ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ ପକ୍ଷରୁ ଆଇନ ସେବା ଶିବିର
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ ପକ୍ଷରୁ ଆଜି ପାଇକ ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ଗ୍ରାମ୍ୟ ଅଦାଲତ ଶିବିର ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ ନ୍ୟାୟାଳୟ ମାଜିଷ୍ଟ୍ରେଟ ଶୁଭଶ୍ରୀ ମଲ୍ଲଙ୍କ ସଂଯୋଜନାରେ ଅନୁଷ୍ଠିତ ଗ୍ରାମ୍ୟ କେମ୍ପ କୋର୍ଟରେ ଅଦାଲତରେ ୩ ମାମଲାର ସାକ୍ଷ୍ୟ ବିଚାରଣ କରାଯାଇଥିଲା । ମୁଖ୍ୟ କିରାଣି ସୋମନାଥ ପଣ୍ଡା ବରିଷ୍ଠ କିରାଣି ଜିତେନ୍ଦ୍ର ମଲିକ ସରକାରି ଓକିଲ ଦୀପକ କୁମାର ସେଠି ସତ୍ୟନାରାୟଣ ରଥ ଓକିଲ ସୁରେଶ ଚନ୍ଦ୍ର ସାହୁ ଚନ୍ଦ୍ରଧ୍ଵଜ ସିଂ ପ୍ରଶାନ୍ତ କୁମାର ବରାଡ ପ୍ରଶାନ୍ତ କୁମାର ଡାକୁଆ ସଞ୍ଜୟ କୁମାର ପଣ୍ଡା ପ୍ରମୁଖ ମାମଲା ପରିଚାଳନା କରିଥିବା ବେଳେ ସରପଞ୍ଚ ଅଳୟ ଦାସ ସହଯୋଗ କରିଥିଲେ ।