ସାନଖେମୁଣ୍ଡି ବି ଡି ଓ ଙ୍କ ଜନପ୍ରତିନିଧି ଙ୍କୁ ପରାମର୍ଶ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :ମାନ୍ୟବର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ରୁ ପ୍ରତିନିଧିତ୍ଵ କରୁଥିବା ବେଳେ ସରକାରଙ୍କ ଯେଉଁ ଲୋକାଭିମୁଖୀ ଯୋଜନା ପ୍ରସ୍ତୁତ ହୁଏ ତାହା ପ୍ରଥମେ ଗଞ୍ଜାମ ଜିଲ୍ଲା ରୁ କାର୍ଯ୍ୟକାରି ହୋଇଥାଏ । ଉନ୍ନତ ମାନର ନିର୍ମାଣ କାର୍ଯ୍ୟ ସ୍ମାର୍ଟ୍ ସ୍କୁଲ ପରିଦର୍ଶନ ପାଇଁ ସମସ୍ତ ବିଧାୟମାନେ ଗଞ୍ଜାମ ଜିଲ୍ଲା ଗ୍ରସ୍ତ କରିଥିଲେ । ଏ ଭଳି ଉନ୍ନୟନ କାର୍ଯ୍ୟ ଦେଖି ନିଜ ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କ ମୂଖ୍ୟ ଉଦ୍ଦେଶ୍ୟ ଥିଲା । ସେହିପାରି ଗଞ୍ଜାମର ପ୍ରତେକ ବ୍ଲକ ରେ କାର୍ଯ୍ୟକାରୀ ହେଉଥିବା ରାସ୍ତା , ଆଦର୍ଶ ପୋଖରୀ,ଗାଇଗୁହାଲ,ପାର୍କ , ବିଭିନ୍ନ ମନ୍ଦିରର ସୌନ୍ଦର୍ଯ୍ୟ କରଣ ଦେଖିବାକୁ ଓଡ଼ିଶାର ପ୍ରତେକ୍ ଜିଲ୍ଲା ରୁ ପ୍ରଶାସନିକ ଅଧିକାରୀ ଗଞ୍ଜାମ ଜିଲ୍ଲା ଗ୍ରସ୍ତ କରି ଲୋକାଭିମୁଖୀ ଯୋଜନା ପରିଦର୍ଶନ କରି ଖୁସିବ୍ୟକ୍ତ ହୋଇଥିଲେ । ଏ ଥିଲା ସରକାରଙ୍କ ପକ୍ଷରୁ ପଦକ୍ଷେପ ଏ ଭଳି ଉନ୍ନୟନ କାର୍ଯ୍ୟ ନିଜ ଜିଲ୍ଲା ରେ କାର୍ଯ୍ୟକାରି କରିବା ପାଇଁ । ଏବେ ଦେଖିବାକୁ ମିଳିଛି ସାନଖେମୁଣ୍ଡି ବ୍ଲକ ସ୍ତରରେ କରାଯାଇଥିବା ଉନ୍ନୟନ ମୂଳକ କାର୍ଯ୍ୟ ଦେଖି ନିଜ ପଞ୍ଚାୟତ ରେ କାର୍ଯ୍ୟକାରି କରିବା ପାଇଁ ସାନଖେମୁଣ୍ଡି ବି ଡି ଓ ଗାୟତ୍ରୀ ଦତ୍ତ ନାୟକ ବ୍ଲକର ସମସ୍ତ ଲୋକପ୍ରତିନିଧି ଙ୍କୁ ନେଇ ସ୍ମାର୍ଟ ସ୍କୁଲ ପରିଦର୍ଶନ କରିଥିବା ଦେଖିବାକୁ ମିଳିଛି। ସ୍ମାର୍ଟ ସ୍କୁଲ ମାନଙ୍କରେ ଛାତ୍ର ଛାତ୍ରୀ ମାନଙ୍କୁ ସୁସ୍ଥ ପରିବେଶ, ସ୍ମାର୍ଟ ଶୌଚାଳୟ, ଉନ୍ନତ ମାନର ଶିକ୍ଷା ପ୍ରଦାନ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ , ପାଠାଗାର, ବିଜ୍ଞାନଗାର,ଖେଳପଡିଆ ଭଳି ଭିତ୍ତିଭୂମି କୁ ଅଗ୍ରାଧିକାର ଦେ଼ଇ ସରକାର ବିଦ୍ୟାଳୟ ଗୁଡିକରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ସ୍ମାର୍ଟ ସ୍କୁଲ ରେ ପରିଣତ କରାଯାଇଛି। ଏହି ସବୁ ଦେଖି ନିଜ ପଞ୍ଚାୟତ ରେ କାର୍ଯ୍ୟକାରି କରିବା ପାଇଁ ସାନଖେମୁଣ୍ଡି ବି ଡି ଓ ଗାୟତ୍ରୀ ଦତ୍ତ ନାୟକ ବ୍ଲକ ର ସମସ୍ତ ଲୋକପ୍ରତିନିଧି ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ, ସଭ୍ୟାଙ୍କୁ ନେଇ ପାଟପୁର ବାଳିକା ଉଚ୍ଚ ବିଦ୍ୟାଳୟ , ପାଟପୁର ହାଇସ୍କୁଲ ପରିଦର୍ଶନ କରିଥିବା ଦେଖିବାକୁ ମିଳିଛି।ପାଟପୁର ହାଇ ସ୍କୁଲ ରେ ଉନ୍ନତ ମାନର ପାଠାଗାର ସମସ୍ତ ଲୋକପ୍ରତିନିଧି ଙ୍କୁ ବି ଡି ଓ ଗାୟତ୍ରୀ ଦତ୍ତ ନାୟକ ପରାମର୍ଶ ଦେଇଥିଲେ ନିଜ ନିଜ ପଞ୍ଚାୟତ ରେ କାର୍ଯ୍ୟକାରି କରିବା ପାଇଁ । ଏହି ପରିଦର୍ଶନ ରେ ବ୍ଲକ ଶିକ୍ଷାଧିକାରୀ କୁରେସୁ ସେଠୀ, ବ୍ଲକ ଅଧ୍ୟକ୍ଷ ଶିମାଞ୍ଚଳ ପାତ୍ର,ଉପାଧ୍ୟକ୍ଷ ପ୍ରତିନିଧି ସଞ୍ଜୟ ନାହାକ, ଜିଲ୍ଲା ପରିଷଦ ପ୍ରତିନିଧି ରାଜିବଲୋଚନ ପାତ୍ର,ଅମିନ ପ୍ରଧାନ, ବିଜୟ କୁମାର ପ୍ରଧାନ ଶଙ୍କର୍ଷଣ ସ୍ୱାଇଁ, ଧୋବା ସ୍ୱାଇଁ, ବିଜୟ କୁମାର ଭୂୟାଁ, ପିଣ୍ଟୁ ସେଠୀ, ପ୍ରଶାନ୍ତ ରେଡ୍ଡୀ, ଅନର୍ବ ନାୟକ, ସୋମନାଥ ପାତ୍ର, ଡାକ ଦୋରା, ଶୁକଦେବ ସ୍ୱାଇଁ, ଟୁକୁନା ପ୍ରଧାନ, ସନ୍ତୋଷ କୁମାର ବିଷୋୟୀ, ଜାଗିଲୀ ସେଠୀ, କାଳୁ ଚରଣ ଭୁଁଆ, ସମସ୍ତ ସରପଞ୍ଚ ସମିତି ସଭ୍ୟ ଉପସ୍ଥିତ ରହି ପରିଦର୍ଶନ କରିଥିଲେ ।