ସାନଖେମୁଣ୍ଡି ବ୍ଳକରେ ସଂଯୁକ୍ତ କିଶାନ୍ ମୋର୍ଚ୍ଚା ଓ ଏଆଇକେଏମଏସ ପକ୍ଷରୁ ବନ୍ଦ ପାଳନ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ସଂଯୁକ୍ତ କିଶାନ୍ ମୋର୍ଚ୍ଚାର ଭାରତ ବନ୍ଦ ଡାକରା ପରିପ୍ରେକ୍ଷୀରେ ଆଜି ସାନଖେମୁଣ୍ଡି ବ୍ଳକର ଟି. ଗୋବିନ୍ଦପୁର ଠାରେ ଅଖିଳ ଭାରତ କିଶାନ୍ ମଜଦୁର୍ ସଭା ପକ୍ଷରୁ ବନ୍ଦ ପାଳନ କରାଯାଇଥିଲା । ଏ.ଆଇ.କେ.ଏମ.ଏସ. ଏହି କାର୍ୟ୍ୟକ୍ରମରେ ପାଖଆଖ ଗାଁର ଶତାଧିକ ଲୋକ ଯୋଗଦେଇଥିଲେ । ବନ୍ଦ ଫଳରେ ସ୍ଥାନୀୟ ଦୋକାନ ବଜାର ବନ୍ଦ ରହିବା ସହ ରାସ୍ତାର ଉଭୟ ପାଶ୍ୱର୍ରେ ଅନେକ ଯାନବାହନ ଅଟକି ରହିଥିଲା । ଏହି ଅବସରରେ ଏଆଇକେଏମଏସର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇ ଉପସ୍ଥିତ ଲୋକଙ୍କୁ ମୋଦି ସରକାରଙ୍କ ଜନବିରୋଧୀ ତଥା କର୍ପୋରେଟ୍ ସପକ୍ଷବାଦୀ ନୀତି ସମ୍ପର୍କରେ ସଚେତନ କରିଥିଲେ ।ସେହିଭଳି ସାନଖେମୁଣ୍ଡି ବ୍ଲକ ସି ପି ଆଇ କଂଗ୍ରେସ ମିଳିତ ଭାବେ କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତି କୁ ସମାଲୋଚନା କରି ପାଟପୁର ଗାନ୍ଧୀ ଛକ ଠାରୁ ବିଶାଳ ରାଲି ଶୋଭାଯାତ୍ରାରେ ବାହାରି ପିକେଟିଂ କରି କେନ୍ଦ୍ର ସରକାରଙ୍କ ବିରୋଧ ରେ ଜନମତ ସୃଷ୍ଟି ଭାରତ ବନ୍ଦ ଡାକରା କୁ ସଫଳ କରିବାପାଇଁ ରାସ୍ତା ରୋକ କରିଥିଲେ । ଯାହାଫଳରେ ସ୍କୁଲ ,କଲେଜ, ଦୋକାନ, ବଜାର , ସରକାରୀ,ବେସରକାରୀ ଅନୁଷ୍ଠାନ, ଯାନବାହନ ବନ୍ଦ ରହିଥିଲା। ଏହି ବନ୍ଦ ଡାକରା ରେ କୈଳାସ ପତ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲଷ୍ମୀ ଚରଣ ପତ୍ର, ଭଗବାନ ରାଉତ, ସୁଶାନ୍ତ କୁମାର ସ୍ୱାଇଁ , ସୀମାଞ୍ଚଳ ଗୌଡ଼, ସିମନ ମଣ୍ଡଳ, ସଞ୍ଜୟ ମଣ୍ଡଳ, ରାମ ଜାନୀ, ପେଣ୍ଡା ଗମାଙ, ମାଧବ ଜାନୀ, ରମାକାନ୍ତ ନାୟକ, ସରମା ନାୟକ ପ୍ରମୁଖ ସ୍ଥାନୀୟ ଏ. ଆଇ.କେ.ଏମ.ଏସ. ର ସ୍ଥାନୀୟ ନେତା ଯୋଗ ଦେଇଥିଲେ ।


