ସାନଖେମୁଣ୍ଡି ବ୍ଲକରେ କଳାକାର ଚୟନ କାଯ୍ୟକ୍ରମ ଅନୁଷ୍ଠିତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ହିତାଧିକାରୀ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି l ଏହି କାଯ୍ୟକ୍ରମ ରେ ବିଚାରକ ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ, ବ୍ଲକ ଅଧକ୍ଷ ସିମାଞ୍ଚଳ ପାତ୍ର, ଜିଲ୍ଲା କଳା ସଂସ୍କୃତି ଉପ ସଭାପତି ସନ୍ତୋଷ କୁମାର ପାଢ଼ୀ, ଲୋକ ନୃତ୍ୟ ଗୁରୁ ବିପ୍ର ଚରଣ ପ୍ରଧାନ, ଅତିରିକ୍ତ ବିଡ଼ିଓ ବୈଜୟନ୍ତି ମୁଣ୍ଡା ମଞ୍ଚାଷିନ ଥିଲେ l ପ୍ରଥମ ଦିନରେ ବିଭିନ୍ନ ଗ୍ରାମର ୯୯ ଜଣ କଳାକାର ନିଜର କଳା ସାମର୍ଥ୍ୟ ବିଚାରକଙ୍କ ସମ୍ମୁଖରେ ପ୍ରଦର୍ଶନ କରିଥିଲେ। କଳାକାର ମାନେ ନିଜର ପ୍ରତିଭା ପ୍ରଦର୍ଶନ ସମୟରେ ଢୋଲ, ବାଜା, ଗୀତ ନାଚରେ କାର୍ଯ୍ୟାଳୟ ପ୍ରକମ୍ପିତ ହେଉଥିଲା। ଏହି କାଯ୍ୟକ୍ରମକୁ ସାନଖେମୁଣ୍ଡି ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଜୟନ୍ତ ସାମନ୍ତ ସିଂହାର,ପରିଚାଳନା କରିଥିବା ବେଳେ ଏକାଉଟେଣ୍ଟ ସଂଜିତ ସୁମନ, ପଞ୍ଚାୟତ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ପୃଷ୍ଟି, ରାଜେନ୍ଦ୍ର ପରିଚ୍ଛା ସହଯୋଗ କରିଥିଲେ l