ସାନଖେମୁଣ୍ଡି ବିଧାୟକ ପାଣି ଟାଙ୍କି ଉଦଘାଟନ କରିବା ପୂର୍ବରୁ ଫଳକ ଉପାଡ଼ିନେଲା ପ୍ରଶାସନ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଆଗାମୀ ପଞ୍ଚାୟତ ନିର୍ବାଚନ କିଛିମାସ ବାକି ଥିବାବେଳେ ସାନଖେମୁଣ୍ଡି ରେ ରାଜନିତିକ ପାଣିପାଗ ଊଷ୍ଟତା ପରିଲକ୍ଷିତ ହେଉଥିବା ଦେଖିବାକୁ ମିଳିଛି। ପାଣି ପ୍ରକଳ୍ପ ଉଦଘାଟନ ବିଧାୟକ ଙ୍କ ଦ୍ଵାରା କରାଇନଦେବା ଏବେ ସାନଖେମୁଣ୍ଡିରେ ଚର୍ଚ୍ଚାଜୋର୍ ଧରିଛି। ଗ୍ରାମ୍ୟ ଜଳଯୋଗଣ , ପଂଚାୟତରାଜ ବିଭାଗ ଅଧିନରେ କରାଯାଇଥିବା, ସାନଖେମୁଣ୍ଡି ବ୍ଲକ ଛଣମେରି ପଞ୍ଚାୟତ ରେ ନ୍ଦେଢ ଲକ୍ଷ ଲିଟର ବିଶିଷ୍ଟ ପାଣି ଟାଙ୍କି ଉଦଘାଟନକୁ ନେଇ ସାନଖେମୁଣ୍ଡି ବିଧାୟକ ଓ ବ୍ଲକ୍ ପ୍ରଶାସନ ମୁହାଁମୁହିଁ ହୋଇଛନ୍ତି। ରାଜ୍ୟ ସରକାରଙ୍କ ବସୁଧା ଯୋଜନାରେ ଦୁଇ କୋଟି ପଞ୍ଚଷଠି ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ପାଣି ଟାଙ୍କି ଘର ଘରକୁ ପାଇପ ସଂଯୋଗ ନିମନ୍ତେ ପ୍ରକଳ୍ପ ନିର୍ମାଣ ହୋଇଛି। ଏଭଳି ଗଞ୍ଜାମ ଜିଲ୍ଲା ରେ ବହୁ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିବାବେଳେ ତା ପୂର୍ବରୁ ମଙ୍ଗଳବାର ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ନିଜେ ଉଦଘାଟନ ପାଇଁ ସ୍ଥିର କରିବା ସହ ସୂଚନା ଫଳକ ସେହି ପାଣି ଟାଙ୍କି ନିକଟରେ ସ୍ଥାପନ କରାଯାଇଥିଲା। ସ୍ଥାନୀୟ ପ୍ରଶାସନ ଏହା ଜାଣିବାକୁ ପାଇବିଧାୟକଙ୍କ କାର୍ଯ୍ୟକ୍ରମ ବାତିଲ କରିବାକୁ ବିଧାୟକଙ୍କୁ ଜଣାଇଥିଲେ ବୋଲି ପ୍ରଶାସନ ପକ୍ଷରୁ ଶୁଣିବାକୁ ମିଳିଛି ।ବିଧାୟକ କିନ୍ତୁ ରାଜି ନହେବା ଯୋଗୁଁ ବାଧ୍ୟ ହୋଇ ଜିଲ୍ଲା ପ୍ରଶାସନକୁ ଅବଗତ କରାଇବା ସହ ସାନଖେମୁଣ୍ଡି ବିଡିଓ ଗାୟତ୍ରୀଦତ୍ତ ନାୟକ, ତହସିଲଦାର ଡ. ଶ୍ରୀନିବାସ ବେହେରା, ଦିଗପହଣ୍ଡି ଥାନା ଆଇଆଇସି ବସନ୍ତ ସେଠି ପୁଲିସ ଫୋର୍ସ ସହ ଉପସ୍ଥିତ ରହି ସୂଚନା ଫଳକଟି ଉପାଡି ଦେଇଥିବା ଦେଖିବାକୁ ମିଳିଛି। ପ୍ରଶାସନର ଏ ଭଳି ହିନ ରାଜନୀତି କୁ କଂଗ୍ରେସ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କିଛି ସମୟ ରେ ବିଧାୟକ ଉଦଘାଟନ ପାଇଁ ପହଞ୍ଚିଥିବା ବେଳେ ସରକାରୀ କର୍ମଚାରୀ ମାନେ ଫଳକ ଉପାଡ଼ି ଦେଇଛନ୍ତି। ଏ ନେଇ ବିଧାୟକ କହିଛନ୍ତି , ଏ ଭଳି ରାଜନୀତି କରିବା ଉଚିତ୍ ନୁହେଁ। ଅଫିସର ମାନେ ବି ଜେ ଡି ଦଳ ର କାମ କରୁଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଆସି ଉଦଘାଟନ କଲେ ବହୁତ ଖୁସିର କଥା , ଜନସାଧାରଣ ପାନୀୟ ଜଳ ରୁ ବଞ୍ଚିତ ନ ହୁଅନ୍ତୁ ।ପୂର୍ବରୁ କୌଣସି ସୂଚନା ଦୀୟାଯାଇନଥିବା ବିଧାୟକ କହିଛନ୍ତି। ଏ ଭଳି ରାଜନୀତି ପ୍ରଶାସନ ବିରୋଧରେ ଏତଲା ଦେବା ପାଇଁ କର୍ମୀଙ୍କୁ ବିଧାୟକ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ