ସାନଖେମୁଣ୍ଡି ତହସିଲ ରେ ଗ୍ରାମକଣ୍ଠକ,ପରମ୍ବୋକ ଓ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ଙ୍କ ନିର୍ଦ୍ଧେଶ କ୍ରମେ ସାନଖେମୁଣ୍ଡି ତହସିଲ ପକ୍ଷରୁ ତହସିଲ୍ କାର୍ଯ୍ୟାଳୟ ପରିସରରେ ଗୁରୁବାର ସାନଖେମୁଣ୍ଡି ତହସିଲ ଅଞ୍ଚଳର ଲୋକଙ୍କୁ ଗ୍ରାମକଣ୍ଠ, ପରମ୍ବୋକ ଓ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି। ଏଥିପାଇଁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଏଥିରେ ସାନଖେମୁଣ୍ଡି ତହସିଲଦାର ଡ. ଶ୍ରୀନିବାସ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗରିବ ଲୋକଙ୍କୁ ଜମି ପଟ୍ଟା ବଣ୍ଟନ କରିଥିଲେ। ସାନଖେମୁଣ୍ଡି ତହସିଲ୍ ସୁପର ଭାଇଯର ଚିତ୍ରସେନ ସାହୁ ସଂଯୋଜନାରେ କରିଥିଲେ। ସାନଖେମୁଣ୍ଡି ତହସିଲ୍ ଅଞ୍ଚଳରେ ରହିଥିବା ୨୬।ଗୋଟି ପଞ୍ଚାୟତର ଗ୍ରାମକଣ୍ଠକ ୭୧୨, ଜଙ୍ଗଲ ଜମି ୩୦୦, ବସୁନ୍ଧରା ୧୦ ସର୍ବମୋଟ ୧୦୨୭ ଜଣଙ୍କୁ ଜମି ପଟ୍ଟା ବଣ୍ଟନ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ସମସ୍ତ ରାଜସ୍ବ ବିଭାଗ, ଅତିରିକ୍ତ ରାଜସ୍ବ ବିଭାଗ, ତହସିଲ କର୍ମଚାରୀ ଉପସ୍ଥିତ ରହି ପଟ୍ଟା ବଣ୍ଟନ କରିଥିଲେ। ବହୁ ବର୍ଷ ଧରି ପଡି ରହିଥିବା ଜି,କେ, ଏ ଲ ପଟ୍ଟା ପାଇ ହିତାଧିକାରୀ ବେଶ ଖୁସି ବ୍ୟକ୍ତ କରିବା ସହିତ ତହସିଲ ପ୍ରଶାସନ କୁ ଧନ୍ୟବାଦ ଜଣାଇ ଛନ୍ତି।।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ