ସାନଖେମୁଣ୍ଡି ବିଶ୍ଵ ପରିବେଶ ଦିବସ ରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବୃକ୍ଷ ରୋପଣ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ପରିବେଶ ସୁରକ୍ଷା ସହ ସଂରକ୍ଷଣ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସାରା ବିଶ୍ଵରେ ଜୁନ ୫ କୁ ବିଶ୍ଵ ପରିବେଶ ଦିବସ ପାଳନ କରାଯାଉଛି। ୧୯୭୨ରେ ଜାତିସଂଘ ପକ୍ଷରୁ ଏହି ଦିବସ ପାଳନ କରିବାକୁ ଘୋଷଣା କରାଯାଇଥିଲା । ୧୯୭୪ ଜୁନ ୫ ରୁ ପ୍ରତିବର୍ଷ ବିଶ୍ଵ ପରିବେଶ ଦିବସ ପାଳନ କରାଯାଇ ଆସୁଛି । ପରିବେଷ ସନ୍ତୁଳନ ରକ୍ଷା ନିମିତ୍ତ ବ୍ୟାପକ ବୃକ୍ଷ ରୋପଣ ଓ ଜଳ ବାୟୁ ପରିବର୍ତ୍ତନ ରାକ୍ଷଣବେକ୍ଷଣ ପ୍ରତି ସମସ୍ତେ ଜତ୍ନବାନ ହେବାକୁ ବିଶ୍ୱ ପରିବେଷ ଦିବସ ଅବସରରେ ଗୁରୁତ୍ୱାରୋପ କରାଯାଇଥିବା ବେଳେ ଏନେଇ ସାନଖେମୁଣ୍ଡି ବ୍ଲକ ର ଗୌତମୀ ବିଦ୍ୟାଳୟ, ଚୁଡ଼ଙ୍ଗପୁର ବିଦ୍ୟାଳୟ, ଆଡାପଡା ବିଦ୍ୟାଳୟ, ମହାନଲା ବିଦ୍ୟାଳୟ, ଜିଉରା ବିଦ୍ୟାଳୟ, ବିଶ୍ଵାସରାୟ ବିଜ୍ଞାନ ମହାବିଦ୍ୟାଳୟ, ପୋଡାମରି ବିଜ୍ଞାନ ମହାବିଦ୍ୟାଳୟ, କୋଙ୍କରଡ଼ା ବିଜ୍ଞାନ ମହାବିଦ୍ୟାଳୟ ଏବଂବିଭିନ୍ନ ବିଦ୍ୟାଳୟ ସରକାରୀ କାର୍ଯ୍ୟାଳୟ ରେ ବୃକ୍ଷ ରୋପଣ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଥିଲା । ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ମହାନଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ରେ ସ୍କୁଲ ପରିସରରେ ଅନୁଷ୍ଠିତ ସଚେତନତା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସରପଞ୍ଚ ଜାଗିଲି ସେଠି, ସମିତିସଭ୍ୟ ପ୍ରତିନିଧି ଜି ସୋମନାଥ ପାତ୍ର ପ୍ରମୁଖ ଅତିଥିଭାବେ ଯୋଗ ଦେଇ ବିଶ୍ଵ ପରିବେଶ ଦିବସ ପାଳନର ମହତ ଉଦ୍ଧ୍ୟେଶ ସମ୍ପର୍କରେ ଆଲୋକପାତ କରିବାସହ ବିଦ୍ୟାଳୟ ପରିସରରେ ବିଭିନ୍ନ ଚାରା ରୋପଣ କରିଥିଲେ । ପ୍ରଧାନ ଶିକ୍ଷକ ଆକୁଳ ଚନ୍ଦ୍ର ଚୌଧୁରୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷକ ବାବୁଲା କୁମାର ସାହୁ, ବିଦେଶୀ ସାହୁ, ଜି କବିତା, ଟୁକୁନା ଜେନା, ପ୍ରମୋଦ ବାଡତ୍ୟା, ଦିଲୀପ କୁମାର ସ୍ବାଇଁଙ୍କ ସମେତ ସ୍କୁଲ କମିଟି ସଭ୍ୟ ଉପସ୍ଥିତ ଥିଲେ। ଏହି କାଯ୍ୟକ୍ରମ ରେ ମୋୖଳାଭଣଜା ଗ୍ରାମରେ ମା ଫୁଡ଼ସ ଏଣ୍ଡ ବେଭରେଜ ଅନୁଷ୍ଠାନ ର ମୁଖ୍ୟ ଦୀପକ ଜେନା ଙ୍କ ତରଫରୁ ମୌଳାଭଣଜା ଗ୍ରାମରେ ୧୦୦ ରୁ ଉର୍ଦ୍ଧ ବୃକ୍ଷ ରୋପଣ କରିଥିଲେ l ଏହି କାଯ୍ୟକ୍ରମ ରେ ମୌଳାଭଣଜା ରାଜସ୍ବ ନିରୀକ୍ଷକ ରତ୍ନାକର ସାହୁ, ପାଟପୁର କଲେଜ ଅଧ୍ୟାପକ ଡ଼.କୈଳାଶ ଚନ୍ଦ୍ର ସ୍ୱାଇଁ, ସରପଞ୍ଚ ବର୍ଷା ସେଠି ଓ ଗ୍ରାମବାସୀ ସହଯୋଗ ରେ ବୃକ୍ଷ ରୋପଣ କରିଥିଲେ l