ସାନଖେମୁଣ୍ଡି ରେ ଜିଲ୍ଲାପାଳ ଙ୍କ ସମୀକ୍ଷା ବୈଠକ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ପରିସର ରେ ଥିବା ସମ୍ବିଳନି କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଉନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କରିଥିବା ଜଣାପଡ଼ିଛି। ସହରାଞ୍ଚଳ ରେ ଯେଉଁ ଭଳି ଭାବେ ବିକାଶ ହେଉଛି ଗ୍ରାମାଞ୍ଚଳ ରେ ମଧ୍ୟ ସରକାରଙ୍କ ବିକାଶ ଧାରା ବଜାୟ ରଖିବା ପାଇଁ ପରାମର୍ଶ ଦେଇଥିବା ଜଣାପଡ଼ିଛି। ସମୀକ୍ଷା ବୈଠକରେ ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର ଗୋଷ୍ଠି ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ ସାନଖେମୁଣ୍ଡି ତହସିଲଦାର ଡ଼ା ଶ୍ରୀନିବାସ ବେହେରା ଏବଂ ବିଭାଗୀୟ ଅଧିକାରୀ ମାନଙ୍କ ସହ ୪ଟି ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ସାନଖେମୁଣ୍ଡି ବ୍ଲକ ର ୨୬ଟି ପଞ୍ଚାୟତର ସମସ୍ତ ଜନପ୍ରତିନିଧି ନେତୃବୃନ୍ଦ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା। ଜିଲ୍ଲାପାଳ କହିଲେ ଗ୍ରାମାଞ୍ଚଳ ରେ ରହୁଥିବା ଲୋକଙ୍କୁ ସରକାରଙ୍କ ଯୋଜନା ଗୁଡିକ ର ସଫଳ ରୂପାୟନ ସଂପର୍କରେ ଅବଗତ କରାଇବା ସହ ମୂଖ୍ୟ ସମସ୍ୟା ପାନୀୟ ଜଳ ଶିକ୍ଷା ସ୍ବାସ୍ଥ୍ୟ ଗମନା ଗମନ ଜଳସେଚନ ପ୍ରକଳ୍ପ ଉପରେ ଅଧିକ ଗୁରୁତ୍ବ ଦେବା ଆବଶ୍ୟକ ବୋଲି କହିଥିଲେ। ପଞ୍ଚାୟତ ଗୁଡିକରେ ଅଧୁରା ରହିଥିବା ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ପାଇଁ ପରାମର୍ଶ ଦେଇଥିବା ଜଣାପଡ଼ିଛି। ଯାହା ସମାସ୍ୟା ଅଛି ପ୍ରତେକ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ସଭ୍ୟା ମାନଙ୍କୁ ପଚାରି ବୁଝିଥିଲେ। ମନ୍ଦିର, ବିଦ୍ୟାଳୟ, କଲ୍ୟାଣ ମଣ୍ଡପ ପାର୍କ ଖେଳ ପଡିଆ ରାସ୍ତା ପୋଖରୀ ଜଳସେଚନ ପାନୀୟ ଜଳ ପ୍ରକଳ୍ପ ସ୍ଵାସ୍ଥ୍ୟ କେନ୍ଦ୍ର ଭଳି ନୂତନ ପ୍ରକଳ୍ପ ଦେବା ପାଇଁ ଜନପ୍ରତିନିଧି ମାନଙ୍କୁ କହିଥିଲେ। ଆସନ୍ତା ୪ମାସ ମଧ୍ୟରେ ସାରିବାକୁ କହିଥିଲେ। ପ୍ରତିନିଧି ମାନେ ପାଟପୁର, ଆମ୍ବଗାଁ, କଙ୍କୋରଡା ପଞ୍ଚାୟତ କୁ ସେଟେଲମେଣ୍ଟ ରାଜସ୍ୱ ଗ୍ରାମରେ ପରିଣତ କରିବା ପାଇଁ ଅନୁରୋଧ କରିଥିଲେ ଗ୍ରାମ୍ୟ ଉନ୍ନୟନ ବିଭାଗ ଏବଂ ପୂର୍ତ୍ତ ବିଭାଗ ନିମ୍ନ ମାନର କାର୍ଯ୍ୟ କରୁଥିବା ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଥିବା ସୁଣିବାକୁ ମିଳିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ