ସାନଖେମୁଣ୍ଡି ତପ୍ତପାଣି ରେ ଜନପ୍ରତିନିଧି ପ୍ରଶାସନିକ ଅଧିକାରୀଙ୍କ ବନ୍ଧୁ ମିଳନ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଟି ଗୋବିନ୍ଦପୁର ପଞ୍ଚାୟତ ଗଞ୍ଜାମ ଗଜପତି ସୀମାନ୍ତ ପାହାଡିଆ ଦୁର୍ଗମ ଅଞ୍ଚଳ ତପ୍ତପାଣି ପାନ୍ଥନିବାସ ଠାରେ ସାନଖେମୁଣ୍ଡି ବ୍ଲକ୍ ର ସମସ୍ତ ସମିତି ସଭ୍ୟ, ସଭ୍ୟା ଜନପ୍ରତିନିଧି ଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର, ଉପାଧକ୍ଷା ରିଙ୍କି ନାୟକ,ଙ୍କ ସମେତ ସମସ୍ତ ସମିତି ସଭ୍ୟ, ସଭ୍ୟା ଯୋଗ ଦେଇ ଥିବା ବେଳେ ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ, ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ, ଦିଗପହଣ୍ଡି ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ଏବଂ ବ୍ଲକର ସମସ୍ତ ଗଣ ମାଧ୍ୟମ ପ୍ରତିନିଧି ଙ୍କୁ ସ୍ଵାଗତ ସହ ସମ୍ବର୍ଦ୍ଧିତ କରି ପୁଷ୍ପ ଗୁଚ୍ଛ ଓ ଉପଢ଼ଉକନ ଦେଇଥିଲେ l ପରେ କାର୍ଯ୍ୟକ୍ରମ କୁ ଆଗକୁ ନେବା ସହ ବ୍ଲକ୍ ର ବିଭିନ୍ନ ବିକାଶ ମୂଳକ ଯୋଜନା ରେ ନିର୍ବାଚିତ ପ୍ରତିନିଧିଙ୍କ ଭୂମିକା ଏବଂ କାର୍ଯ୍ୟକଳାପ କାର୍ଯ୍ୟ ଶୈଳୀ ଉପରେ ଆଲୋଚନା ହୋଇ ପ୍ରଶାସନିକ କ୍ଷେତ୍ର ରେ ସହଯୋଗ ଲୋଡିଥିଲେ