ସାନଖେମୁଣ୍ଡି ବ୍ଲକ ମିଳିତ ଶିକ୍ଷକ ମହାସଂଘର ବିରାଟ ବିକ୍ଷୋଭ ପଦଯାତ୍ରା

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ସରକାରଙ୍କ ପକ୍ଷତୁ ନିୟମିତ ପାହ୍ୟା ଦିଆଯିବା ସହ ଏହି ଠିକା ନିଯୁକ୍ତି ବ୍ୟବସ୍ଥାକୁ ଉଚ୍ଛେଦ କରିଥିବା ଘୋଷଣା ପରେ ରାଜ୍ୟ ଶିକ୍ଷା ବିଭାଗରେ କାର୍ଯ୍ୟରତ ଥିବା ଅଣ ପେନସନ ଭୁକ୍ତ ଠିକା ଶିକ୍ଷକଙ୍କ ଚେତା ପଶିଛି । ରାଜ୍ୟ ଶିକ୍ଷକ ମହାସଂଘ ଆରକାରଙ୍କ ଏହି ବ୍ୟବସ୍ଥାକୁ ଦୃଢ଼ ବିରୋଧ କରିବା ସହ ଆନ୍ଦୋଳନ ଡାକରା ଦେଇ ରାଜା ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଅଛି । ମହାସଂଘର ନିଷ୍ପତି କ୍ରମରେ ଜିଲାୱାରୀ ପ୍ରତି ବ୍ଲକରେ କାର୍ଯ୍ୟରତ ଏହିବର୍ଗର ଶିକ୍ଷକଙ୍କୁ ନିୟମିତ ଶିକ୍ଷକ ସଂଘ ସମର୍ଥନରେ ମିଳିତ ଶିକ୍ଷକ ମହାସଂଘ ଗଠନ କରି ରାଜ୍ୟ ସରକାରଙ୍କୁ ଖୋଲା ଚାଲେଞ୍ଜ ଦେଇଥିବା ଦେଖିବାକୁ ମିଳିଅଛି । ମିଳିତ ଶିକ୍ଷକ ମହାସଂଘ ସୌଜନ୍ୟରୁ ଆଜି ଓଡ଼ିଶାର ପ୍ରତି ବ୍ଲକରେ ସେମାନଙ୍କ ନାର୍ଯ୍ୟ ଦାବୀକୁ ନେଇ ସରକାରଙ୍କୁ ଘେରିବାକୁ ଉଦ୍ୟମ ସହ ସରକାର ବିରୋଧୀ ସ୍ଲୋଗାନ ଦେଇ ବ୍ଲକ ସ୍ତରରେ କାର୍ଯ୍ୟରତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ମାଧ୍ୟମରେ ସରକାରଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି ।ଏହି କ୍ରମରେ ଆଜି ସାନଖେମୁଣ୍ଡି ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ବ୍ଲକ ଅଧୀନ ସମସ୍ତ ବର୍ଗର ଶିକ୍ଷକଙ୍କୁ ନେଇ ଏକ ବିଶାଳ ପଦଯାତ୍ରା ଚୁଡ଼ଙ୍ଗପୁର ମହିମା ଗାଦୀ ଆଶ୍ରମ ସମ୍ମୁଖରୁ ବାହାରି ସାନଖେମୁଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା ।କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ସଭାର ଆୟୋଜନ କରାଯିବା ସହିତ କର୍ମକର୍ତ୍ତାଙ୍କ ପକ୍ଷରୁ ନିଜନିଜ ଅଭିଭାଷଣରେ ସରକାରଙ୍କ ଶିକ୍ଷା ବିଭାଗର କାର୍ଯ୍ୟକ୍ଷମତା ନେଇ ପ୍ରବଳ ବିରୋଧ କରାଯାଇଥିଲା । ସରକାରଙ୍କ ପକ୍ଷରୁ ଠିକା କର୍ମଚାରୀଙ୍କୁ ନିୟମିତ କରାଯିବାକୁ ବ୍ୟବସ୍ଥା ସହ ଠିକା ଶିକ୍ଷକ ନିଯୁକ୍ତିକୁ ମଧ୍ୟ ଉଚ୍ଛେଦ ପାଇଁ ଦାବି ରଖାଯାଇଥିଲା । ନୂତନ ପେନସନ ଯୋଜନା ଭୁକ୍ତ ଶିକ୍ଷକଙ୍କ ଚାକିରିର ବୈଧତା , ଠିକା ଶିକ୍ଷକତା କରିଥିବା ଶିକ୍ଷକଙ୍କୁ ଛଅ ବର୍ଷର ଇଂକ୍ରୀମେଣ୍ଟ ପ୍ରଦାନ ,କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ,ନୂତନ ପେନସନ ନୀତିକୁ ପ୍ରତ୍ୟାହାର କରି ପୁରୁଣା ପେନସନ ନୀତି ଲାଗୁ ପାଇଁ ଦାବି ରଖାଯାଇଥିଲା । ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ସଂଘ ନେତା କୈଳାଶ ଚନ୍ଦ୍ର ଦାସ , ଅଶୋକ କୁମାର ଖୁଣ୍ଟିଆ , ଲକ୍ଷ୍ମୀ ନାରାୟଣ ପଣ୍ଡା , ସୁଶାନ୍ତ କୁମାର ତ୍ରିପାଠୀ , ବାବୁଲା ଡାକୁଆ , ସୁଦର୍ଶନ ତ୍ରିପାଠୀ , ଅଶୋକ କୁମାର ମଲ୍ଲିକ ,ଶଙ୍କର୍ଷଣ ସେଠୀ, ସତ୍ୟ ନାରାୟଣ ନାୟକ , ଦିଲୀପ କୁମାର ପ୍ରଧାନ , ଜଗିଲି ପଢ଼ିଆଳି , ପ୍ରଶାନ୍ତ ବିଷୋୟୀ ପ୍ରମୁଖଙ୍କ ସହ ଶିକ୍ଷକ ମହାସଂଘ ପକ୍ଷରୁ ସରକାରଂକ ଉଦ୍ଧେଶ୍ୟରେ ଏକ ଦାବି ପତ୍ର ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ପ୍ରଦାନ କରିଥିଲେ ।।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ