ସାନଖେମୁଣ୍ଡି ରେ କଂଗ୍ରେସ ବିଜେଡି ପକ୍ଷରୁ ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ଜାତିର ଜନକ ମହାତ୍ମାଗାନ୍ଧୀ ଓ ପୂର୍ବତନ ପ୍ରଧନମନ୍ତ୍ରୀ ଶାନ୍ତିଦୂତ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଉତ୍ସବ ସାନଖେମୁଣ୍ଡି ର ବିଭିନ୍ନ ସ୍ଥାନ ରେ ଅନୁଷ୍ଠିତ ହୋଇଥିବାବେଳେ ସାନଖେମୁଣ୍ଡି କଂଗ୍ରେସ ପକ୍ଷରୁ ପାଟପୁର କଲେଜ ଠାରୁ ଏକ ପଦଯାତ୍ରା ଗାନ୍ଧ ଛକ ରେ ପହଞ୍ଚି ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା । ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଲକ୍ଷ୍ମୀଚରଣ ପାତ୍ର ଜିଲ୍ଲା କଂଗ୍ରେସ ସମ୍ପାଦକ ଅରବିନ୍ଦନାୟକ ଯୁବକଂଗ୍ରେସ ସଭାପତି ଚିନ୍ମୟ କୁମାର ହୋତା ବରିଷ୍ଠ ନେତା ଶଙ୍କର୍ଷଣ ଖୁଣ୍ଟିଆ ସରପଞ୍ଚ ନିରାକାର ପ୍ରଧାନ ଙ୍କ ଶତାଧିକ କର୍ମୀ ଯୋଗ ଦେଇଥିଲେ। ସେଭଳି ବିଜେଡ଼ି ପକ୍ଷାରୁ ପୋଡାମାରି ଗାନ୍ଧୀ ସ୍ମାରକୀ ମଣ୍ଡପ ଠାରେ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କ ନେତୃତ୍ବରେ ପରିବେଶ ସୁରକ୍ଷା ସ୍ବଚ୍ଛତା ଓ ପ୍ଲାଷ୍ଟିକ ମୁକ୍ତ ପାଇଁ ଶପଥ ପାଠ କରାଯାଇଥିଲା । ଗାନ୍ଧୀ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧାଞ୍ଜଳି ସହ ପୁଷ୍ପାମଲ୍ୟ ପ୍ରଦାନ କରାଯାଇଥିଲା । ଯୁବ ବିଜେଡ଼ି ସଭାପତି ସନ୍ତୋଷ ବିଶୋଇ ଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ ବ୍ଲକ୍ ସଭାପତି ଧୋବା ସ୍ୱାଇଁ ଜିଲ୍ଲାପରିଷଦ ସଭ୍ୟ ଶଙ୍କର୍ଷଣସ୍ୱାଇଁ ବାବୁ ପ୍ରଧାନ ନିରଞ୍ଜନ ନାୟକ ଓମ୍ ପ୍ରସାଦ ସାହୁ ଜଗନ୍ନାଥ୍ ପାତ୍ର ଅଶୋକ କୁମାର ସାବତ ସିମାଞ୍ଚଳ ବେହେରା ଗଙ୍ଗାଧର ପାତ୍ର ଙ୍କ ସମେଟ ଶତାଧିକ କର୍ମୀ ଯୋଗଦେଇଥିଲେ।