ସାନଖେମୁଣ୍ଡି ବ୍ଲକ ପରିଦର୍ଶନ ରେ ବିଶ୍ୱ ବ୍ୟାଙ୍କ ସଦସ୍ୟ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ବିଶ୍ୱ ବ୍ୟାଙ୍କର ସଦସ୍ୟ, କୃଷି ଉଦ୍ୟଗଙ୍କ ମିଳିତ ଉଦ୍ୟମରେ ମଙ୍ଗଳବାର ଦିନ ସାନଖେମୁଣ୍ଡି ବ୍ଲକର ଜିଉରା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଓଡିଶା ସମନ୍ୱିତ ଜଳସେଚନ ପ୍ରକଳ୍ପ ଓ ଜଳବାୟୁ ସହନଶୀଳ କୃଷି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ଥିବା କୃଷି କାର୍ଯ୍ୟକ୍ରମ ଯଥା ମାଛ ଚାଷ, ଶଙ୍କର୍ଜାତୀୟ ପନିପରିବା ଚାଷ, ତୈଳ ବୀଜ ଫସଲ ଚାଷ, ଡ଼ାଲିଜାତୀୟ ଫସଲ, ମାଣ୍ଡିଆ ଆଦି ଚାଷ ବିଷୟରେ ଚାଷୀଙ୍କୁ ଅବଗତ କରାଇଥିଲେ l ଜଳସେଚନ ପ୍ରକଳ୍ପରୁ ସୋଲାର ଶକ୍ତି ମାଧ୍ୟମରେ ଉଠାଜଳସେଚନ ପ୍ରକଳ୍ପ କରିବା ପାଇଁ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଲକ୍ଷ୍ମୀ ଚରଣ ପାତ୍ରଙ୍କ ମାଧ୍ୟମରେ ପ୍ରସ୍ତାବ ଗୃହୀତ ହେଲା l ସରକାରଙ୍କ ‘କୃଷି ଶକ୍ତି ଅଭିଯାନ’ରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଚାଷୀମାନଙ୍କୁ ସଚେତନ କରାଯାଇଥିଲା। ବିଶ୍ବ ବ୍ୟାଙ୍କ ସହାୟତାରେ ଜିଉରା ପଂଚାୟତର ମିଶନ ଶକ୍ତି ମହିଳା ଏବଂ କୃଷକଙ୍କୁ କୃଷି କ୍ଷେତ୍ରରେ ଯେଉଁ ଭଳିଭାବେ ଆଗକୁ ବଢ଼ିବ ସହାୟତା ଯୋଗାଇବା ପାଇଁ ପ୍ରତିନିଧି ଦଳ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।ଜିଉରା ପଞ୍ଚାୟତ ସରପଞ୍ଚ ପ୍ରତିନିଧି ତଥା ପୂର୍ବତନ ବ୍ଲକ ଅଧକ୍ଷ ଲଷ୍ମୀ ଚରଣ ପାତ୍ର କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଗ୍ରାର୍ଡୱାଲ, ଶୀତଳ ଭଣ୍ଡାର ଗୃହର ନିର୍ମାଣ ପାଇଁ ପ୍ରସ୍ତାବ ଦେଇଛନ୍ତି l ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା କ୍ଷୁଦ୍ର ଜଳସେଚନ ଯନ୍ତ୍ରୀ ଲକ୍ଷ୍ମୀକାନ୍ତ ତ୍ରିପାଠୀ, ପ୍ରୋଜେକ୍ଟ ଡାଇରେକ୍ଟର ରଶ୍ମିରଞ୍ଜନ ସାହୁ, ବିଶ୍ୱ ବ୍ୟାଙ୍କର ପ୍ରତିନିଧି ଙ୍କ ମଧ୍ୟରେ ଅଞ୍ଜୁ ଗୌର, ସମୀର ଦାସ, , ଜିଲ୍ଲା ମତ୍ସ ଅଧିକାରୀ ନିମାଇଁ ଚରଣ ବସ୍ତିୟା, ଅତିରିକ୍ତ ଜିଲ୍ଲା ମତ୍ସ ଅଧିକାରୀ ସାଗର କୁମାର, ଉଦ୍ୟାନ ବିଭାଗ ଉପ କୃଷି ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ପଣ୍ଡା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଶାନ୍ତ କୁମାର ନାଥ, ସାନଖେମୁଣ୍ଡି ସହକାରୀ କୃଷି ଅଧିକାରୀ ବିଶ୍ୱରଂଜନ ରାଉତ, ଜୟଶ୍ରୀ ଦେବୀ, ସୁରଭି ଗଡ଼ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ ଜିଉରା ପଞ୍ଚାୟତ ର ଗ୍ରାମବାସୀ ଉପସ୍ଥିତ ଥିଲେ l