ସାନଖେମୁଣ୍ଡି ବ୍ଲକ ର ୪ ଟି ସ୍ମାର୍ଟସ୍କୁଲ ଉଦ୍ଘାଟିତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :ରାଜ୍ୟ ସରକାରଙ୍କ ୪ର୍ଥ ପର୍ଯ୍ୟାୟ ରୂପାନ୍ତରଣ କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ୪ ଟି ପାଞ୍ଚାୟତ ରେ ୪ ଟି ହାଇସ୍କୁଲ କୁ ସ୍ମାର୍ଟସ୍କୁଲ ରେ ରୂପାନ୍ତରିତ ହୋଇଥିବା ବେଳେ ଗୁରୁବାର ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍ ଫ୍ରେନ୍ସ ମାଧ୍ୟମରେ ଲୋକାର୍ପିତ କରିଛନ୍ତି। ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ଏବଂ ବୈଷୟିକ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ସହାୟକ ହେବ ବୋଲି ଗୌତମୀ ବାଳକ ଉଚ୍ଚ ବିଦ୍ୟାଳୟ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗଦେଇ ସାନଖେମୁଣ୍ଡି ଗୋଷ୍ଠି ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର ମତବ୍ୟକ୍ତ କରିଛନ୍ତି। ସାନଖେମୁଣ୍ଡି ବ୍ଲକ ର କାଉଡ଼ିଆ ପଞ୍ଚାୟତ ଉନ୍ନୀତ ଉଛ ବିଦ୍ୟାଳୟ, ଟି ଗୋବିନ୍ଦପୁର ଆବାସିକ ବିଦ୍ୟାଳୟ,ଗୌତମୀ ବାଳକ ଉଚ୍ଚ ବିଦ୍ୟାଳୟ,ଦୟାନିଧି ପଞ୍ଚାୟତ ର ବଢିଆ ଉସ୍ତା ର ଇନ୍ଦିରା ଉଚ୍ଚ ବିଦ୍ୟାଳୟ କୁ ଉଦ୍ଘାଟନ କରାଯାଇଛି ।ଲୋକାର୍ପିତ କାର୍ଯ୍ୟକ୍ରମ ଗୌତମୀ ବାଳକ ଉଚ୍ଚ ବାଳକ ଉଚ୍ଚ ବିଦ୍ୟାଳୟ ରେ ସହକାରୀ ନିର୍ବାହୀ ଯନ୍ତ୍ରୀ,ସମସ୍ତ କନିଷ୍ଠ ଯନ୍ତ୍ରୀ ପିଇଓ ଗ୍ରାମସେବକ ପ୍ରଧାନଶିକ୍ଷକ , ଶିକ୍ଷୟିତ୍ରୀ ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅନ୍ତର୍ଯ୍ୟାମି ସ୍ବାଇଁ ସରପଞ୍ଚ ଶ୍ରୀମତୀ ଝିଲି ରେଡ୍ଡୀ ପ୍ରଶାନ୍ତ ରେଡ୍ଡୀ ସମିତି ସଭ୍ୟ ଦନାର୍ଦନ ପଲେଇ ,ଜି ସୋମନାଥ ପାତ୍ର, ସମସ୍ତ ଜନ ପ୍ରତିନିଧି ଅଭିଭାବକ ପରିଚାଳନା କମିଟି ସଭାପତି , ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ ।