ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟରେ ବୃକ୍ଷରୋପଣ
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):୭୫ ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପରିସର ସ୍ଥିତ ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ ଠାରେ ବୃକ୍ଷ ରୋପଣ କରାଯାଇଛି । ଦିଗପହଣ୍ଡି ବନାଞ୍ଚଳ ସହାସପୁର ବନପାଳଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ନ୍ୟାୟାଳୟ ଦଣ୍ଡାଧିକାରୀ ସୋରେନ ବସ୍ତିଆ , ସାନଖେମୁଣ୍ଡି ଗୋଷ୍ଠି ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ରଙ୍କ ସହ କୋର୍ଟକର୍ମଚାରୀ ସାମିଲ ରହି ନ୍ୟାୟାଳୟ ପରିସରରେ ଚାରା ରୋପଣ କରିଥିଲେ । କୋର୍ଟ ପରିସରରେ ଆୟୋଜିତ ବନମହୋତ୍ସବ ସପ୍ତାହ ପାଳନ ଏକ ସଚେତନତା କାର୍ଯ୍ୟକ୍ରମରେ ନ୍ୟାୟଧିକାରୀ ସାଂପ୍ରତିକ ଘଟୁଥିବା ଅନିୟମିତ ଜଳବାୟୁ ପ୍ରବାହ, ପରିବେଶ ପ୍ରଦୂଷଣ, ଉତ୍ତାପ ବୃଦ୍ଧି ପାଇଁ ଘନ ସବୁଜ ପରିବେଶର ଆବଶ୍ୟକତା ରହିଛି । ପରନ୍ତୁ ବିକାଶ ନାଁରେ କରାଯାଉଥିବା ଜଙ୍ଗଲ କ୍ଷୟ ସହ ଅବାଧ ଗଛକଟା ଉଦବେଗ ସୃଷ୍ଟି କରିଛି । କିନ୍ତୁ ଏହାକୁ ଭରଣା କରି ପରିବେଶକୁ ସନ୍ତୁଳନ କରିବାକୁ ସାମୁହିକବୃକ୍ଷରୋପଣରଆବଶ୍ୟକତା ରହିଥିବା ମତବ୍ୟକ୍ତ କରିଥିଲେବିଡ଼ିଓ ଶ୍ରୀମିଶ୍ରବୃକ୍ଷରୋପଣନେଇନିଜଅଭିବ୍ୟକ୍ତିରେଜନସଚେତନତାକୁ ଗୁରୁତ୍ବ ଦେଇଥିବା ବେଳେ ଗ୍ରାମ ଜଙ୍ଗଲ ସୃଷ୍ଟି ସହ ବାଡ଼ି ବଗିଚାରେ ଗଛ ଲଗାଇ ସବୁଜ ପରିବେଶକୁ ସନ୍ତୁଳନ ରଖିବାକୁକୁ ନେଇ ମତ ପ୍ରକାଶ କରିଥିଲେ । ବାନପାଳ ପ୍ରମୋଦ କୁମାର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅର୍ଚ୍ଚନା ସାହୁ, ମୁକ୍ତିକାନ୍ତ ବେହେରା, ପ୍ରଜ୍ଞାଲୀନା ବରୀଶଲ୍ସୁ, ଶ୍ରୀ ସୋନାଲି ପାତ୍ର,ସନ୍ତୋଷ ରାଉତ ପ୍ରମୁଖ କୋର୍ଟ କର୍ମଚାରୀଙ୍କ ସହ ପି ପି ଦୀପକ କୁମାର ସେଠୀ, ଓକିଲ ସୁରେଶ କୁମାର ସାହୁ, ପ୍ରଶାନ୍ତ କୁମାର ଡାକୁଆ,କୋର୍ଟ ଏସ ଆଇ ଇନ୍ଦ୍ରମଣି ନାୟକ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ସଫଳ କରିଥିଲେ ।