ସାନଖେମୁଣ୍ଡି ରେ ବନ୍ଦ ପାଳନ; ସରକାରୀ କାଯ୍ୟଳୟ ବନ୍ଦ
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ) : କେନ୍ଦ୍ର ସରକାରଙ୍କ କୃଷକ ଓ ଶ୍ରମିକ ମାରଣ ନୀତି ବିରୁଦ୍ଧରେ ଗୁରୁବାର ସର୍ବ ଭାରତୀୟ ଶ୍ରମିକ ସଂଘଠନ ସମୂହ ପକ୍ଷରୁ ଡାକରା ଦିଆଯାଇଥିବା ଧର୍ମଘଟ ପ୍ରଭାବରେ ସମସ୍ତ ସରକାରୀ କାଯ୍ୟଳୟ ବନ୍ଦ ରହିଥିଲା l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଧୀନ କେନ୍ଦ୍ର ସରକାରଙ୍କ କୃଷକ ଶ୍ରମିକ ବିରୋଧୀ ଆଇନ ପ୍ରଣୟନକୁ ତୀବ୍ର ସମାଲୋଚନା କରିବା ସହ ସରକାରୀ କାଯ୍ୟଳୟ ଗୁଡିକ ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ଯାତ୍ରୀବାହୀ ବସ ଚଳାଚଳ ବନ୍ଦ ଥିବା ବେଳେ ସିପିଆଇ ସମର୍ଥିତ ଶ୍ରମିକ ସଙ୍ଗଠନ ଏଆଇଟିୟୁସି , ସିପିଆଇ(ଏମ) ସମର୍ଥିତ ସିଆଇଟିୟୁ , କଂଗ୍ରେସ ସମର୍ଥିତ ଆଇଏନଟିୟୁସି ଶ୍ରମିକ ସଙ୍ଗଠନ ପକ୍ଷରୁ ସ୍ଥାନୀୟ ପାଟପୁର ଗାନ୍ଧୀ ଛକ ନିକଟ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଳା ଅର୍ପଣ କରି ସାନଖେମୁଣ୍ଡି ବ୍ଲକ କାଯ୍ୟଳୟ, ତହସିଲ କାଯ୍ୟଳୟ, ସମସ୍ତ ବ୍ୟାଙ୍କ, ବିଦୂତ କାଯ୍ୟଳୟ କୁ ଯାଇ ବିକ୍ଷୋଭ କରିଥିଲେ l ଏହି କାଯ୍ୟକ୍ରମ ରେ ଅନୁଷ୍ଠିତ ପ୍ରତିବାଦ ସଭାରେ ସିପିଆଇ (ଏମ) ଗଞ୍ଜାମ ଜିଲା କମିଟି ସମ୍ପାଦକ କୈଳାସ ପାତ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀ ଚରଣ ପାତ୍ର,ଭଗବାନ ରାଉତ,ସିମାଞ୍ଚଳ ଗୌଡ଼,ଭାସ୍କର,ସୁଶାନ୍ତ ସ୍ବାଇଁ, ରେଡ଼ି, ରାମଚନ୍ଦ୍ର ପ୍ରଧାନ, ଅରବିନ୍ଦ ନାହାକ,ପ୍ରସାଦ ଦୋରା,ଉମାକାନ୍ତ ପାଢ଼ୀ,ତୋଫାନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ l