ସାନଖେମୁଣ୍ଡି ନୂତନ ତହସିଲଦାରଙ୍କ ଦାୟିତ୍ୱ ଗ୍ରହଣ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ତହସିଲଦାର ଭାବେ ଶ୍ରୀନିବାସ ବେହେରା ବୁଧବାର ଅପରାହ୍ନରେ ଦାୟିତ୍ୱ ଗ୍ରହଣ କରିଛନ୍ତି l ସେ ପାତ୍ରପୁର ତହସିଲରୁ ସାନଖେମୁଣ୍ଡି ତହସିଲକୁ ବଦଳି ହୋଇଥିବା ବେଳେ ସାନଖେମୁଣ୍ଡି ତହସିଲଦାର ଅମିତ କୁମାର ନାୟକ ପାତ୍ରପୁର ତହସିଲ କୁ ବଦଳି ହୋଇଛନ୍ତି l ଏହି ଅବସରରେ ତହସିଲ କର୍ମଚାରୀଙ୍କ ସୌଜନ୍ୟରୁ ପ୍ରାକ୍ତନ ତହସିଲଦାର ଅମିତ କୁମାର ନାୟକ ଓ ନୂତନ ତହସିଲଦାର ଶ୍ରୀନିବାସ ବେହେରାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ସହକାରେ ସମ୍ବର୍ଦ୍ଧିତ କରାଯାଇଥିଲା l ସାନଖେମୁଣ୍ଡି ତହସିଲଦାର ଭାବରେ ବିଭାଗୀୟ ସେବା ପ୍ରଦାନକୁ ଗୁରୁତ୍ୱରୋପ କରି ନିଜ କର୍ତ୍ତବ୍ୟ ନିଷ୍ଠତା ବଜାୟ ରଖିବା ସହ ସାଧାରଣରେ ସେବା ପ୍ରଦାନକୁ ପ୍ରାଥମିକତା ଦେବା ସହ ସାନଖେମୁଣ୍ଡି ତହସିଲ କର୍ମଚାରୀଙ୍କ ସହଯୋଗରେ ସାନଖେମୁଣ୍ଡି ତହସିଲକୁ ଅଭିଯୋଗ ବିହୀନ ତହସିଲ ଭାବେ ଗଢି ତୋଳିବାକୁ ତହସିଲଦାର ଶ୍ରୀନିବାସ ବେହେରା କହିଛନ୍ତି l