ସାନଖେମୁଣ୍ଡି ରେ ପାଚକ ପାଚିକା ମହା ସଂଘ ର ବିଜୁଜୟନ୍ତୀ ଏବଂ ମହିଳା ଦିବସ ପାଳନ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବୁଧେଶ୍ୱର ମନ୍ଦିର ପ୍ରାଙ୍ଗଣ ରେ ବିଜୁ ଶ୍ରମିକ ସାମୁଖ୍ୟ ସହବନ୍ଧିତ ନିଖିଳ ଓଡିଶା ପାଚକ ପାଚିକା ମହାସଂଘ ସାନଖେମୁଣ୍ଡି ବ୍ଲକ ସଂଗଠନ ତରଫରୁ ବିଯୁଜୟନ୍ତୀ ଏବଂ ମହିଳା ଦିବସ ପାଳନ କରାଯାଇଅଛି| ଜିଲ୍ଲା ଆବାହିକା ନର୍ମଦା ସାହୁ ଙ୍କ ଅଧକ୍ଷ୍ୟତା ରେ ଅନୁଷ୍ଠିତ ସଭାରେ ରାଜ୍ୟ ସଂଘ ସଭାପତି ଶ୍ରୀ ଯୋଗେନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହାନ ଜନନାୟକ ଵିଜୁ ବାବୁ ଙ୍କ ଗରିବ “ମା” ମାନଙ୍କ ପାଈଁ ଅବଦାନର ଅବତାରଣା କରିବା ସଙ୍ଗେ ସଙ୍ଗେ “ମା” ମାନେ ନିଜର ମୌଳିକ ଅଧିକାର ତଥା ସାମାଜିକ ସୁରକ୍ଷା ପାଈଁ ସଂଗ୍ରାମ କରିବା କୁ ଆହ୍ୱାନ ଦେଇଛନ୍ତି | ନିଖିଳ ଓଡିଶା ପାଚକ ପାଚିକା ମା ମାନଙ୍କ ଦଶ ଦଫା ଦାବୀ ମଧ୍ୟରେ ୨୫ ବର୍ଷ ପରେ ମଧ୍ୟ ନିଯୁକ୍ତି ପତ୍ର ନଥିବା ଏବଂ ଦୈନିକ ପାରିଶ୍ରମିକ ବୃଦ୍ଧି ପାଈଁ ଏକତା ମାଧ୍ୟମରେ ଦାବୀ ରଖିବା କୁ ଆହ୍ୱାନ ଦେଇଛନ୍ତି | ବିଶ୍ୱ ମହିଳା ଦିବସ ପରିପ୍ରେକ୍ଷୀରେ ସମାଜର ଶେଷ ବର୍ଗର ପାଚିକା ମା ମାନଙ୍କୁ ୨୫ ବର୍ଷ ର ଉତ୍ସାର୍ଗୀକୃତ ସେବା ପାଈଁ ସଂଗଠନ ତରଫରୁ ଦଶ ଜଣ ବୟୋଜ୍ୟେଷ୍ଠ ମା ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ ସମ୍ଭର୍ଧିତ କରାଯାଇଥିଲା । ସାନଖେମୁଣ୍ଡି ବ୍ଲକ ର ନୂତନ କର୍ମକର୍ତ୍ତା ଏବଂ କାର୍ଯ୍ୟକାରୀ କମିଟି ଗଠନ କରାଯାଇଥିଲା । ଆଜିର ବୈଠକ ରେ ସାନଖେମୁଣ୍ଡି ବ୍ଲକ ସଭାପତି ଭାବେ ପ୍ରତିଭା ପାଣଗ୍ରାହୀ ,ସମ୍ପାଦିକା ଭାବେ ସୁମତି ପାଣଗ୍ରାହୀ ଉପସଭାପତି ଗାୟତ୍ରୀ ମହାରଣା,ସହସମ୍ପାଦିକା ଡି. ଲକ୍ଷ୍ମୀ, କୋଷାଧ୍ୟକ୍ଷା ଭାବେ ଭାରତୀ ନାଇକ ମନୋନୀତ ହୋଇଥିବା ବେଳେ ଏକ ୨୫ ଜଣିଆ କାର୍ଯ୍ୟକାରୀ କମିଟି ଗଠନ କରାଯାଇଅଛି । ଆଜି ର ସଭା ରେ ରାଜ୍ୟ କମିଟି ସଦସ୍ୟ ରିନା ପ୍ରଧାନ , ମମି ପ୍ରଧାନ ,ହେମଲତା ପଟ୍ଟନାୟକ,ସୁକୁମାରୀ ଗୌଡ଼ ,ଶାଶ୍ଵତୀ ଆଚରି ,ପଙ୍କଜ ନାୟକ ,ସଞ୍ଜୁ ସ୍ୱାଇଁ ,କୁନ୍ତୀ ଦୋରା ଙ୍କ ସମେତ ୫୦୦ ରୁ ଉର୍ଦ୍ଧ ପାଚିକା ମା ଭାଗ ନେଇଥିଲେ । ଧିରେନ କୁମାର ରଣା , ସମିତିସଭ୍ୟ ନିଳାଞ୍ଚଳ ପ୍ରଧାନ ,ଗୌରୀ ଶଙ୍କର ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ