ସାନଖେମୁଣ୍ଡି ବ୍ଲକରେ କୃଷିରଥ ପରିକ୍ରମାର ଶୁଭାରମ୍ଭ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକର କୃଷି କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ଦିନ ସାନଖେମୁଣ୍ଡି କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ସମ୍ମୁଖରୁ “କୃଷି ରଥ” ପରିକ୍ରମାର ଶୁଭାରମ୍ଭ କରାଯାଇଅଛି । ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ କୃଷିର ସମ୍ପ୍ରସାରଣ ଯୋଜନା ୨୦୨୧-୨୨ ଆନୁକୂଲ୍ୟରେ ଏହି “କୃଷି ରଥ” ପରିକ୍ରମା କରି କୃଷକଙ୍କୁ ସରକାରୀ ଯୋଜନାରେ ମିଳୁଥିବା ସହାୟତା ବିଷୟରେ ସଚେତନ କରାଉଅଛି । ଏହି କୃଷି ରଥ” ଆଗାମୀ ଦିନରେ ସାନଖେମୁଣ୍ଡି ବ୍ଲକର ସମସ୍ତ ପଞ୍ଚାୟତ ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଅଛି । କୃଷିରଥ ପରିକ୍ରମା ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯାଉଅଛି । ସହକାରୀ କୃଷି ଅଧିକାରୀ ବିଶ୍ବରଂଜନ ରାଉତଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ କୃଷି ଅଧିକାରୀଣୀ ଶ୍ରୀମତୀ ସୁଲଚନା ଦାସ ସବୁଜ ପତାକା ଦେଖାଇ “କୃଷିରଥ” ପରିକ୍ରମାର ଶୁଭାରମ୍ଭ କରିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଦିଗପହଣ୍ଡି କୃଷି ଜିଲ୍ଲା କାର୍ଯ୍ୟାଳୟର ସହକାରୀଣୀ ଶ୍ରୀମତୀ ବେଦମତି ବେହେରା, ଙ୍କ ସମେତ ସମସ୍ତ କୃଷି କାର୍ଯ୍ୟାଳୟର କର୍ମଚାରୀ ପ୍ରମୁଖ ଉପସ୍ଥିତି ରହିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ