ସାନଖେମୁଣ୍ଡି ବିଜେଡିର ମୋ ପରିବାର ଓ ଜୀବନବିନ୍ଦୁ ପ୍ରସ୍ତୁତି ବୈଠକ

 ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଉସ୍ତା ଜଗନ୍ନାଥପୁର ସ୍ଥିତ ଶୈବପୀଠ ପରିସରରେ ସାନଖେମୁଣ୍ଡି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ  ‘ମୋ ପରିବାର ‘ଓ ଜୀବନବିନ୍ଦୁ ଆନୁକୂଲ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି | ରାଜ୍ୟ ଓ଼ସ୍କାର୍ଡ ବ୍ୟାଙ୍କ ସଭାପତି ଯୋଗେନ୍ଦ୍ର ସ୍ୱାଇଁଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ବୈଠକରେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ସୁବାଷ ମହାରଣା, ଜିଲ୍ଲା ସମ୍ପାଦକ ଜଗନ୍ନାଥ ସାବତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନେତୃତ୍ୱ ରେ ଓଡିଶାର ବିକାଶ ଅଗେଇଚାଲିଥିବା ବେଳେ ଜନସାଧାରଣଙ୍କ ସହଯୋଗ ଆବଶ୍ୟକ ମତ ପ୍ରକାଶ ପାଇଥିଲା।ସାଧାରଣ ଜନତା ଯୁବ ଗୋଷ୍ଠୀ ଙ୍କୁ ରକ୍ତଦାନ କରିବା କରିବା ପାଇଁ ଆଗେଇ ଆସିବା କୁ ବୈଠକରେ ମତ ପ୍ରକାଶ ପାଇଥିଲା।ମୋ ପରିବାର ଓ  ଜୀବନବିନ୍ଦୁ କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ଆଲୋଚନା କରାଯାଇଥିଲା | ମୋ ପରିବାର ଆନୁକୂଲ୍ୟରେ ପରିବେଶ ସୁରକ୍ଷା ପାଇଁ ବ୍ୟାପକ ବୃକ୍ଷରୋପଣ ସହ ଆଗାମୀ ୨୦ ତାରିଖରେ ସାନଖେମୁଣ୍ଡି ବିଜେଡି ପକ୍ଷରୁ  ରକ୍ତଦାନ ଶିବିର ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଥିଲା | ବୈଠକ ରେ ବ୍ଲକ ଉପାଧ୍ୟାକ୍ଷ ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ, ଆସିକା ସାଂସଦ ପ୍ରତିନିଧି ତଥା ପୂର୍ବତନ ବ୍ଲକ ଅଧକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ,ସମିତିସଭ୍ୟ ପ୍ରତିନିଧି ଜଗନ୍ନାଥ ପାତ୍ର, ସମିତିସଭ୍ୟ ଅମିନ ପ୍ରଧାନ,ସରପଞ୍ଚ ପ୍ରତିନିଧି ସଞ୍ଜୟ ରାଉତ,ଛାତ୍ର ବିଜେଡି ନେତା କାଳୁ ଚରଣ ନାୟକ. ନିଳାଞ୍ଚଳ ପ୍ରଧାନ,କୈଳାଶ ଚନ୍ଦ୍ର ପାତ୍ର  ଙ୍କ ସମେତ ଶତାଧିକ କର୍ମୀ,ଏବଂ ଗ୍ରାମବାସୀ ଯୋଗ ଦେଇଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ