୱର ସମେତ ସମସ୍ତ ଶୈବପୀଠଗୁଡ଼ିକରେ ଆରମ୍ଭ ହୋଇଥିଲା ନୀତିକାନ୍ତି । ପ୍ରଥମେ ମଙ୍ଗଳ ଆଳତୀ ଏବଂ ଅବକାଶ ପରେ ୩ଟା ୩୦ରୁ ସାହାଣ ମେଲା ଦର୍ଶନ ବ୍ୟବସ୍ଥା କରାଯାଇଥିଲା l ଆଜି ରାତି ୧୦ଟା ପରେ ସମସ୍ତ ଶୈସବପୀଠଗୁଡ଼ିକରେ ମହାଦୀପ ଉଠିବାକୁ ସମୟ ନିର୍ଘଣ୍ଟ ହୋଇଥିଲା । ଶୃଙ୍ଖଳିତ ଭାବେ ଭକ୍ତମାନେ ଯେପରି ଠାକୁରଙ୍କ ଦର୍ଶନ କରିପାରିବେ ସେଥିପାଇଁ ମନ୍ଦିର କମିଟି ଧ୍ୟାନ ଦେଇଥିଲେ । ଶୃଙ୍ଖଳା ଦୃଷ୍ଟିରୁ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସମସ୍ତ ଶୈବପୀଠରେ ପୋଲିସ ନିୟୋଜିତ କରିଥିବା ଜଣାପଡ଼ିଛି।