ସାନଖେମୁଣ୍ଡି ବି.ଜେ.ପି ର ସେବା ସପ୍ତାହ ପାଳନରେ ବୃକ୍ଷ ରୋପଣ
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ପ୍ରଧାନ ନରେନ୍ଦ୍ର ମୋଦିଙ୍କର ୭୦ ତମ ଜନ୍ମ ଜୟନ୍ତୀ ଅବସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଷ୍ଟ୍ରୀୟ ସ୍ତରରେ ସେବା ସପ୍ତାହ ରୂପେ ପାଳନ କରୁଥିବା ବେଳେ ଏହି ଅବସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଜିଲ୍ଲା ବି.ଜେ.ପି ପୂର୍ବତ୍ତନ ସଭାପତି ତଥା ରାଜ୍ୟ କାରିଣୀ ସଦସ୍ୟ ବିଜୟ କୁମାର ସ୍ୱାଇଁ ଙ୍କ ନେତୃତ୍ୱରେ ସେବା ସପ୍ତାହ ପାଳନ କରାଯାଇଛି | ଏହି ପରିପେକ୍ଷୀରେ ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ଓ କଙ୍କୋରଡା ରାସ୍ତାରେ ବି.ଜେ.ପି କର୍ମୀଙ୍କ ଗହଣରେ ବିଭିନ୍ନ କିସମର ଚାରା ଆମ୍ବ,ପଣସ,ସାଗୁଆତି,ଲିମ୍ବ,ଅଶ୍ୱଥ,କଦମ୍ବ,ଜାମୁକୋଳି ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏହା ସହ ନିଃସହାୟ ଗରିବ ପରିବାର ରେ ବାସ କରୁଥିବା ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ରାମଚନ୍ଦ୍ରପୁର ମଣ୍ଡଳୀର ସଭାପତି ସୁନୀଲ ପ୍ରଧାନ,ବାବୁଲା ପରିଡା,ଧର୍ମେନ୍ଦ୍ର ସ୍ୱାଇଁ,ସନ୍ତୋଷ ପ୍ରଧାନ,ସଞ୍ଜୟ ଜେନା,ବିଷ୍ଣୁ ବିଷୋୟୀ ପ୍ରମୁଖ କର୍ମ କର୍ତ୍ତା ଅଂଶ ଗ୍ରହଣ କରିଥିଲେ |