ସାନଖେମୁଣ୍ଡି ବିକାଶ ମୂଳକ ପ୍ରକଳ୍ପ ପରିଦର୍ଶନରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ରାଜ୍ୟ ସରକାରଙ୍କ ୫ ଟି ଯୋଜନା ମାଧ୍ୟମରେ ଗଞ୍ଜାମ ଜିଲ୍ଲାର କାର୍ଯ୍ୟକାରୀ ହେଉଥିବା ବିକାଶମୂଳକ କାର୍ଯ୍ୟକୁ ବୁଧବାର ପୂର୍ବାହ୍ନରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଅଧିକାରୀମାନେ ସାନଖେମୁଣ୍ଡି ବ୍ଲକ ଗସ୍ତ କରି ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିବା ବେଳେ ଖୁବ୍ ପ୍ରଶଂସା ମଧ୍ୟ କରିଛନ୍ତି । , ନବରଙ୍ଗପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ରତ୍ନାକର ସାହୁଙ୍କ ନେତୃତ୍ୱରେ ଜିଲ୍ଲା ର ୧୦ ଗୋଟି ବ୍ଳକର ବିଡ଼ିଓ ଓ ୪ ବ୍ଳକ ସହକାରୀ ଯନ୍ତ୍ରୀ ମାନେ ସାନଖେମୁଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକଙ୍କ ଉପସ୍ଥିତିରେ ଚୁଡଙ୍ଗପୁର ଆଦର୍ଶ ପୋଖରୀ , ଜିଉରା ଓ ଆଡପଡା ପଞ୍ଚାୟତର ନବନିର୍ମିତ ଗ୍ରାମାଞ୍ଚଳ ପାର୍କ ଓ ଇଶାଣେଶ୍ବର ପାର୍କ ଏବଂ ଖଲିଙ୍ଗିରେ ବିଜୁ ପଟ୍ଟନାୟକ ପାଠାଗାର , ଆଦର୍ଶ ଟାଙ୍କି ଓ କଲ୍ୟାଣ ମଣ୍ଡପ ପରିଦର୍ଶନ କରିଥିଲେ । ସେହିପରି ମହାତ୍ମାଗାନ୍ଧୀ ନିଶ୍ଚିତ ଗ୍ରାମୀଣ କର୍ମୀ ନିଯୁକ୍ତି ଯୋଜନାରେ ଚାଲୁଥିବା ବିଭିନ୍ନ ପ୍ରକଳ୍ପ ଏବଂ ଶ୍ରମ ଦିବସ ସୃଷ୍ଟି ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ । ସେଠାକାର ପଞ୍ଚାୟତ ପକ୍ଷରୁ କରାଯାଇଥିବା ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଖସଡ଼ା , ନିର୍ମାଣ ଶୈଳୀ ଓ ଅଟକଳ ମୂଲ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ପ୍ରଶାସନିକ ଅଧିକାରୀଙ୍କ ଏହି ଗସ୍ତ ସମୟରେ ବିଡ଼ିଓ ଶ୍ରୀ ନାୟକ ସମେତ ସହକାରୀ ଯନ୍ତ୍ରୀ , ଏପିଓ ଅରୁଣ କୁମାର ସ୍ବାଇଁ , , ଜିଉରା ସରପଞ୍ଚ ଲିସାରାଣୀ ପାତ୍ର ଓ ସାନଖେମୁଣ୍ଡି ବ୍ଲକ ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମୀ ଚରଣ ପାତ୍ର ଆଡପଡା ସରପଞ୍ଚ ନୀଳମାଧବ ରାଉତ , ଖଲିଙ୍ଗି ସରପଞ୍ଚ ପ୍ରତିନିଧି ସଞ୍ଜୟ କୁମାର ରାଉତ, ଇଂଜିନୟର ସଞ୍ଜୟ କୁମାର ଖଟେଇ ପ୍ରମୁଖ ସହ ବ୍ଳକ କର୍ମଚାରୀ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ