ସାନଖେମୁଣ୍ଡି ରେ ନୂତନ ପ୍ରତିନିଧିଙ୍କ ପ୍ରଥମ ସମିତି ବୈଠକ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ସାନଖେମୁଣ୍ଡି ବ୍ଲକ ର ନୂତନ ଜନ ପ୍ରତିନିଧି ଙ୍କୁ ନେ଼ଇ ପଞ୍ଚାୟତ ସମିତି ସଭାଗୃହ ଠାରେ ବୁଧବାର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍‌ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଆସିକା ସାଂସଦ ପ୍ରମିଳା ବିଷୋୟୀ ମୁଖ୍ୟ ଅତିଥଭାବେପ୍ରଥମ ଥର ପଞ୍ଚାୟତ ସମିତି ବୈଠକରେ ଯୋଗଦେଇଥିବା ବେଳେ ବ୍ଲକ ଉପାଧ୍ୟକ୍ଷା ରିଙ୍କି ନାହାକ ଓ ସାନଖେମୁଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ, ନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ବେହେରା ମଞ୍ଚାସିନ ଥିଲେ । ସାଂସଦ ଙ୍କ ଉପସ୍ଥିତ ଜନପ୍ରତିନିଧି ଓ ସରକାରୀ କର୍ମଚାରୀମାନଙ୍କୁ ବ୍ଲକ୍‌ରେ କାର୍ଯ୍ୟକାରୀ ହେଉଥିବା ଯୋଜନାରେ ଜନ ପ୍ରତିନିଧି ମାନଙ୍କ ସହଯୋଗ ଓ ଭାଗିଦାରିତା ରହିଲେ ବ୍ଲକର ସମସ୍ତ ଉନ୍ନୟନ କାମ ସଫଳ ରୂପାୟନ ହୋଇପାରିବ ବୋଲି କହିଥିଲେ । ସାନଖେମୁଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ ସମସ୍ତ ଜନ ପ୍ରତିନିଧି ଓ ଅନ୍ୟ ବିଭାଗରୁ ଆସିଥିବା ଅଧିକାରୀ ଙ୍କୁ ସ୍ୱାଗତ ଜଣାଇଵା ସହ ଆଜିର ବୈଠକ ପାନୀୟ ଜଳ ଯୋଗାଣ ଓ ପରିମଳ ଉପରେ ଆଲୋଚନା ପାଇଁ କହିଥିଲେ l ପରିମଳ ଓ ଜଳ ଯୋଗାଣ ଉପରେ ଆଲୋଚନା ହୋଇଥିଵା ବେଳେ ବ୍ଲକ ର ପ୍ରାୟ ସବୁ ପଞ୍ଚାୟତ ପାଣି ସମସ୍ୟା ର ସମୁଖୀନ ହେଉଥିବା ପ୍ରତିନିଧି ମାନେ ଅଭିଯୋଗ କରିଥିଲେ । କେଉଁଠି ପାଣି ଅଛିତ ବିଦୁତ୍ ନାହିଁ ଆଉ କେଉଁଠି ଓଭର ହେଡ ଟ୍ୟାଙ୍କ ଅଛି ପାଣି ନାହିଁ ସବୁଠି ଏ ଭଳି ସମସ୍ୟା କୁନେଇ ସଭାଗୃହ ରେ ତାତି ଉଠିଥିଲା । ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଉପରେ ଅବସ୍ଥିତ ସହକାରୀ ଯନ୍ତ୍ରୀ ଶରତ କୁମାର ସାହୁ , କନିଷ୍ଠ ଯନ୍ତ୍ରୀ ଉପମା ଘଡେଇ  ଉପରେ ଆଲୋଚନା କରିଥିଲେ l ସାନଖେମୁଣ୍ଡି ବ୍ଲକ ୧୩୫ଟି ରିଭିନ୍ୟୁ ଗ୍ରାମ ଥିବା ବେଳେ ୧୧ଟି ରେଭିନ୍ୟୁ ରେ ପାଣି ପ୍ରକଳ୍ପ କାଯ୍ୟ ସମ୍ପୂର୍ଣ୍ଣ ହୋଇଛି l ଏହା ସହ ସାନଖେମୁଣ୍ଡି ବ୍ଲକ ଅଧୀନରେ ୮ଟି ପଞ୍ଚାୟତରେ ୧୫୭ କୋଟି ଟଙ୍କା ର ମେଗା ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହେବ, ୩୨ଟି ରେଭିନ୍ୟୁ ଗ୍ରାମରେ ପାଣି ପ୍ରକଳ୍ପ କାଯ୍ୟ ଚାଲୁ ରହିଥିବା ବେଳେ ଅନ୍ୟ ସମସ୍ତ ରେଭିନ୍ୟୁ ଅଞ୍ଚଳ ରେ କାଯ୍ୟ ଆରମ୍ଭ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି l ପ୍ରଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ନେଇ ସାନଖେମୁଣ୍ଡି ବ୍ଲକ ଭାରପ୍ରାପ ଗୋଷ୍ଠି ଶିକ୍ଷାଧିକାରୀ ଙ୍କୁ ପଚାରିବାରୁ ସେକହିଲେ ଯଥାଶୀଘ୍ର ପୁରଣ କରାଯିବ ବୋଲି କହିଛନ୍ତି । ସରକାରଙ୍କ ଯୋଜନାଗ୍ରାମାଂଚଳରେ ପ୍ରକୃତ ହିତାଧିକାରୀ ଙ୍କ ପାଖାରେ ପହଞ୍ଚିବ , ମାନରେଗା ଯୋଜନାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଜବ କାର୍ଡ ଧାରିଙ୍କୁ ୧୦୦ଦିନ କାମ ଯୋଗାଇବା ପାଇଁ ଜନପ୍ରତିନିଧି ଙ୍କୁ ବି ଡି ଓ ଗାୟତ୍ରୀ ଦତ୍ତ ନାୟକ ଅବଗତ କରାଇ ଥିଲେ । ଏହି କାଯ୍ୟକ୍ରମରେ ଜି.ପି.ଓ ବୈଜୟନ୍ତୀ ମୁଣ୍ଡା, ଗୋଷ୍ଠୀ ଶିକ୍ଷା ଅଧିକାରୀ, କୁରେସୁ ସେଠୀ, ଗ୍ରାମ୍ୟ ଉନ୍ନୟନ କନିଷ୍ଠ ଯନ୍ତ୍ରୀ ପ୍ରମୋଦ କୁମାର ବେହେରା, ଗୋଷ୍ଠୀ କୃଷି ଅଧିକାରୀ, ସମ୍ମନିତ ଶିଶୁ ବିକାଶ ଅଧିକାରିଣୀ, ଜିଲ୍ଲା ପରିଷଦ ସଭ୍ୟ ଅମିନ ପ୍ରଧାନ, ବିଜୟ କୁମାର ପ୍ରଧାନ, ମାମାନି ପାତ୍ର, ସୁଲତା ରାଣୀ ସ୍ୱାଇଁ ୨୬ ଟି ପଞ୍ଚାୟତରୁ ଜନପ୍ରତିନିଧି ସମିତି ସଭ୍ୟାସଭ୍ୟ, ସରପଞ୍ଚଙ୍କ ସମେତ ବ୍ଲକର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଅଧିକାରୀମାନେ ଉପସ୍ଥିତ ଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ